Odisha news

ବରଗଛ ଡାଳ କାଟି ହରଡ଼ଘଣାରେ ପଡ଼ିଲେ ଠିକାଦାର

0
ବାରଙ୍ଗ : ହରଡ଼ଘଣାରେ ପଡ଼ିଲେ ଠିକାଦାର । ନିଜ କର୍ମଚାରୀଙ୍କୁ ପଠାଇ  ଏକ ବରଗଛ ଡାଳକୁ କାଟି ନେଉଥିବା ବେଳେ ଗ୍ରାମବାସୀଙ୍କ କବଳ ରେ ପଡ଼ି ହରଡ଼ଘଣାରେ ପଡ଼ିଛନ୍ତି । ଥାନା କୁ ଯିବା ଭୟରେ ଭୁଲ ମାଗି ସେଠାରୁ ଫେରିଥିବା ଜଣାପଡିଛି । ଘଟଣା ରୁ ଜଣାପଡେ ନନ୍ଦନକାନନକୁ ବରଡାଳ ଯୋଗାଇବାକୁ ଟେଣ୍ଡରରେ ନେଇଥିବା ଠିକାଦାର ହାତୀ ଓ ହରିଣଜାତୀୟ ପ୍ରାଣିମାନଙ୍କ ଖାଇବାପାଇଁ ବରଡାଳ ଯୋଗାଇଦେବାକୁ ଟେଣ୍ଡର ନେଇଛନ୍ତି ।ସେ ତାଙ୍କର ନିଜଦାୟିତ୍ୱରେ ନନ୍ଦନକାନନକୁ ବରଡାଳ ଯୋଗଇଦେବାକୁ ଚୁକ୍ତି ମଧ୍ୟ କରିଛନ୍ତି ।ଶୁକ୍ରବାରଦିନ ଠିକାଦାର କିଛି କର୍ମଚାରୀଙ୍କୁ ବରଡାଳ ଆଣିବା ପାଇଁ ନରାଜଗାଁମୁଣ୍ଡକୁ ପଠାଇଥିଲା ।କର୍ମଚାରୀମାନେ ଓଆର୦୨-ବିକ୍ୟୁ- ୪୧୧୧ ନଂ ୪୦୭ ଗାଡିକୁ ନେଇ ଯାଇଥିଲେ ।କର୍ମଚାରୀମାନେ କେହିନଥିବାର ସୁଯୋଗ ରେ ସେଠାରେ ଥିବା ଏକ ବରଗଛର ଡାଳକୁ କାଟି ଗାଡିରେ ଲଦିଯିବାପାଇଁ  ବାହାରି ଥିଲେ ।ଏହିସମୟରେ କିଛି ଗ୍ରାମବାସୀ ଖବରପାଇ ଘଟଣାସ୍ଥଳରେ ପହଁଚି କର୍ମଚାରୀମାନଙ୍କର ଏହି କାମକୁ ଦୃଢ ବିରୋଧ କରିଥିଲେ ।ଆମେ ଯେଉଁ ଗଛକୁ ପୁଜାକରୁଛୁ ତୁମେ କାହାକୁ ନଜଣାଇ କାହିଁକୁ ଡାଳ କାଟିଲ ବୋଲି ବିଭିର୍ଣ ପ୍ରଶ୍ନମାନ ପଚାରିଚାଲିଥିଲେ ।ଶେଷରେ ଗାଡିସହ କର୍ମଚାରୀଙ୍କୁ ଗୋଡିସାହିଫାଣ୍ଡିକୁ ହସ୍ତାନ୍ତର କରିବାକୁ ନିଷ୍ପତିନେବାପରେ ଗାଡିଚାଳକ ସହ ଦୁଇ କର୍ମଚାରୀ ଆସି ଗ୍ରାମବାସୀଙ୍କୁ ଭୁଲ ମାଗିବା ସହ ଏହି ଜାଗାରେ ଆଉ ଏପରି ବରଗଛଡାଳ କାଟିବୁନାହିଁ ବୋଲି ପ୍ରତିଶୃତିଦେବାପରେ ଗ୍ରାମବାସୀମାନେ ଗାଡିକୁ ଛାଡିଥିଲେ ।
Ad2
Leave A Reply