Odisha news

ବଙ୍ଗଳାଦେଶ ରାଜନୀତି ରେ ଅନ୍ତ ହେଲା ଖାଲିଦା ଜୀୟା ଯୁଗର 

0
ବଙ୍ଗଳାଦେଶ ରାଜନୀତିରେ ବିଲୋପ ହୋଇଗଲା ଗୋଟିଏ ଯୁଗର ,  ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଙ୍କର ନିଧନ ,ଅନେକ ବର୍ଷରୁ ରାଜନୀତିରେ ସକ୍ରିୟ ଥିଲେ ଖାଲିଦା ଜୀୟା , କାଲି ନାମାଙ୍କନ ଭରିଥିଲେ ଆଜି ଚାଲିଗଲେ ଆରପାରିକୁ l
ବର୍ତମାନ ବଙ୍ଗଳାଦେଶ ରେ ଇଲେକ୍ସନ ମାହୋଲ, ଫେବୃଆରୀ ୧୨ ତାରିଖରେ ମତଦାନ ହେବାର ଅଛି, ଠିକ ଏହି ସମୟରେ ୮୦ ବର୍ଷ ଆୟୁ ରେ ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଖାଲିଦା ଜୀୟା ଆଜି ସକାଳ ୬ଟା ସମୟରେ ମୃତ୍ୟୁବରଣ କରିଛନ୍ତି l ମାତ୍ର ଗୋଟିଏ ଦିନ ପୂର୍ବରୁ ତାଙ୍କ ପକ୍ଷରୁ ନାମାଙ୍କନ ପତ୍ର ଦାଖଲ ହୋଇଥିଲା, ଏହା ବଙ୍ଗଳାଦେଶ ରାଜନୀତିରେ ହଲଚଲ ସୃଷ୍ଟି କରିଛି, ଫେସବୁକ ର ଗୋଟିଏ ପୋଷ୍ଟ ଦ୍ୱାରା ତାଙ୍କ ପାର୍ଟି ପକ୍ଷରୁ ଏହି ତଥ୍ୟ ଦିଆଯାଇଥିଲା l
ଡାକ୍ତରଙ୍କ ମତ ଅନୁସାରେ ଖାଲିଦା ଜୀୟା ଦୀର୍ଘ ଦିନରୁ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ, ତାଙ୍କର ଚିକିତ୍ସା ଢାକା ର ଏଭର କେୟାର ଡାକ୍ତରଖାନା ରେ ହେଉଥିଲା, ୨୩ ନଭେମ୍ବର ରୁ ସେ ଡାକ୍ତରଖାନା ରେ ଆଡମିଟ ହୋଇଥିଲେ, ୧୧ ଡିସେମ୍ବର ରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ପ୍ରଭାବିତ ହୋଇଥିଲା, ଏହାପରେ ତାଙ୍କୁ ଭେନ୍ଟି ଲେଟର ରେ ରଖାଯାଇଥିଲା l
ଅଗଷ୍ଟ ୧୫, ୧୯୪୫ ରେ ଅଭିଭଜିତ ଭାରତ ର ବଙ୍ଗଳା ପ୍ରେସିଡେନ୍ସି ର ଜଲପାଈଗୁଡ଼ି ରେ ଜନ୍ମ ନେଇଥିଲେ ଖାଲିଦା ଜୀୟା, କିନ୍ତୁ ବଙ୍ଗଳାଦେଶ ରାଜନୀତିରେ ଖାଲିଦା ଜୀୟା ଙ୍କ ରାଜନୀତି ଭାରତ ବିରୋଧୀ ଥିଲା, ଗୋଟିଏ ସମୟ ମଧ୍ୟ ଏଭଳି ଆସିଥିଲା ବଙ୍ଗଳାଦେଶ ଗସ୍ତରେ ଯାଇଥିବା ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଙ୍କୁ ମଧ୍ୟ ସାକ୍ଷାତ କରି ନଥିଲେ l
୧୯୪୭ ରେ ଭାରତ ବିଭାଜନ ପରେ ତାଙ୍କ ପରିବାର ବଙ୍ଗଳାଦେଶ ର ଦିନାଜ ପୁତ୍ର ଚାଲି ଯାଇଥିଲେ, ଖାଲିଦା ଜୀୟା ଜଣେ ଭଲ ଲେଖିକା ଥିଲେ ଓ ଉଚ୍ଚ ଶିକ୍ଷିତା ଥିଲେ, ନିଜ ଜୀବନରେ ଅନେକ ପୁସ୍ତକ ଲେଖିଛନ୍ତି ଖାଲିଦା ଜୀୟା l
