ଝାରସୁଗୁଡା ସହରରେ ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କ ‘ଚାଏ ପେ ଚର୍ଚ୍ଚା’
ମାଫିଆ ବିଜେଡି ସରକାରକୁ ପ୍ରତ୍ୟାଖାନ କରିବେ ଝାରସୁଗୁଡାବାସୀ : ବୈଜୟନ୍ତ ପଣ୍ଡା
ଚା’ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ଯୋଗଦେଇ ସ୍ଥାନୀୟ ବାସିନ୍ଦା, ବୁଦ୍ଧିଜୀବି, ମହିଳା, ଯୁବକ, ଛାତ୍ର, କର୍ମଜୀବି ମାନଙ୍କ ସହ ଆଲୋଚନା କଲେ ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା
ଝାରସୁଗୁଡା/ଭୁବନେଶ୍ୱର, ତା.୦୨/୦୫: ରାଜ୍ୟରେ ଶାସନ କରୁଥିବା ବିଜେଡି ଦଳର ମାଫିଆ ସରକାରକୁ ଏବେ ଝାରସୁଗୁଡାବାସୀ ତୀବ୍ର ବିରୋଧ କରୁଛନ୍ତି ବୋଲି ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଆଜି ସକାଳେ ଝାରସୁଗୁଡା ସହର କାଳିି ମନ୍ଦିର ରାସ୍ତାରେ ସ୍ଥାନୀୟ ବାସିନ୍ଦା, ବୁଦ୍ଧିଜୀବି, ମହିଳା, ଯୁବକ, ଛାତ୍ର, କର୍ମଜୀବି ମାନଙ୍କ ସହ ଅନୁଷ୍ଠିତ ‘ଚାଏ ପେ ଚର୍ଚ୍ଚା’ କାର୍ଯ୍ୟକ୍ରମରେ କହିଛନ୍ତି ।
କେବଳ ସାମୂହିକ ଭାବେ ନୁହେଁ ବରଂ ବ୍ୟକ୍ତଗତ ଭାବେ ବିଭିନ୍ନ ସ୍ଥାନରେ ତାଙ୍କୁ ଭେଟିବା ଅବସରରେ ଝାରସୁଗୁଡା ନିର୍ବାଚନ ମଣ୍ଡଳୀର ଭୋଟରମାନେ ମତ ପ୍ରକାଶ କରୁଛନ୍ତି ବୋଲି ଶ୍ରୀ ପଣ୍ଡା କହିଛନ୍ତି । ଝାରସୁଗୁଡାରେ ଡାକ୍ତର ଅଭାବ, ଥାନାର ରାଜନୀତିକରଣ, ଚାଷୀଙ୍କ ପାଇଁ ଟୋକନ ବ୍ୟବସ୍ଥାରେ ଅପାରଗତା, ଅଘୋଷିତ ବିଜୁଳି କାଟ, ବ୍ୟାପକ ମାତ୍ରାରେ ପ୍ରଦୂଷଣ ବିଜେଡି ସରକାରର ବିଫଳତାର ନଗ୍ନ ଚିତ୍ର ଦେଖାଉଛି ।
ଏହି ‘ଚାଏ ପେ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଯୋଗଦେଇ କହିଛନ୍ତି ଯେ, ଝାରସୁଗୁଡାର ସାମଗ୍ରିକ ବିକାଶ ବିଜେପିର ମୁଖ୍ୟ ପ୍ରସଙ୍ଗ ହେବ । ୯୦ଦିନ ପରେ ବି ନବ ଦାସଙ୍କ ହତ୍ୟାର ରହସ୍ୟ ଉନ୍ମୋଚିତ ହୋଇପାରିଲାନାହିଁ । ରାଜ୍ୟ ସରକାରଙ୍କର ନିଜର କିମ୍ବା କେନ୍ଦ୍ରୀୟ ତଦନ୍ତ ଏଜେନ୍ସି ଉପରେ ଭରସା ନାହିଁ । ଏବେ ନିଜ ଛାଇକୁ ଦେଖି ଡରୁଛନ୍ତି ରାଜ୍ୟ ସରକାର ।
ପୂର୍ବତନ ରାଜ୍ୟ ସଭାପତି ଶ୍ରୀ କନକ ବର୍ଦ୍ଧନ ସିଂଦେଓ ଏହି ‘ଚାଏ ପେ ଚର୍ଚ୍ଚା’ ରେ ଯୋଗଦେଇ କହିଛନ୍ତି ଯେ, ଲୋକେ ଭୟମୁକ୍ତ ଝାରସୁଗୁଡା ଚାହୁଁଛନ୍ତି । ଶିଳ୍ପାନୁଷ୍ଠାନରେ ସ୍ଥାନୀୟ ପିଲାଙ୍କୁ ରୋଜଗାର, ପିଇବା ପାଣି ଓ ଜଳସେଚନ ଭଳି ସମସ୍ୟାର ସମାଧାନ କରିବାରେ ରାଜ୍ୟ ସରକାର ବିଫଳ ।
ରାଜ୍ୟ ବିଜେପି ମୁଖପାତ୍ର ତେଜେଶ୍ୱର ପରିଡାଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଭାପତି ଶ୍ରୀ ମଙ୍ଗଳ ସାହୁ ଯୋଗ ଦେଇ କହିଛନ୍ତି ଯେ, ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ବିପୁଳ ଭୋଟରେ ବିଜୟୀ ହେବାକୁ ଯାଉଛନ୍ତି ବୋଲି କହିଛନ୍ତି ।
ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନେତା ନିହାର ରାୟ, ରାଜ୍ୟ ବିଜେପି ଗଣମାଧ୍ୟମ ସହ-ସଂଯୋଜକ ସୁଜିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।