Odisha news

ଚନ୍ଦ୍ର ଯାତ୍ରା ପାଇଁ ‘ଗାର୍ଲଫ୍ରେଣ୍ଡ୍‌’ ଖୋଜୁଛନ୍ତି ଜାପାନୀ କୋଟିପତି; ଅନ୍‌ଲାଇନ୍‌ରେ ଦେଲେ ବିଜ୍ଞାପନ

0

ଟୋକିଓ: ‘ସ୍ପେସ୍‌ଏକ୍ସ’ ରକେଟ୍‌ରେ ତାଙ୍କ ସହ ଚନ୍ଦ୍ର ଚାରିପଟେ ଉଡ଼ିବୁଲିବାକୁ ଜଣେ ଗାର୍ଲଫ୍ରେଣ୍ଡ୍‌ ପାଇଁ ଜାପାନୀ କୋଟିପତି ୟୁସାକୁ ମାଏଜାଓ୍ଵା ଅନ୍‌ଲାଇନ୍‌ରେ ବିଜ୍ଞାପନ ଦେଇଛନ୍ତି।

ଜଣେ ଜାପାନୀ ଅଭିନେତ୍ରୀଙ୍କର ସହ ତାଙ୍କର ‘ବ୍ରେକ୍‌-ଅପ୍‌’ ହୋଇଛି ବୋଲି ନିକଟରେ ୟୁସାକୁ ମାଏଜାଓ୍ଵା ଘୋଷଣା କରିଛନ୍ତି। ଜୀବନକୁ ପୂର୍ଣ୍ଣରୂପେ ଉପଭୋଗ କରିବାକୁ ଆଗ୍ରହୀ ୟୁସାକୁ ୨୦ କିଂବା ତା’ଠାରୁ ଅଧିକ ବୟସର ଅବିବାହିତା ଝିଅଙ୍କ ଠାରୁ ଚନ୍ଦ୍ର ଯାତ୍ରା ନିମନ୍ତେ ଦରଖାସ୍ତ ଗ୍ରହଣ କରୁଛନ୍ତି।

ତାଙ୍କର ଏହି ‘ଗାର୍ଲ ଫ୍ରେଣ୍ଡ୍‌’ ଚୟନ ଅଭିଯାନକୁ ଗୋଟାଏ େଓ୍ଵବ୍‌ ଷ୍ଟ୍ରିମିଙ୍ଗ୍‌ ସର୍ଭିସ ପାଇଁ ଗୋଟାଏ ଟିଭି ସୋରେ ପରିଣତ କରାଯାଇଛି। ଦୁଇ ଜଣ ମହିଳାଙ୍କ ଗର୍ଭରୁ ତିନୋଟି ପିଲାର ବାପା ହୋଇଥିବା ୟୁସାକୁ କହନ୍ତି: ମୁଁ ଯେମିତି ବଞ୍ଚିବାକୁ ଚାହିଁଛି, ଆଜିଯାଏ ସେମିତି ବଞ୍ଚିଛି। ଅନ୍‌ଲାଇନ୍‌ ବିଜ୍ଞାପନରେ ସେ ଲେଖିଛନ୍ତି- ଏବେ ମୋତେ ୪୪ ବର୍ଷ। କ୍ରମଶଃ ଏକାକୀତ୍ୱ ଏବଂ ଶୂନ୍ୟତା ମୋତେ ଗ୍ରାସ କରୁଛି। ସେଥିପାଇଁ ମୁଁ ଗୋଟାଏ ଉପାୟ ପାଞ୍ଚିଛି: କେବଳ ଜଣେ ନାରୀକୁ ଭଲପାଇବି।

Image Source: Telegraph

ଏଥିପାଇଁ ଆବେଦନ କରିବାର ଶେଷ ତାରିଖ ହେଉଛି ୨୦୨୦ ଜାନୁଆରି ୧୭ ତାରିଖ। ଆବେଦନକାରିଣୀମାନଙ୍କ ସହ ‘ଡେଟ୍‌’ରେ ଯିବା ପରେ ମାର୍ଚ ଶେଷସୁଦ୍ଧା ମନୋନୟନ ଚୂଡ଼ାନ୍ତ ହେବ ବୋଲି ସେ କହିଛନ୍ତି।

ଅନ୍‌ଲାଇନ୍‌ ଫେସନ୍‌ କମ୍ପାନି ‘ଜୋଜୋ’ର ପୂର୍ବତନ ମୁଖ୍ୟ ଥିଲେ ୟୁସାକୁ। ଗତବର୍ଷ ସେ ଏହାକୁ ‘ୟାହୁ! ଜାପାନ’କୁ ବିକ୍ରୟ କରି ଦେଇଥିଲେ।
୨୦୨୩ରେ ସେ ଚନ୍ଦ୍ରାଭିଯାନରେ ଯିବାକୁ ସ୍ଥିର କରିଛନ୍ତି। ତାଙ୍କ ସହ ସେ ପ୍ରାୟ ଅଧ ଡଜନ ଚିତ୍ରକରଙ୍କୁ ନେବା ପାଇଁ ଯୋଜନା ମଧ୍ୟ କରିଛନ୍ତି। ୟୁସାକୁ ଚନ୍ଦ୍ରରେ ଅବତରଣ ନ କରି କେବଳ ତା’ ଚାରିପଟେ ଘୂରି ବୁଲିବେ।

Govt
Leave A Reply