Odisha news

ଟ୍ରକ ଧକ୍କାରେ ସାଇକେଲ ଆରୋହୀ ଗୁରୁତ

0
ଛତ୍ରପୁର,୨୩/୯ : ଚମାଖଣ୍ଡି ଥାନା ଅନ୍ତର୍ଗତ ମାଣ୍ଡିଆପଲ୍ଲୀ ଛକରେ ଏକ ଟ୍ରକ ଧକ୍କାରେ ଜଣେ ସାଇକେଲ ଆରୋହୀ ଗୁରୁତର ଆହାତ ହୋଇଛନ୍ତି । ଆହାତ ଜଣକ ହେଲେ ମାଣ୍ଡିଆପଲ୍ଲୀ ଅଂଚଳର କେ. ଚିନ୍ନାୟା ରେଡ୍ଡୀ (୫୮) । ସେ ମାଣ୍ଡିଆପଲ୍‌ଲୀ ଛକରେ ମୂଲ କାମ ସାରି ଗ୍ରାମକୁ ଫେରୁଥିବା ବେଳେ ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ଯାହା ଫଳରେ ସେ ଗୁରୁତର ଆହାତ ହୋଇ ଜାତୀୟ ରାଜପଥରେ ପଡିଥିବା ବେଳେ ସ୍ଥାନୀୟ ଲୋକ ଓ ହାଇୱେ ପେଟ୍ରୋଲିଂ ଗାଡି ଆହାତ ଚିନ୍ନାୟାଙ୍କୁ ଉଦ୍ଧାର କରି ବ୍ରହ୍ମପୁର ମେଡିକାଲକୁ ଚିକିତ୍ସା ନିମନ୍ତେ ପଠାଇଥିବା ସୂଚନା ମିଳିଛି ।
Nalco
Leave A Reply