ଜମନକିରା, ୧୯/୯: ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ମିଳିତ କୃଷକ ସଂଗଠନ ପକ୍ଷରୁ ବୀମା ରାଶି ପ୍ରଦାନ ନେଇ ଆଜି ଜମନକିରା ଜାତୀୟ ରାଜପଥ ୫୩ କୁ ପୂର୍ବାହ୍ନ ୭ଟା ରୁ ଅବରୋଧ କରାଯାଇଛି। ତେବେ ଏହି ରାସ୍ତାରୋକ କୁ ବିଜେପି ରାଜନୀତିକରଣ କରାଯାଉଥିବା ଅଭିଯୋଗ କରି ଜମନକିରା ବ୍ଲକ ବିଜେଡି ପକ୍ଷରୁ ଏଥିରେ ସାମିଲ ହୋଇନଥିବା ଜଣାଯାଇଛି। ମାତ୍ର ଚାଷୀଙ୍କ ସମସ୍ୟା ସହ ବିଜେଡି ରହିଛି ବୋଲି ନେତା ମାନେ ପ୍ରକାଶ କରିଛନ୍ତି।
ସୂଚନା ଯୋଗ୍ୟ ଯେ, ବିଗତ ୨୦୨୧ ମରୁଡି ସହାୟତା, ଇନପୁଟ ସବସିଡି ରାଶି ପାଉନଥିବା ଵେଳେ ସରକାର ଏବଂ ବୀମା କମ୍ପାନୀର ଟାଳଟୁଲ ନୀତିକୁ ଚାଷୀ ଅନେକ ଦିନ ଧରି ସହି ଆସୁଥିବା ବେଳେ ଅନେକ ଥର ସହାୟତା ରାଶି ପ୍ରଦାନ ପାଇଁ ଦାବି କରି ଆସୁଥିଲେ। ମାତ୍ର ଟାଳଟୁଳ ନୀତି ଯୋଗୁଁ ପୂର୍ବରୁ ଅଗଷ୍ଟ ୨୩ତାରିଖ ଦିନ ରାସ୍ତା ଅବରୋଧ କରାଯାଇଥିଲା। ମାତ୍ର ବିମାରଶୀ ନଦେବାରୁ ଚାଷୀ ସଂଗଠନର ନିଷ୍ପତି କ୍ରମେ ଆଜି ବାଧ୍ୟ ହୋଇ ଚାଷୀମାନେ ରାଜରାସ୍ତା ୫୩କୁ ଅବରୋଧ କରିଛନ୍ତି। ସୂଚନା ଯୋଗ୍ୟ ଯେ, ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅଞ୍ଚଳରେ ଗତ ୨୦୨୧ ମସିହା ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରୁ ବଞ୍ଚିତ ରହୁଥିବାରୁ ଅନେକ ଦୁନରୁ ପ୍ରଶାସନ କୁ ଦାବୀ କରିଆସୁଥିଲେ। ଏହାକୁ ନେଇ ଗତ ଅଗଷ୍ଟ ୩ ତାରିଖରେ ଜମନକିରା ବ୍ଲକ କୃଷକ ସଂଘଠନ ସଭଗୃହରେ କୁଚିଣ୍ଡା ଉପଖଣ୍ଡ ସ୍ତରୀୟ ଚାଷୀମାନଙ୍କ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ କୁଚିଣ୍ଡା,ଜମନକିରା ଓ ବାମରା ଚାଷୀମାନେ ଏକତ୍ରିତ ହୋଇ ଅଗଷ୍ଟ ୧୦ ତାରିଖ ମଧ୍ୟରେ ଏହାର ସମାଧାନ ନ ହେଲେ ଆନ୍ଦୋଳନ କରାଯିବା ପାଇଁ ନିଷ୍ପତି ନେଇଥିଲେ। କିନ୍ତୁ ପ୍ରଶାସନର ଅନୁରୋଧକୁ ଗ୍ରହଣ କରି ଆନ୍ଦୋଳନ ସ୍ଥଗିତ ରଖାଯାଇଥିଲା।
