Odisha news

ଜାମ୍ମୁର ପୁଂଛରେ ପାକିସ୍ତାନର ଆତଙ୍କବାଦୀ ଅନୁପ୍ରବେଶ ଚେଷ୍ଟାକୁ ବିଫଳ କଲା ଭାରତୀୟ ସେନା

0

ନୂଆଦିଲ୍ଲୀ : ଜାମ୍ମୁର ପୁଂଛ ସେକ୍ଟରରେ ଭାରତୀୟ ସେନା ଦ୍ୱାରା ପାକିସ୍ତାନର ଅବୈଧ ଅନୁପ୍ରବେଶ  ଚେଷ୍ଟାକୁ ବିଫଳ କରିବା ସହିତ ଗୋଟିଏ ଆତଙ୍କବାଦୀକୁ ମାରିଦିଆ ଯାଇଛି l ଘଟଣାଟି ହେଲା ଅଗଷ୍ଟ ୭ ତାରିଖ ଦିନ ଯେବେ ପାକିସ୍ତାନ LOC ରେ ଅଧିକାଂଶ ସ୍ଥାନରେ ଫାଇରିଙ୍ଗ କରି ଅବୈଧ ଅନୁପ୍ରବେଶ କରାଇବା ପାଇଁ ଚେଷ୍ଟା କରିଥିଲା l ଜାମ୍ମୁର ରକ୍ଷାମନ୍ତ୍ରାଳୟ ପ୍ରବକ୍ତା ଲେଫ୍ଟନେଣ୍ଟ କର୍ଣ୍ଣଲ ଦେବେନ୍ଦ୍ର ଆନନ୍ଦ କହିଛନ୍ତି ଯେ ଅଗଷ୍ଟ ୭ ତାରିଖ ଦିନ ପାକିସ୍ତାନ ପକ୍ଷରୁ ଜାମ୍ମୁର ପୁଂଛ ସ୍ଥିତ କୃଷ୍ନା ଘାଟିରେ ଅବୈଧ ଅନୁପ୍ରବେଶ କରିବାର ଚେଷ୍ଟାକୁ ଭାରତୀୟ ସେନା ଭଣ୍ଡୁର କରିଥିଲା l ସେ କହିଛନ୍ତି ଯେ ସୀମାରେ ଉପସ୍ଥିତ ଥିବା ଭାରତୀୟ ଯବାନ ମାନେ ,ହୋଇଥିବା ତାରବନ୍ଦି ନିକଟରେ କିଛି ହଲଚଲ ହେବାର ଦେଖିଥିଲେ ଓ ଏହା ପରେ ଫାଇରିଙ୍ଗ  ହେବ ଆରମ୍ଭ ହୌଇଯାଇଥିଲା l

ଏହି ଫାଇରିଙ୍ଗରେ ଅନୁପ୍ରବେଶ କରୁଥିବା ଗୋଟିଏ ଆତଙ୍କବାଦୀର ମୃତ୍ୟୁ ହୋଇଛି ,ତାର ଅନ୍ୟଦୁଇ ସାଥି ଆହତ ହୋଇଛନ୍ତି l ଏହି ଘଟଣା ପରେ ସେନା ପକ୍ଷରୁ ପୁରା ଇଲାକାରେ ଛାନଭିନ ଅଭିଯାନ ଆରମ୍ଭ କରାଯାଇଥିଲା ,ଯେଉଁଠାରୁ ଭାରତୀୟ ସେନାକୁ ଏହି କଥାର ପ୍ରମାଣ ମିଳିଲା ଯେ ମରାଯାଇଥିବା ଆତଙ୍କବାଦୀକୁ ତାର ସାଥିମାନେ ଟାଣି ପାକିସ୍ତାନ ସୀମାକୁ ନେଇଯାଇଛନ୍ତି l ଏହି ଛାନଭିନ ସମୟରେ ସେନାକୁ ସେଠାରୁ ଗୋଟିଏ AK-47 ରାଇଫଲ ,ଦୁଇଟି AK- 47ର ମ୍ୟାଗଜିନ ଓ କିଛି ଖାଦ୍ୟପଦାର୍ଥ ମିଳିଥିଲା l ଯେଉଁ ଖାଦ୍ୟପଦାର୍ଥ ଘଟଣା ସ୍ଥଳରୁ ଜବତ କରାଯାଇଥିଲା ତା ଉପରେ ପାକିସ୍ତାନରେ ତିଆରି ହୋଇଥିବା ମୋହର ଲାଗିଥିଲା l ଯେଉଁଥିରୁ ସ୍ପଷ୍ଟ ଜଣାପଡିଥିଲା ଯେ ପାକିସ୍ତାନ ଲଗାତାର ଆତଙ୍କବାଦୀ ମାନଙ୍କୁ ପଠାଉଛି l

ଏହା ସହିତ ସେନା ପକ୍ଷରୁ କୁହାଯାଇଛି ଯେ ଭାରତୀୟ ସେନା ସୀମାରେ ପାକିସ୍ତାନର ସମସ୍ତ ଗତିବିଧି ଉପରେ ନଜର ରଖିଛନ୍ତି ଓ ପାକିସ୍ତାନର କୌଣସି ଖରାପ ଉଦେଶ୍ୟକୁ ପୁରା ହେବାକୁ ଦିଅ ଯିବା ନାହିଁ l

 

Leave A Reply