Odisha news

ପେଟରେ ଥିଲା ୧୦ କୋଟିର ଡ୍ରଗ୍ସ, ୧୦ ଡଜନ କଦଳୀ ଖୁଆଇ ବାହାରକଲା ପୁଲିସ୍‌

0

ନୂଆଦିଲ୍ଲୀ:ଡ୍ରଗ୍‌ସ କାରବାର ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ପୁଲିସ ଯେତେ ନିୟମ ବାହାର କରୁଛି, ମାଫିଆମାନେ ସେତେ ବାଟ ବାହାର କରୁଛନ୍ତି। ଏମିତି ଏକ ଅଭିନବ ଉପାୟରେ ଆଫଗାନିସ୍ଥାନରେ ଦିଲ୍ଲୀ ଆସୁଥିଲା ଡ୍ରଗ୍ସ। ଏମିତି ଭାବରେ ତାକୁ ଅଣାଯାଉଥିଲା, ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ଖୁସିର ଖବର ଯେ, ପୋଲିସ ଡ୍ରଗ୍‌ ମାଫିଆଙ୍କୁ ତାଙ୍କ ମିଶନ୍‌ରେ ରୋକ୍‌ ଲଗାଇବାରେ ସପଳ ହୋଇଛି।

ଏହି ମାଫିଆମାନେ ଡ୍ରଗ୍‌ସ ଥିବା କ୍ୟାପ୍‌ସୁଲ ପେଟରେ ଲୁଚାଇ ଆଣୁଥିଲେ। ଏଥିପାଇଁ ସେମାନଙ୍କୁ ଲକ୍ଷ ଲକ୍ଷ ଟଙ୍କା ମିଳୁଥିଲା। ଗୁଇନ୍ଦା ତଥ୍ୟ ମିଳିବା ପରେ ଏହି ଗ୍ରୁପ୍‌ର ୭ ଜଣଙ୍କୁ ଇନ୍ଦିରା ଗାନ୍ଧୀ ଇଣ୍ଟରନାଶନାଲ ଏୟାରପୋଟରୁ ଗିରଫ କରାଯାଇଛି। ଏମାନଙ୍କ ପେଟରୁ ୨୦ରୁ ୪୦ଟି ଲେଖାଏ କ୍ୟାପ୍‌ସୁଲ ମିଳିଥିଲା। ୭ ଜଣଙ୍କ ପେଟରୁ ପ୍ରାୟ ୧୭୭ କ୍ୟାପ୍‌ସୁଲ ଜବତ କରାଯାଇଥିଲା ଯେଉଁଥିରେ ହେରୋଇନ ଥିଲା । ଜବତ ଡ୍ରଗ୍‌ସ ଦାମ ୧୦ କୋଟି ଟଙ୍କା ହେବ। ଏଥି ସହିତ ଅନ୍ୟ ୨ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି। ଏମାନେ ଭାରତରେ ଥିଲେ ଏବଂ ଦୁହେଁ ରିସିଭର ବୋଲି କୁହାଯାଉଛି।

ଏମାନଙ୍କୁ ଏନ୍‌ସିବି ( Narcotics Control Bureau) ଗିରଫ କରିଛି। ପ୍ରଥମେ ଏମାନଙ୍କ କାରବାର  ଉପରେ ଏନ୍‌ସିବିର ସନ୍ଦେହ ଆସିଥିଲା।  ତାଙ୍କୁ ଅଟକାଇ ପଚରାଉଚରା କରିଥିଲେ। ସନ୍ଦେହ ବଢିବାରୁ ଯାଞ୍ଚ କରାଗଲା। ହେଲେ କିଛି ମିଳି ନ ଥିଲା। ତଥାପି ସନ୍ଦେହ ଆସିବାରୁ ଏନସିବି ଅଧିକାରୀମାନେ ତାଙ୍କର ସ୍କାନିଂ କରିଥିଲେ। ସ୍କାନିଂ ପରେ ଯାହା ଦେଖିଲେ ଅଧିକାରୀଙ୍କର ମଧ୍ୟ ହୋସ୍‌ ଉଡିଗଲା। ସେମାନେ ସମସ୍ତଙ୍କ ପେଟରେ ଡ୍ରଗ୍‌ସ ଥିବା କ୍ୟାପ୍‌ସୁଲ ଦେଖିଥିଲେ। ଏହି କ୍ୟାପ୍‌ସୁଲ୍ ବାହାର କରିବା ପାଇଁ ଅଧିକାରୀମାନେ ତାଙ୍କୁ ୧୦ ଡଜନ କଦଳୀ ଖୁଆଇଲେ।

ତେବେ ସେମାନଙ୍କ ପେଟକୁ ଏଇ କ୍ୟାପ୍‌ସୁଲ୍‌ ଗଲା କେମିତି ? ଗିରଫ ଅଭିଯକ୍ତଙ୍କ କହିବା ଅନୁଯାୟୀ, ମହୁ ଏବଂ ଏକ ସ୍ୱତନ୍ତ୍ର ତେଲ ସାହାଯ୍ୟରେ ଏହି କ୍ୟାପ୍‌ସୁଲ୍‌ ତାଙ୍କ ପେଟ ଭିତରକୁ ଯାଉଥିଲା। ଏହି ମାଫିଆମାନେ ଆଫଗାନିସ୍ଥାନରୁ ଦିଲ୍ଲୀ ଆସୁଥିବାବେଳେ ନା କିଛି ଖାଉଥିଲେ, ନା ପାଣି ପିଉଥିଲେ। ଦିଲ୍ଲୀର କୌଣସି ଏକ ହୋଟେଲକୁ ଯାଇ ସେଠାରେ ଏହି କ୍ୟାପ୍‌ସୁଲ୍‌କୁ ବାହାର କରିଥାନ୍ତେ, ତା’ ପରେ  ଖାଇବା-ପିଇବା କରିଥାନ୍ତେ।

Leave A Reply