Odisha news

ଟାଙ୍ଗରାଣି ଉଚ୍ଚ ବିଦ୍ୟାଳୟ ରେ କୃତି ଛାତ୍ର,ଛାତ୍ରୀ ସମ୍ବର୍ଦ୍ଧିତ

0
ଜମନକିରା:୨୩/୯: ଜମନ କିରା ବ୍ଲକ ଟାଙ୍ଗରାଣି ସ୍ଥିତ ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରତିଭା ବିକାଶ ଅଭିଯାନ ପକ୍ଷରୁ ବିଗତ ମାଟ୍ରିକ ପରୀକ୍ଷାରେ ବିଦ୍ୟାଳୟ ର ଛଅ ଜଣ ସ୍କୁଲ ଟପ୍ପର ଙ୍କ ଆଜି ସମ୍ବର୍ଦ୍ଧିତ କର ଯାଇଛି ।ଏହି ଉଦ୍ଦେଶ୍ୟରେ ସ୍କୁଲ ପରିଚାଳନା କମିଟି ସଭାପତି, ପୂର୍ବ ବିଧାୟକ ବୃନ୍ଦାବନ ମାଝି ଙ୍କ ସଭାପତିତ୍ବରେ ଆୟୋଜିତ ପୁରସ୍କାର ବିତରଣ ସଭାରେ ସମାଜ ସେବୀ ଡାକ୍ତର ହୃଦାନନ୍ଦ ନାୟକ ମୁଖ୍ୟ ଅତିଥି ଓ କୁଚିଣ୍ଡା ପ୍ରତିଭା ବିକାଶ ଅଭିଯାନ ର ସଭାପତି ,ପୂର୍ବ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ନାୟକ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ପଛ ବେଞ୍ଚ ରେ ରହୁଥିବା ଛାତ୍ର ଛାତ୍ରୀ ଙ୍କ ପ୍ରକୃତ ପ୍ରତିଭା ର ଉନ୍ମେଷ କରାଯିବାକୁ ଅଭିଯାନ ର କାର୍ଯ୍ୟାବଳୀ ର ଉଚ୍ଚ ପ୍ରଶଂସା କରିଥିଲେ । ଏଥିରେ କୃତି ଛାତ୍ରୀ ପୂଜା ରୋହି ଦାସ,ରଞ୍ଜିତ ନାଏକ,ନଳିନୀ କୁଯୁର୍,ବୁଲିକା ବର୍ଡିଙ୍ଗା ଙ୍କୁ ମାନପତ୍ର ଓ ପୁରକର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ଭରପୁର ହାଇ ସ୍କୁଲ ର ପ୍ରଧାନ ଶିକ୍ଷକ ରତନ ଲାଲ ସିଂ, ସରପଞ୍ଚ ନରେଶ ନାଏକ,ସମିତି ସଭ୍ୟ ତଥା ପୂର୍ବତନ ଅଧ୍ୟକ୍ଷା ଜେମା ଦେଇ ମାଝୀ,ଅଧ୍ୟାପକ ସତ୍ୟ ନାରାୟଣ ପଟେଲ, ଭୋଜପୁର କଲେ ଖେଳ ଶିକ୍ଷକ ଦେବେନ୍ଦ୍ର ପଟେଲ, ରମାକାନ୍ତ ମାହକୁଲ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇ କୃତି ଛାତ୍ର,ଛାତ୍ରୀ ଙ୍କ ଶୁଭ କାମନା କରିଥିଲେ । ପ୍ରାରମ୍ଭରେ ସହକାରୀ ଶିକ୍ଷକ ହରେକୃଷ୍ଣ ନାଏକ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଭିଯାନ ର ଆବାହକ ପ୍ରଭାତ ବେହେରା ଅଭିଯାନ ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କ ରେ ସୂଚନା ଦେଇଥିଲେ । ପ୍ର ଧା ନ ଶିକ୍ଷକ ବୀରେନ ସାହୁ ସ୍କୁଲ ର ବିବରଣୀ ଓ ସଲିମ ମହାକୁଡ ଅଭିଯାନ ର ବିବରଣୀ ପାଠ କରିଥିଲେ ।ଛାତ୍ରୀ ଗଣ ସ୍ୱାଗତ ସଙ୍ଗୀତ ଗାନ କରିଥିବା ବେଳେ ଶେଷରେ ସହକାରୀ ଶିକ୍ଷକ ମାନସ ରଞ୍ଜନ ପଟେଲ ଧନ୍ୟବାଦ୍ ଅର୍ପଣ କରିଥିଲେ ।
Nalco
Leave A Reply