Odisha news

ଦୀପାବଳିରୁ ମାତ୍ର ୧୯୯୯ ଟଙ୍କାର ଡାଉନ୍ ପେମେଂଟ୍‌ରେ ମିଳିବ ଜିଓଫୋନ୍ ନେକ୍ସଟ୍

-ସହଜ କିସ୍ତିରେ ଦେଇ ହେବ ବଳକା ରାଶି
-କଂପାନି ଆଣିଛି ଚାରି ପ୍ରକାର ବଣ୍ଡଲ୍‌ଡ ପ୍ଲାନ୍‌, ଯେଉଁଥିରେ ୧୮ କିମ୍ବା ୨୪ ମାସରେ ପ୍ଲାନ୍ ସହ କିସ୍ତି ସହଜରେ ପୂରଣ କରାଯାଇପାରିବ

ଭୁବନେଶ୍ୱର: ଜିଓ ଓ ଗୁଗୁଲ୍ ପକ୍ଷରୁ ମିଳିତ ଭାବେ ଡିଜାଇନ୍ କରାଯାଇଥିବା ବହୁ ପ୍ରତିକ୍ଷୀତ ଜିଓଫୋନ୍ ନେକ୍ସଟ୍ ଦୀପାବଳିରେ ଷ୍ଟୋର୍‌ଗୁଡ଼ିକରେ ଉପଲବ୍ଧ ହେବ ବୋଲି ଆଜି ଉଭୟ କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି । ଏହା ହେଉଛି ଦୁନିଆର ସବୁଠୁ ସୁଲଭ ମୂଲ୍ୟରେ ଉପଲବ୍ଧ ହୋଇଥିବା ସ୍ମାର୍ଟଫୋନ୍ ଯାହାକୁ ୧୯୯୯ ଟଙ୍କା ଭଳି କମ୍ ଡାଉନ୍ ପେମେଂଟ୍ ଦେଇ କିଣିହେବ ଓ ବଳକା ରାଶିକୁ ୧୮ କିମ୍ବା ୨୪ ମାସିଆ ସହଜ କିସ୍ତି ଜରିଆରେ ପ୍ରଦାନ କରାଯାଇପାରିବ ।

କଂପାନି ପକ୍ଷରୁ ଜିଓଫୋନ୍ ନେକ୍ସଟ୍‌କୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଥିବା ପ୍ଲାନ୍ ସହ ବଣ୍ଡଲ୍‌ଡ କରାଯାଇଛି । ଏହା ଜରିଆରେ ଗ୍ରାହକମାନେ ପ୍ଲାନ୍ ସହି୍‌ତ ଜିଓଫୋନ୍ ନେକ୍ସଟ୍‌ର କିସ୍ତି ମଧ୍ୟ ସହଜରେ ଭରଣା କରିପାରିବେ । ଗ୍ରାହକଙ୍କ ଆବଶ୍ୟକତା ଅନୁଯାୟୀ କମ୍ପାନୀ ପକ୍ଷରୁ ମାସିକ ୩୦୦ ଟଙ୍କାରୁ ଆରମ୍ଭ କରି ୬୦୦ ଟଙ୍କା ପର୍ଯ୍ୟନ୍ତ କିସ୍ତିରେ ବିଭିନ୍ନ ବଣ୍ଡଲ୍‌ଡ ପ୍ଲାନ୍ ଘୋଷଣା କରାଯାଇଛି । ତେବେ ସହଜ କିସ୍ତି ବଦଳରେ ସିଧାସଳଖ ଜିଓଫୋନ ନେକ୍ସଟ୍ କିଣିବାକୁ ଚାହୁଁଥିବା ଗ୍ରାହକ ଏକକାଳୀନ ୬୪୯୯ ଟଙ୍କାରେ ଏହା କିଣିପାରିବେ ।

ଡୁଆଲ ସିମ୍‌ ସୁବିଧା ରହିଥିବା ଜିଓଫୋନ ନେକ୍ସଟ୍ ରେ ରହିଛି ଅନେକ ଅଭିନବ ଓ ଆକର୍ଷଣୀୟ ଫିଚର । ଏହି ଫୋନରେ ୫.୪୫ ଇଂଚର ଏଚଡି ଟଚ୍ ସ୍କ୍ରିନ ସହିତ କର୍ଣ୍ଣର ଗରିଲା ଗ୍ଲାସ୍ ଥ୍ରୀ ରହିଛି । ଏଥିସହିତ ୨ ଜିବି ରାମ୍‌, ୬୪ ବିଟ୍ ସିପିୟୁ ସହିତ କ୍ୱାଡକୋର୍ କ୍ୟୁଏମ୍ ୨୧୫ ଚିପ୍ ସେଟ୍ ଏବଂ ୩୨ ଜିବି ଇଂଟରନାଲ ମୋମାରି ସାଙ୍ଗକୁ ୫୧୨ ଜିବି ପର୍ଯ୍ୟନ୍ତ ବର୍ଦ୍ଧିତ ହୋଇପାରିବା ଭଳି ଏସଡି କାର୍ଡ ପାଇଁ ସ୍ୱତନ୍ତ୍ର ସ୍ଥାନ ରହିଛି ।

ଜିଓଫୋନ ନେକ୍ସଟ୍ ରେ ସବୁଠାରୁ ଭଲ ରହିଛି କ୍ୟାମେରା ଓ ବ୍ୟାଟେରୀ କ୍ଷମତା । ୧୩ ମେଗା ପିକ୍ସେଲ୍ ପଛ କ୍ୟାମେରା ଓ ୮ ମେଗା ପିକ୍ସେଲ୍ ସାମ୍ନା ସେଲ୍ଫି କ୍ୟାମେରା ସାଙ୍ଗକୁ ନାଇଟ୍ ମୋଡ୍‌, ପୋଟ୍ରେଟ୍ ମୋଡ୍ ତଥା ଏଚ୍‌ଡିଆର୍ ମୋଡ୍ ସହିତ ଦୀପାବଳି ଭଲି ଭାରତୀୟ ପର୍ବ ପର୍ବାଣୀ ପାଇଁ ସ୍ୱତନ୍ତ୍ର ଫିଲଟର ଉପଲବ୍ଧ ରହିଛି । ଏହି ଫୋନରେ ୩,୫୦୦ ଏମ୍‌ଏଚ୍ କ୍ଷମତାର ବ୍ୟାଟେରୀ ରହିଛି ଯାହା ସାଧାରଣ ବ୍ୟବହାର କ୍ଷେତ୍ରରେ ଥରେ ସମ୍ପୂର୍ଣ୍ଣ ଚାର୍ଜ ହେଲେ ୩୬

Comments are closed.