ଭାଦ୍ରବମାସ କୃଷ୍ଣପକ୍ଷର ଅଷ୍ଟମୀ ତିଥିରେ ଭଗବାନ ଶ୍ରୀକୃଷ୍ଣ ଙ୍କ ଜନ୍ମ ହୋଇଥିଲା l ପ୍ରତିବର୍ଷ ଭାଦ୍ରବମାସ ରେ ଅଷ୍ଟମୀ ତିଥିରେ କୃଷ୍ଣ ଜନ୍ମୋତ୍ସବ ପାଳିତ ହୋଇଥାଏ l ଚଳିତ ବର୍ଷ ଏହି ପର୍ବ ୧୮ ଓ ୧୯ ଅଗଷ୍ଟ ଦିନ ପାଳନ କରାଯିବ l କୃଷ୍ଣ ଜନ୍ମାଷ୍ଟମୀ ରେ ଚଳିତ ଥର ଧୃବ ଓ ବୃଦ୍ଧି ଯୋଗ ସୃଷ୍ଟି ହେଉଛି , ଯାହାକି ଖୁବ ଶୁଭ ଅଟେ l ଏହି ଶୁଭ ଯୋଗରେ ଶ୍ରୀକୃଷ୍ଣ ଙ୍କୁ ପୂଜା କରିବା ଦ୍ୱାରା ମନୋବାଂଛିତ ଫଳ ପ୍ରାପ୍ତି ହୋଇଥାଏ l
ମେଷ ରାଶି – ଏହି ରାଶିର ବ୍ୟକ୍ତି କlହ୍ନାଙ୍କୁ ତୁଳସୀ ଓ ଚନ୍ଦନ ଅର୍ପଣ କରିବା ଦ୍ୱାରା ସମସ୍ତ ମନୋସ୍କାମନା ପୂରଣ ହୋଇଥାଏ ଓ ଜୀବନ ରେ ଖୁବ ଉନ୍ନତି ହୋଇଥାଏ l
ବୃଷ ରାଶି – ଶ୍ରୀକୃଷ୍ଣ ଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏହି ରାଶିର ବ୍ୟକ୍ତି ଧଳା ରଙ୍ଗର ଫୁଲ ଅର୍ପଣ କରନ୍ତୁ l ଏହାଦ୍ୱାରା ଶ୍ରୀକୃଷ୍ଣଙ୍କ କୃପା ଲାଭ କରିବେ l
ମିଥୁନ ରାଶି – ମିଥୁନ ରାଶିର ବ୍ୟକ୍ତି ଏହିଦିନ ଭଗବାନ ଶ୍ରୀକୃଷ୍ଣଙ୍କୁ ସନ୍ତୁଷ୍ଟ କରିବା ପାଇଁ ଲହୁଣୀ ଓ ଗୁଡ଼ ଅର୍ପଣ କରିବା ଆବଶ୍ୟକ l
କର୍କଟ ରାଶି – କର୍କଟ ରାଶିର ବ୍ୟକ୍ତି କୃଷ୍ଣଙ୍କ ର ଖୁବ ପ୍ରିୟ l ଏହି ରାଶିର ବ୍ୟକ୍ତି ପ୍ରଭୁଙ୍କ କୃପା ଲାଭ କରିବା ପାଇଁ ଧଳା ବସ୍ତ୍ର ଓ ଧଳା ପୁଷ୍ପ ଅର୍ପଣ କରିବା ଜରୁରୀ l
ସିଂହ ରାଶି – ଏହି ରାଶିର ବ୍ୟକ୍ତି ଶ୍ରୀକୃଷ୍ଣ ଙ୍କୁ ଗୋଲାପ ପୁଷ୍ପ ଅର୍ପଣ କରିବା ଦ୍ୱାରା ମାନ ସମ୍ମାନ ବୃଦ୍ଧି ହୋଇଥାଏ l
କନ୍ୟା ରାଶି – ଶ୍ରୀକୃଷ୍ଣ ଙ୍କ କୃପା ଲାଭ କରିବା ପାଇଁ କନ୍ୟା ରାଶିର ବ୍ୟକ୍ତି ସବୁଜ ବସ୍ତ୍ର ଓ ତୁଳସୀ ଅର୍ପଣ କରିବା ଜରୁରୀ l
ତୁଳା ରାଶି – ଏହି ରାଶିର ବ୍ୟକ୍ତିଙ୍କ ଉପରେ କୃଷ୍ଣଙ୍କ କୃପା ରହିଥିବା କାରଣରୁ କାହ୍ନା କୁ ସନ୍ତୁଷ୍ଟ କରିବା ପାଇଁ କମଳା ରଙ୍ଗର ବସ୍ତ୍ର ଅର୍ପଣ କରି କଦମ୍ବ ଫୁଲ ଅର୍ପଣ କରନ୍ତୁ l ସୁଖୀ ହେବ ଜୀବନ l
ବିଛାରାଶି – ପ୍ରଭୁଙ୍କ କୃପା ଲାଭ କରିବା ପାଇଁ ଏହି ରାଶିର ବ୍ୟକ୍ତି କାହ୍ନା କୁ ପଞ୍ଚାମୃତ ଅର୍ପଣ କରିବା ଜରୁରୀ ଅଟେ l
ଧନୁ ରାଶି – ଧନୁ ରାଶିର ବ୍ୟକ୍ତି ଶ୍ରୀକୃଷ୍ଣଙ୍କ ଶୃଙ୍ଗାର ହଳଦିଆ ବସ୍ତ୍ରରେ କରିବା ପରେ ତାଙ୍କୁ କନିଅର କିମ୍ବା ହଳଦିଆ ଗେଂଡୁ ଫୁଲ ଅର୍ପଣ କରିବା ଆବଶ୍ୟକ l
ମକର ରାଶି – ଜୀବନ ର ସୁଖ ସମୃଦ୍ଧି ପାଇଁ ଏହି ରାଶିର ବ୍ୟକ୍ତି ଶ୍ରୀକୃଷ୍ଣଙ୍କୁ ଦୁଗ୍ଧ ସ୍ନାନ କରାଇ ଲହୁଣୀ ଅର୍ପଣ କରନ୍ତୁ l
କୁମ୍ଭ ରାଶି – କୁମ୍ଭ ରାଶିର ବ୍ୟକ୍ତି କୃଷ୍ଣଙ୍କ ନିକଟରେ ବଇଁଶୀ ଅର୍ପଣ କରନ୍ତୁ ଜୀବନ ରେ ସ୍ଥିରତା ଆସିବ ଓ ଶାନ୍ତି ମିଳିବ l
ମୀନ ରାଶି – ମୀନାରାଶିର ବ୍ୟକ୍ତି ଶ୍ରୀକୃଷ୍ନ ଙ୍କ କୃପା ଲାଭ କରିବା ପାଇଁ ତୁଳସୀ ମାଳା ଓ ମାଳତୀ ଫୁଲ ଅର୍ପଣ କରନ୍ତୁ l