Odisha news

ଦୀପାବଳି ପାଇଁ ଜମନକିରା ଉସବମୁଖର

0
ଜମନକିରା : ଆସନ୍ତା ସୋମବାର ଦିନ ହେବାକୁ ଥିବା ଦୀପାବଳୀ ପାଇଁ ସାରା ଭାରତ ଉସବମୁଖର ରହିଥିବା ବେଳେ ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅଞ୍ଚଳ ଲୋକଙ୍କ ମନରେ ମଧ୍ୟ ବେଶ ଉସହ ଦେଖିବାକୁ ମିଳୁଛି। ହିନ୍ଦୁ ଧର୍ମ ଅନୁଯାଇ ପ୍ରଭୁ ଶ୍ରୀରାମ ରାବଣର ବଧ କରିବା ପରେ ଅଯୋଧ୍ୟା ରାଜ୍ୟରେ ଭଗବାନ ଶ୍ରୀରାମଙ୍କୁ ଦୀପ ଜଳାଇ ସ୍ଵାଗତ ପୂର୍ବକ ପୂଜା ବନ୍ଦାପନା କରାଯାଇଥିଲା। ଠିକ ସେହିପରି ଏହି ଅଞ୍ଚଳରେ ମଧ୍ୟ ଅନୁରୂପ ଭାବେ ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳୁଛି। ତ୍ରେତୟା ଯୁଗରେ ଆଜି ପର୍ଯ୍ୟନ୍ତ ଦୀପାବଳୀ ପାଲନ ଚାଲିଆସିଛି। ବିଗତ ୨ ବର୍ଷ ହେବ କରୋନା କଟକଣା ଯୋଗୁଁ ଦୀପାବଳୀ ଉସ୍ଵବ ପାଳନ କରାଯାଇନଥିବା ବେଳେ ଚଳିତ ବର୍ଷ ବେସ ଉସ୍ୱାହ ଦେଖିବାକୁ ମିଲୁଛି। ଦୋକାନ ବଜାର ବେସ ଭିଡ ରହିଛି। ବିଭିନ୍ନ ବଜାରରେ ମାଟି ଦୀପ, ମାଠିଆ ତଥା ଦୋକାନ ମାନଙ୍କରେ ବସ୍ତ୍ର କିଣିବା ପାଇଁ ବହୁତ ଭିଡ ଦେଖିବାକୁ ମିଳୁଛି।
ବିଭିନ୍ନ ସ୍ଥାନରେ ଦୀପାବଳୀ ପୂଜା, କାଳୀ ପୂଜା ପାଇଁ ସଜସାଜ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଅୟୋଜନ ହୋଇଯାଇଛି। ମାଟିରେ କୁମ୍ଭାର ସମ୍ପ୍ରଦାୟର ଲୋକେ ମାଟି ତିଆରି ସାମଗ୍ରୀ ବିକ୍ରି କରୁଥିବା ବେଳେ ବିକ୍ରେତା ତୁଲାରାମ ରଣା କୁହନ୍ତି ବିଗତ ବର୍ଷ ମାନଙ୍କରେ ଆମେ କୁମ୍ଭାର ସମ୍ପ୍ରଦାୟର ଲୋକେ ମାଟିରେ ତିଆରି ଜିନିଷ ବିକ୍ରି କରି ବେସ ଦୁଇ ପଇସା ଅର୍ଜନ କରି ପାରୁଛୁ। କିନ୍ତୁ ସମୟର ଅତିକ୍ରମରେ ବିଭିନ୍ନ ଯାନ୍ତ୍ରିକ ଜିନିଷ ବାହାରିବାରୁ ଆମ୍ଭ ମାନଙ୍କ ପରି କୁମ୍ଭାର ଗରୀବ ପରିବାର ନାନା ସମସ୍ୟାର ସମ୍ମୁଖିନ ହେବାକୁ ପଡୁଛି। ତଥାପି ମାଟି ଦୀପ ପାଇଁ ଲୋକଙ୍କ ଏବେବି ଲୋକଙ୍କ ମନରେ ବେସ ଆଦର ଦେଉଛି। ସୋମବାର ଦିନ ଦୀପାବଳୀରେ ପ୍ରଭୁ ଶ୍ରୀରାମଙ୍କ ଆଗମନ ହେତୁ ବହୁତ ଖୁସି ଅନୁଭବ କରୁଛନ୍ତି। ଏହି ଦିନରେ ମାରୱାଡ଼ି ସମ୍ପ୍ରଦାୟର ଲୋକେ ବେସ ରୀତିନୀତି ମାନି ଚାଲିଥିବା ବେଳେ ଶ୍ରୀ ଅଗ୍ରୱାଲ କହନ୍ତି କରୋନା ଯୋଗୁଁ ୨ ବର୍ଷ ଠିକରେ ଦୀପାବଳୀ ପାଳନ କରି ପାରିନଥିଲୁ। ଚଳିତ ବର୍ଷ କିନ୍ତୁ ଆମର ବାଣ ବ୍ୟବସାୟ, କପଡା, ବାଣ ଆଦି ବ୍ୟବସାୟରେ ଠିକ ଅର୍ଜନ ହେଉଛି। ଦୀପାବଳୀ ପୂଜା କୁ ବି ଠିକ ଭାବରେ ମନେଇ ପାରିବୁ। ସେହିପରି ବିଭିନ୍ନ ଦୋକାନ ବଜାର ଗୁଡିକରେ ବାଣ ଫୋଟକା ର ବେସ ଚାହିଦା ଲାଗି ରହିଥିବା ବେଲେ ବାଣ ତିଆରି କରୁଥିବା ଗୋଦାମ ଗୁଡିକ ମଧ୍ଯ ବହୁତ ପରିଶ୍ରମ କରି ଲୋକଙ୍କ ପାଇଁ ବାଣ ଉସ୍ୱାହର ସହିତ ତିଆରି କରୁଛନ୍ତି। ଏହିପରି ଆଗାମୀ ସୋମବାର କୁ ଜମନକିରା ସମେତ ୨୧ଟି ପଂଚାୟତ ବିଭିନ୍ନ ସ୍ଥାନରେ ଦୀପାବଳୀ ପୂଜା ଆରମ୍ଭ ହେବାକୁ ଯାଉଥିବା ବେଳେ ଲୋକେ ବେସ ଉସ୍ଵାହର ସହ ଦୀପାବଳୀ ଦିନକୁ ଅପେକ୍ଷା କରିଛନ୍ତି।
Leave A Reply