Odisha news

୧୮ନଂ ଜାତୀୟ ରାଜପଥ ପାର୍ଶ୍ଵରେ ରାଜା ଢାବାରୁ ବିଦେଶୀ ମଦ ଜବତ

0
ବେତନଟୀ,୨୩/୯ : ବୈଶିଙ୍ଗା ଥାନା ଅନ୍ତର୍ଗତ ୧୮ନଂ ଜାତୀୟ ରାଜପଥ ପାର୍ଶ୍ଵରେ ଖଇରବଣୀ ନିକଟରେ ଅବସ୍ଥିତ ରାଜା ଢାବା ରୁ ଆଜି ସକାଳ ସମୟରେ ବୈଶିଙ୍ଗା ପୁଲିସ ତରଫରୁ ଚଢାଉ କରାଯାଇ ୧୬ ଲିଟିର ୬୦୦ ମି.ଲି. ବିଦେଶୀ ମଦ  ଜବତ କରାଯାଇଥିବା ପୋଲିସ ପ୍ରକାଶ କରିଛି। ତା ସହିତ ଜଣେ ମହିଳାଙ୍କ ନାମରେ ମାମଲା ଋଜୁ କରା ଯାଇଥିବା ଜଣାଯାଇଛି। ମହିଳା ଜଣଙ୍କ ହେଲେ ଏହି ଥାନା ଅଧିନ ମଦା ସାହି ଗ୍ରାମ ର ସେକ୍ ଆମଜାଦ୍ ଖାଁ ର ସ୍ତ୍ରୀ ସରଗମ ବେଗମ଼ ଖାଁ (୩୦) !ପୂର୍ବରୁ ବହୁବାର ଏହି ଢାବାରେ ଚଢ଼ାଉ କରା ଯାଇ ମଦ ଜବତ କରାଯିବା ସହିତ ମାମଲା ମଧ୍ୟ ଋଜୁ କରାଯାଇଛି। ବୈଶିଙ୍ଗା ଥାନାରେ ଏ ନେଇ ୨୮୫/୨୨ ମୂଳେ ଏକ ମାମଲା ରଜୁ ହୋଇଛି।
Nalco
Leave A Reply