Odisha news

ଜିଓ ପକ୍ଷରୁ ଏକକାଳୀନ ୧୧ଟି ସହରରେ ଜିଓ ଟ୍ରୁ-୫ଜି ସେବାର ଶୁଭାରମ୍ଭ

0

ମୁମ୍ବାଇ: ରିଲାଏନ୍ସ ଜିଓ ପକ୍ଷରୁ ଆଜି ଦେଶର ୧୧ଟି ସହରରେ ଜିଓ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଇଛି । ବର୍ତମାନ ସୁଦ୍ଧା କଂପାନି ତରଫରୁ ଟ୍ରୁ-୫ଜି ସେବା ଆରମ୍ଭ କରାଯାଇଥିବା ଏହା ଏକକାଳୀନ ସର୍ବାଧିକ ସଂଖ୍ୟକ ସହର । ଆଜି ଲକ୍ଷ୍ନୌ, ତ୍ରିଭେନ୍ଦ୍ରମ, ମହୀଶୂର, ନାସିକ, ଔରଙ୍ଗାବାଦ, ଚଣ୍ଡିଗଡ଼, ମୋହାଲି, ପଂଚକୁଲା, ଜୀରକପୁର, ଖରଡ଼ ଏବଂ ଡେରାବସୀ ଭଳି ୧୧ଟି ସହରରେ ଜିଓ ଟ୍ରୁ-୫ଜି ସେବା ଆରମ୍ଭ କରାଯାଇଛି । ପ୍ରଥମ ଟେଲିକମ ଅପରେଟର ଭାବେ ଜିଓ ପକ୍ଷରୁ ମୋହାଲି, ପଂଚକୁଲା, ଜୀରକପୁର, ଖରଡ଼ ଓ ଡେବାବସୀ କ୍ଷେତ୍ର ସମେତ ତ୍ରିଭେନ୍ଦ୍ରମ, ମହିଶୂର, ନାସିକ, ଔରଙ୍ଗାବାଦ, ଚଣ୍ଡିଗଡ଼ ଟ୍ରାଇସିଟି ସହରରେ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଇଛି ।

ଜିଓ ଟ୍ରୁ-୫ଜି ନେଟ୍‌ୱର୍କରେ ଯୋଡ଼ି ହୋଇଥିବା ଏହି ୧୧ଟି ସହରରେ ଜିଓ ବ୍ୟବହାରକାରୀମାନଙ୍କୁ “ଜିଓ ୱେଲକମ୍ ଅଫର’ ଅଧୀନରେ ଆମନ୍ତ୍ରଣ କରାଯିବ । ଆମନ୍ତ୍ରୀତ ଜିଓ ବ୍ୟବହାରକାରୀମାନଙ୍କୁ ବିନା କୌଣସି ଅତିରିକ୍ତ ଶୁଳ୍କରେ ୧ ଜିବିପିଏସ୍‌ରୁ ଅଧିକ ସ୍ପିଡ୍‌ରେ ଅସୀମିତ ଡାଟା ମିଳିବ ।

ଏହି ଅବସରରେ ଜିଓର ପ୍ରବକ୍ତା କହିଛନ୍ତି ଯେ, “ଏକକାଳୀନ ୧୧ଟି ସହରରେ ଜିଓ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରି ଆମେ ଗର୍ବିତ ମନେ କରୁଛୁ । ଯେବେଠାରୁ ଆମେ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରିଛୁ, ସେହିଦିନଠାରୁ ଏହା ହେଉଛି ଆମର ଏକକାଳୀନ ସର୍ବାଧିକ ସହରରେ ୫ଜି ସେବାର ଶୁଭାରମ୍ଭ । ଏହି ୧୧ଟି ସହରର ଲକ୍ଷ ଲକ୍ଷ ଗ୍ରାହକ ଜିଓର ଟ୍ରୁ-୫ଜି ପ୍ରଯୁକ୍ତିର ଲାଭ ସହିତ ନୂଆବର୍ଷ ୨୦୨୩କୁ ଆରମ୍ଭ କରିବେ ।

ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟଟନ ସ୍ଥଳ ବ୍ୟତୀତ ଏହି ସହରଗୁଡ଼ିକ ହେଉଛି ଆମ ଦେଶର ପ୍ରମୁଖ ଶିକ୍ଷା କେନ୍ଦ୍ର ମଧ୍ୟ । ଜିଓ ଟ୍ରୁ-୫ଜି ସେବାର ଶୁଭାରମ୍ଭ ସହିତ ଏହି ଅଂଚଳଗୁଡ଼ିକରେ ଉନ୍ନତ ଟେଲିକମ୍ ନେଟ୍‌ୱର୍କ ମିଳିବା ସହିତ ଇ-ଗଭର୍ଣ୍ଣାସ, ଶିକ୍ଷା, ଅଟୋମେସନ, ଆର୍ଟିଫିସିଆଲ ଇଟେଂଲିଜେନ୍ସ, ଗେମିଂ, ହେଲ୍‌ଥକେୟାର, କୃଷି, ଆଇଟି ଏବଂ ଏସ୍‌ଏମ୍‌ଇ ବ୍ୟବସାୟ କ୍ଷେତ୍ରରେ ବିକାଶର ନୂଆ ପଥ ଉନ୍ମୁକ୍ତ ହେବ ।’’

ଏହି ଅଂଚଳଗୁଡ଼ିକର ଡିଜିଟାଇଜ୍ କରିବାରେ ନିରନ୍ତର ସହଯୋଗ ଓ ସମର୍ଥନ ପ୍ରଦାନ କରିଥିବା ଚଣ୍ଡିଗଡ଼ ପ୍ରଶାସନ, ପଂଜାବ, ହରିୟାଣା, କେରଳ, କର୍ଣ୍ଣାଟକ, ମହାରାଷ୍ଟ୍ର ଓ ଉତର ପ୍ରଦେଶ ସରକାରଙ୍କ ନିକଟରେ ଆମେ କୃତଜ୍ଞ ।

Leave A Reply