Odisha news

ଜନ୍ମାଷ୍ଟମୀ ଦିନ ଘରକୁ ଆଣନ୍ତୁ ଶ୍ରୀକୃଷ୍ଣ ଙ୍କ ସହିତ ଯୋଡି ହୋଇଥିବାଏହିସବୁ ଜିନିଷ : ଜୀବନରେ ଆସିବ ସୁଖ ଓ ସମୃଦ୍ଧି

ଜନ୍ମାଷ୍ଟମୀ ର ପବିତ୍ର ଦିନ ଟି ଭଗବାନ୍ ଶ୍ରୀକୃଷ୍ଣ ଙ୍କୁ ସମର୍ପିତ । ହିନ୍ଦୁ ଧର୍ମରେ ମାନ୍ୟତା ଅନୁସାରେ ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ଶ୍ରୀକୃଷ୍ଣଙ୍କ ଜନ୍ମ । ଚଳିତ ବର୍ଷ ର ଜନ୍ମାଷ୍ଟମୀ ଅଗଷ୍ଟ ୩୦ ତାରିଖ ଦିନ ପଡ଼ୁଚି ।
ବାସ୍ତୁ ଶାସ୍ତ୍ର ଅନୁସାରେ ଏହି ଦିନ ଶ୍ରୀକୃଷ୍ଣ ଙ୍କ ସହିତ ସମ୍ପର୍କ ଥିବା କିଛିଟା ଜିନିଷ କିଣିବା ଦ୍ଵାରା ଜୀବନରେ ସଫଳତା ମିଳିଥାଏ ।
* ବଇଁଶୀ ଶ୍ରୀକୃଷ୍ଣ ଙ୍କ ର ଖୁବ୍ ପ୍ରିୟ ଅଟେ । ଏହାକୁ ଘରେ ରଖିବା ଖୁବ୍ ଶୁଭ ଅଟେ । ଘରେ ବାସ୍ତୁ ଦୋଷ ରହିଚି ଓ ଜୀବନରେ ଉନ୍ନତି ହେଉନାହିଁ ତେବେ ଜନ୍ମାଷ୍ଟମୀ ଦିନ ଘରକୁ ବଇଁଶୀ ଆଣିବା ଆବଶ୍ୟକ । ରାତିରେ ଏହି ବଇଁଶୀ କୁ ଶ୍ରୀକୃଷ୍ଣ ଙ୍କୁ ଅର୍ପଣ କରନ୍ତୁ । ପରଦିନ ଏହି ବଇଁଶୀ କୁ ଘରର ପୂର୍ବ ଦିଗରେ ଗୋଟିଏ କାନ୍ଥରେ ଟାଙ୍ଗୀ ଦିଅନ୍ତୁ । ଦେଖିବେ ଜୀବନରୁ ସମସ୍ତ ଅସୁବିଧା ଦୂରେଇ ଯିବ ।
* ବାସ୍ତୁ ଶାସ୍ତ୍ରରେ ଯଦି ଘରେ କାଠର ବଇଁଶୀ ରଖିବେ ତେବେ ସେହି ପରିବାର ଉପରେ ଭଗବାନ୍ ଙ୍କ ଆଶୀର୍ବାଦ ରୁହେ ଓ ଘରେ କେବେବି ଅର୍ଥ ଅଭାବ ରୁହେ ନାହିଁ । ମାନ୍ୟତା ଅନୁସାରେ ଘରର ମୁଖ୍ୟ ଦ୍ଵାରରେ ବଇଁଶୀ ଟାଙ୍ଗିବା ଖୁବ୍ ଶୁଭ ଅଟେ ।
* ଯଦି ଆପଣଙ୍କ ପରିବାରରେ ସର୍ବଦା କଳହ ଦେଖା ଯାଉଛି ତେବେ ଗୋଟିଏ ରୂପା କିମ୍ବା ବାଉଁଶ ର ବଇଁଶୀ ସଜେଇ ଶ୍ରୀକୃଷ୍ଣ ଙ୍କୁ ଅର୍ପଣ କରନ୍ତୁ ଓ ପରେ ଏହାକୁ ନିଜ ଘରର ଯେ କୌଣସି କକ୍ଷରେ ଦକ୍ଷିଣ ଦିଗରେ ଟାଙ୍ଗନ୍ତୁ, ଏହା କଳହ ଦୁର କରିବା ସହ ଦାମ୍ପତ୍ୟ ଜୀବନରେ ସୁଖ ପ୍ରାପ୍ତି ହୁଏ ।
* ଜନ୍ମାଷ୍ଟମୀ ଦିନ ଯଦି ଆପଣ ଘରକୁ ପୂଜା ସ୍ଥାନ ନିକଟରେ ଗାଈ କିମ୍ବା ବାଛୁରୀ ରଖିବେ ତେବେ ଘରର ଆର୍ଥିକ ସ୍ଥିତି ସୁଦୃଢ ହୋଇଥାଏ ଓ ଜୀବନରେ ସଫଳତା ମିଳିବ ।

Comments are closed.