ୟଦା ୟଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ
ଅଭ୍ୟୁର୍ଥାନ ଅଧର୍ମସ୍ୟ ତଦାତ୍ମାନଂ ସ୍ଵଜାମ୍ୟାହିଁ
ପରି ତ୍ରାଣl ୟଂ ସାଧୁ ନାମ , ବିନାସାୟ ଚ ଦୁସ୍କୃତମ୍ , ଧର୍ମ ସଂସ୍ଥା ପନା ଥର୍ୟ ସମ୍ଭବାମି ୟୁଗେ ଯୁଗେ
ସେଲି ପଟ୍ଟନାୟକ : ପୁରାଣ ଅନୁସାରେ ସମୟକୁ ବିଭିନ୍ନ ଯୁଗରେ ବିଭକ୍ତ କରାଯାଇଛି। ଯେପରିକି ସତ୍ୟଯୁଗ , ତ୍ରେତେୟା ଯୁଗ,ଦ୍ଵାପର ଯୁଗ ଓ କଳି ଯୁଗ । ସମସ୍ତ ଯୁଗର ବିଶେଷତା ରହିଛି । ସମସ୍ତ ଯୁଗ ସେହି ନିରାମୟ ସର୍ବ ଶକ୍ତିମାନ ଭଗବାନଙ୍କ ଦ୍ଵାରା ଆଶ୍ରିତ । ସମସ୍ତ ଯୁଗରେ ସେହି ପୁରୁଷତ୍ତମ ନିଜର ବିଭିନ୍ନ ରୂପରେ ଏହି ଜଗତକୁ ପାଳନ କରି ଉଜ୍ବଳ ଆଲୋକ ରେ ଆଲୋକିତ କରି ଥାଆନ୍ତି । ସେହି ଅନାଦି ପୁରୁଷ ଙ୍କ ର ଅନେକ ଅବତାର ମଧ୍ୟରୁ ଗୋଟିଏ ହେଉଛି କୃଷ୍ଣ ଅବତାର ।
ଅସାମାନ୍ୟ ଶକ୍ତିକୁ ଧାରଣକରି ଭାଦ୍ରବ ମାସ , କୃଷ୍ଣ ପକ୍ଷ , ଅଷ୍ଟମୀ ତିଥି , ରୋହିଣୀ ନକ୍ଷତ୍ର ରେ କଂସ ର ବନ୍ଦିଶାଳରେ ପ୍ରଭୁ ଜନ୍ମ ନେଇଥିଲେ । ଏହିଦିନ ଚନ୍ଦ୍ରମା ବୃଷ ରାଶିରେ ଓ ସୂର୍ଯ୍ୟ ସିଂହ ରାଶିରେ ଥିଲେ । ଭଗବାନ୍ ବିଷ୍ଣୁଙ୍କର ଅଷ୍ଟମ ଅବତାର ହେଲା କୃଷ୍ଣ ଅବତାର । ଭଗବାନ୍ ଗୀତାରେ କହିଥିଲେ ଯେ ଯେତେବେଳେ ଏହି ଧରା ପୃଷ୍ଠରେ ପାପର ଭାର ବଢ଼ି ଯିବ ସେହି ସମୟରେ ମୁଁ ଆବିର୍ଭାବ ହେବି । କାରଣ ପୃଥିବୀ ଉପରେ ପାପର ଭାର ବଢ଼ିଗଲେ ଭଗବାନ୍ ନିଜର ଦିବ୍ୟ ରୂପ ଦେଖାଇ ଥାଆନ୍ତି । ସେହିଭଳି ତ୍ରେତେୟା ଯୁଗରେ ଏହି ବିଶ୍ଵ ଅସୁର ଓ କ୍ରୂର ପାପି ମାନଙ୍କ କବଳରେ କବଳିତ ହୋଇଥିଲା । ଅସୁର ମାନେ ନିଜର ଅତ୍ୟାଚାର ବଢାଇ ଚାଲିଥିଲେ । ସେହିଭଳି କଂସ ମଧ୍ୟ ନିଜର ପ୍ରଭାବ ଦ୍ଵାରା ସ୍ବର୍ଗ ମର୍ତ୍ୟ ଓ ପାତାଳ ପୁରୀକୁ ଅସ୍ଥିର କରି ଦେଇଥିଲା । ବିଶ୍ଵ ବ୍ରହ୍ମାଣ୍ଡ ପାପ ଭାରରେ ଥରହର ହୋଇଥିଲା । ସେହି ସମୟରେ କଂସକୁ ସ୍ବର୍ଗ ବାଣୀ ହୋଇଥିଲା ଯେ ତୋ ଭଉଣୀର ଅଷ୍ଟମ ଗର୍ଭ ତୋର ବିନାଶର କାରଣ ହେବ । ଏହାପରେ କଂସ ନିଜ ଭଉଣୀ ସହିତ ଭେଣେଇଙ୍କୁ ବନ୍ଦୀ କରି କାରାଗାର ରେ ରଖିଲା ।
କଂସ ନିଜ କ୍ରୂର ପ୍ରକୃତି ଯୋଗୁଁ ଦେବକୀ ଙ୍କ ର ଗୋଟିଏ ଗୋଟିଏ ସନ୍ତାନଙ୍କୁ ହତ୍ୟା କରି ଚାଲିଲା , କିନ୍ତୁ କଣ ହେବ ସେହି ନିରାମୟ ଭଗବାନ୍ ଙ୍କ ହାତରେ ହିଁ କଂସ ର ମୃତ୍ୟୁ ହେଲା ।
ତେଣୁ ପ୍ରତେକ୍ ବର୍ଷ ଭାଦ୍ରବ ମାସ କୃଷ୍ଣ ପକ୍ଷରେ ଅଷ୍ଟମୀ ତିଥିରେ ଜନ୍ମାଷ୍ଟମୀ ଉତ୍ସବ ଆମ ହିନ୍ଦୁ ଧର୍ମରେ ପାଳିତ ହୁଏ । ଏହି ଜନ୍ମାଷ୍ଟମୀ ପର୍ବ ହିନ୍ଦୁ ଧର୍ମର ଗୋଟିଏ ଅତି ପ୍ରିୟ ପର୍ବ । କେବଳ ଏହା ଭାରତରେ ନୁହେଁ ବିଦେଶରେ ମଧ୍ୟ ଅନେକ ସ୍ଥାନରେ ପାଳନ ହୁଏ । ଜନ୍ମାଷ୍ଟମୀ ଭାରତ ବ୍ୟତୀତ ବିଦେଶରେ ମଧ୍ୟ ପାଳିତ ହୁଏ ।
କିନ୍ତୁ ବିଶେଷ କରି ବୃନ୍ଦାବନ ରେ ଜନ୍ମାଷ୍ଟମୀ ପାଳନ ଅତି ଧୁମଧାମ ରେ ପାଳିତ ହୋଇଥାଏ । ଏହି ଦିନ ସମସ୍ତ କୃଷ୍ଣ ମନ୍ଦିରରେ ଭଜନ କୀର୍ତ୍ତନ ସହ ଦହି ହାଣ୍ଡି ଭାଙ୍ଗିବା କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୁଏ । ଶ୍ରଦ୍ଧାଳୁ ମାନେ ମଧ୍ୟ ଖୁବ୍ ଶ୍ରଦ୍ଧାର ସହିତ ନିଜ ମନର ଅହଙ୍କାର ଓ କ୍ରୋଧ କୁ ତ୍ୟାଗ କରିବା ପାଇଁ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳନ କରନ୍ତି ।
ସକାଳ ଖବର ପକ୍ଷରୁ ଆପଣ ସମସ୍ତଙ୍କୁ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ର ଅନେକ ଅନେକ ଶୁଭେଚ୍ଛା । ଜୟ ଶ୍ରୀ କୃଷ୍ଣ।
Comments are closed.