Odisha news

୭୭ ତମ ସ୍ୱାଧୀନତା ଦିବସ ଉପଲକ୍ଷେ ସକାଳ ଖବର ବିଶେଷ ସଂଗ୍ରହ  : ସ୍ୱତନ୍ତ୍ରତା ସଂଗ୍ରାମ ରେ ଝାସ ଦେଇଥିବା ଵୀରାଂଗନା ଝଲକାରୀ ବାଈ କିଏ

0

ଆଜି ଦେଶ ୭୭ତମ ସ୍ୱାଧୀନତା ଦିବସ ପାଳନ କରୁଛି , ଏହି ଅବସରରେ ସକାଳ ଖବର ପକ୍ଷରୁ ଗୋଟିଏ ଛୋଟ ପ୍ରୟାସ ଭାବରେ କିଛି ଵୀରାଂଗନା ଙ୍କ ତଥ୍ୟ ସଂଗୃହିତ l ତାହାକୁ ଆମେ ଆପଣଙ୍କ ସମୁଖରେ ରଖୁଛୁ l ଯେଉଁ ମାନଙ୍କ ବିଷୟରେ ଆଜିର ଯୁବପିଢୀ ଅଜ୍ଞ l  ଆମର ସ୍ୱାଧୀନତା ଏତେ ସହଜ ରେ ମିଳିନାହିଁ l ଏଥିପାଇଁ ଭାରତ ମାତାର ଅନେକ ସନ୍ତାନ ଙ୍କୁ ଇଂରେଜ ସରକାର ଫାସୀ ଖୁଣ୍ଟରେ ଝୁଲାଇଛି ଏବଂ କେତେ ଗୁଳିରେ କ୍ଷତବିକ୍ଷତ କରିଛି l ତେବେ ଯାଇ ଆମେ ସ୍ୱାଧୀନତା ପାଇଥିଲୁ, ଦେଶ ସର୍ବଦା ସେହି ବୀର ପୁରୁଷ ଓ ଵୀରାଂଗନା ମାନଙ୍କ ନିକଟରେ ଋଣୀ l ସେହି ସ୍ୱାଧୀନତା ସଂଗ୍ରାମୀ ଙ୍କ ମଧ୍ୟରେ କିଛି ଏଭଳି ଵୀରାଂଗନା ଥିଲେ ଯିଏକି ସର୍ବଦା ପୁଣ୍ୟ ଓ ସମ୍ମାନୀୟା ଅଟନ୍ତି l ଆଜି ଆସନ୍ତୁ ଜାଣିବା ସେହିଭଳି କିଛି ଵୀରାଂଗନା ଙ୍କ ବିଷୟ ରେ l

– ଝଲକାରୀ ବାଈ – ଝଲକାରୀ ବାଈ ଙ୍କ ଜନ୍ମ ନଭେମ୍ବର ୨୨ ୧୮୩୦ ରେ ଝାନ୍ସୀ ରେ ହୋଇଥିଲା l ସେ ପିଲାଟି ଦିନରୁ ନିଜ ମାଙ୍କୁ ହରାଇ ଥିଲେ, ଏବଂ ତାଙ୍କ ପିତା ତାଙ୍କୁ ଉଭୟ ପିତାମାତା ଙ୍କ ସ୍ନେହ ଦେଇ ବଡ଼ କରିଥିଲେ l ତାଙ୍କର ବିବାହ ରାଣୀ ଲକ୍ଷ୍ମୀବାଇ ଙ୍କ ସୈନ୍ୟ ଦଳର ଜଣେ ସୈନିକ ଙ୍କ ସହିତ ହୋଇଥିଲା l ଏବଂ ସେଠାରେ ସେ ରାଣୀ ଲକ୍ଷ୍ମୀବାଇ ଙ୍କ ସମ୍ପର୍କ ରେ ଆସିଲେ l ଏହାପରେ ଲକ୍ଷ୍ମୀବାଇ ତାଙ୍କ ଦ୍ୱାରା ପ୍ରଭାବିତ ହୋଇ ନିଜର ମହିଳା ସୈନ୍ୟ ଦଳ ଦୁର୍ଗା ରେ ଶାମିଲ କରିଥିଲେ l ଏଠାରେ ସେ ତୋପ ଓ ବନ୍ଧୁକ ଚଳାଇବା ଶିଖିଲେ ଏବଂ ଦୁର୍ଗା ଦଳର ସେନାପତି ଦାୟିତ୍ୱ ଗ୍ରହଣ କଲେ l ସେ ପ୍ରାୟତଃ ରାଣୀ ଲକ୍ଷ୍ମୀବାଇ ଙ୍କ ଭଳି କିଛି ମାତ୍ରାରେ ଦେଖିଲେ ଲାଗୁଥିଲେ l

ତେଣୁ ଅନେକ ସମୟରେ ତାଙ୍କୁ ଶତ୍ରୁ ପକ୍ଷ ରାଣୀ ଲକ୍ଷ୍ମୀବାଇ ବୋଲି ଭାବି ଧୋକା ଖାଇ ଯାଉଥିଲେ  l ସମୟ ଥିଲା ୧୮୫୭ , ଯେବେ ଆରମ୍ଭ ହୋଇଥିଲା ପରାଧୀନ ଭାରତର ପ୍ରଥମ ସ୍ୱତନ୍ତ୍ରତା ସଂଗ୍ରାମ l ଇଂରେଜ ସେନା ରାଣୀ ଲକ୍ଷ୍ମୀବାଇ ଙ୍କୁ ଘେରିଯିବା ଦ୍ୱାରା ଝଲକାରୀ ବାଇ  ରାଣୀ ଲକ୍ଷ୍ମୀବାଇ ଙ୍କ ବେଶରେ ଯୁଦ୍ଧ ଅଭ୍ୟାସ କରୁଥିବା ସମୟ ରେ ଇଂରେଜ ସରକାର ଙ୍କ ହାତରେ ଧରା ପଡିଲେ ଏବଂ ଏହି ସମୟ ରେ ରାଣୀ ଲକ୍ଷ୍ମୀବାଇ ଙ୍କୁ ରାଜ ଉଆସ ରୁ ପଳାୟନ କରିବାରେ ସଫଳ ହେଲେ lଏହି ସମୟରେ ଝଲକାରୀ ବାଈ ଙ୍କୁ ଗୁଳି ବାଜିବା ଦ୍ୱାରା ସେହିଠାରେ ସେ ଜୟ ମା ଭବାନୀ କହି ଟଳି ପଡ଼ିଥିଲେ l  ଝଲକାରୀ ବାଈ ଙ୍କ ବୀର ଗାଥା ଆଜି ମଧ୍ୟ ବୁନ୍ଦେଲଖଣ୍ଡ ର ରାଜ ଉଆସ ରେ ଜୀବିତ ହୋଇ ରହିଛି l ଝଲକାରୀ ବାଈ ଙ୍କ ସମ୍ମାନ ରେ ୨୦୦୧ ରେ ଗୋଟିଏ ଡାକ ଟିକେଟ ଉନ୍ମୋଚନ ହୋଇଥିଲା l

Leave A Reply