ଖାଲିଦା ଙ୍କ ବିବାହ ଅଭିଭାଜିତ ବଙ୍ଗଳାଦେଶ ଯେତେବେଳେ ଥିଲା, ସେହି ସମୟରେ ପାକିସ୍ତାନ ର ସେନା କ୍ୟାପଟେନ ଜିଆଉର ରହମାନ ଙ୍କ ସହିତ ୧୯୬୫ ରେ ହୋଇଥିଲା, ଏବଂ ସେ ପାକିସ୍ଥାନ ରେ ରହି ଆସୁଥିଲେ, ୧୯୬୫ ରେ ଭାରତ-ପାକିସ୍ଥାନ ଯୁଦ୍ଧ ସମୟରେ ଜିଆଉର ରହମାନ ଯୁଦ୍ଧରେ ମୁତୟନ ଥିଲେ l ବଙ୍ଗଳାଦେଶ ପାକିସ୍ଥାନ ନିକଟରୁ ଅଲଗା ହେବା ପରେ ବଙ୍ଗଳାଦେଶ ର ରାଷ୍ଟ୍ରପତି ହେଲେ ଜୀୟା ଉର ରହମାନ ଏବଂ  ଖାଲିଦା ଜୀୟା ୧୯୭୭-୧୯୮୧ ପର୍ଯ୍ୟନ୍ତ ଦେଶର ପ୍ରଥମ ମହିଳା ରହିଥିଲେ l
ଜିଆଉର ରହମାନ ୧୯୭୮ ରେ ବଙ୍ଗଳାଦେଶ ନେସନାଲିଷ୍ଟ ପାର୍ଟି ଗଢ଼ିଥିଲେ, କିନ୍ତୁ ମଇ ୩୦, ୧୯୮୧ ରେ ଜିଆଉର ଙ୍କର ହତ୍ୟା କରାଯାଇଥିଲା l ଖାଲିଦା- ଜିଆଉର ଙ୍କର ୨ପୁଅ , ତାରିକ ରହମାନ ଯିଏ ବର୍ତମାନ ଲଣ୍ଡନ ରୁ ନିର୍ବାସନ ଦଣ୍ଡ ପାଇ ଫେରିଛନ୍ତି, ଆଉ ଜଣେ ଅରଫାତ ରହମାନ, ଅରଫାତ ଙ୍କ ର ମୃତ୍ୟୁ ୨୦୧୫ ରେ ହୋଇଯାଇଛି l
ସ୍ୱାମୀଙ୍କ ମୃତ୍ୟୁପରେ ଖାଲିଦା ଆଉ ପଛକୁ ଚାହିଁ ନାହାନ୍ତି, ରାଜନୀତି ଜୀବନ ରେ ସେ ୩ଥର ପ୍ରଧାନମନ୍ତ୍ରୀ ହୋଇଛନ୍ତି, ପ୍ରଥମ ଥର ୧୯୯୧ ରେ ବଙ୍ଗଳାଦେଶ ର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହେଲେ, ଏହାପରେ ୧୯୯୬ ରେ ଦ୍ଵିତୀୟ ଥର ଅଳ୍ପ ସମୟ ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ, ତୃତୀୟ ଥର ୨୦୦୧ ରେ l ୨୦୦୯ ରେ ଶେଖ ହସିନା ଦୀର୍ଘ ସମୟ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ହେବା ପରେ ଖାଲିଦା ଜୀୟା ଙ୍କୁ କରପସନ ମାମଲାରେ ୨୦୧୮ ରେ ଜେଲ ପଠାଇଥିଲେ l
ଖାଲିଦା ଜୀୟା ନିଜ ନିଧନ ର ଗୋଟିଏ ଦିନ ପୂର୍ବରୁ ନାମାଙ୍କନ ପତ୍ର ଭରିଥିଲେ, ଅର୍ଥାତ ତାଙ୍କ ପକ୍ଷରୁ ୭ଟି ସିଟ ରେ ନାମାଙ୍କନ ଦାଖଲ କରାଯାଇଥିଲା, ୨୯ ତାରିଖ ଦିନ ମଧ୍ୟାହ୍ନ ସମୟରେ ବାଙ୍ଗଲାଦେଶ ଦେଶ ନେସନାଲ ପାର୍ଟି ପକ୍ଷରୁ ସମସ୍ତ ତଥ୍ୟ ଜମା କରାଯାଇଥିଲା l
Leave A Reply