୨୦ ତାରିଖ ପର୍ଯ୍ୟନ୍ତ କୃଷକ ସଂଗଠନ ପ୍ରଶାସନ ଓ ବୀମା କମ୍ପାନୀକୁ ସମୟ ସୀମା ଦେଇଥିଲେ। କିନ୍ତୁ ପ୍ରଶାସନ ଓ ବୀମା କମ୍ପାନୀ କୃଷକ ସଙ୍ଗଠନର କୌଣସି ଦାବୀକୁ ପୂରଣ ନକରି ଚୁପ ହୋଇ ରହିଯିବା କୃଷକମାନଙ୍କୁ ଶକ୍ତ ଧକ୍କା ଲାଗିଥିଲା। ଫଳରେ ଅଗଷ୍ଟ ୨୩ ତାରିଖ ମଙ୍ଗଳବାର ଦିନ ସକାଳ ୭ ଟା ରୁ ୫୩ ନମ୍ବର ଜାତୀୟ ରାଜପଥ ଅବରୋଧ ଏବଂ ସ୍କୁଲ, କଲେଜ ଡ଼ାକ୍ତରଖାନା ବ୍ୟତୀତ ସମସ୍ତ ସରକାରୀ କାର୍ଯ୍ୟାଳୟ ଅନିଧିଷ୍ଟ୍ କାଳ ବନ୍ଦ କରାଯାଇଥିଲା। କିନ୍ତୁ ପୁଣି ପ୍ରଶାସନର ଅନୁରୋଧ କୁ ରଖି ଚାଷୀ ସଂଗଠନ ରାଜପଥ ଅବରୋଧ ରୁ ହଟି ୩୧ ତାରିକରେ ଏକ ବିୟେଠକ ଆୟୋଜନ କରି ପ୍ରଥମେ ୧୨ ଓ ତା ପରେ ୧୯ ତାରିଖରେ ରାସ୍ତା ଅବରୋଧ କୁନେଇ ନିଷ୍ପତି ନିଆଯାଇଥିଲା । ଆଜି ଜମନକିରା କୃଷକ ସୁରକ୍ଷା ସଙ୍ଗଠନ ଜମନକିରା ଷଣ୍ଢପଥର ୫୩ ନମ୍ବର ଜାତୀୟ ରାଜ ପଥରେ ମୋର୍ଚ୍ଚା ଦେଇ ରାସ୍ତା ଅବରୋଧ କରିଛନ୍ତି। ଏହାକୁ ନେଇ ଆଜି ପ୍ରଶାସନ ପକ୍ଷରୁ ଜମନକିରା ତହସିଲଦାର ଡ.ସୌମ୍ୟରୂପା ରଥ ଆନ୍ଦୋଳନ ସ୍ଥଳରେ ପହଞ୍ଚି ଚାଷୀଙ୍କ ସହ ଆଲୋଚନା ଚଲେଇଥିବା ଚାଷୀ ସଂଗଠନ ନିଜ ଆନ୍ଦୋଳନ ରେ ଅଟଲ ଥିଲା। ଏହାକୁ ନେଇ ୪ ଟା ବେଳେ ପ୍ରଶାସନ ପକ୍ଷରୁ କୁଚିଣ୍ଡା ଉପଜିଲ୍ଲପାଳ ଆଦିତ୍ୟ ଗୋୟଲ, ଏସ ଡି ପି ଓ ରାଜକିଶୋର ମିଶ୍ର,ଜମନକିରା ତହସିଲଦାର ଡ଼. ଶୋମ୍ୟାରୁପା ରଥ,ଜମନକିରା ଥାନା ଅଧିକାରୀ ପ୍ରେମଜିତ ଦାସ ଆସି ଚାଷୀ ସଂଗଠନ ସହ ଆଲୋଚନା କରିଥଲେ। ସରକାର ଆଦେଶ କ୍ରମେ ଇନପୁଟ ସବସିଡି ରେ ୪ ଗୋଟି ପଞ୍ଚାୟତ କୁ ସବସିଡି ପ୍ରଦାନ ପାଇଁ ନୋଟିସ ଆସିଥିବା ବେଳେ ତାର ସମୟସୀମା ନିର୍ଦ୍ଧାରିତ ହୋଇପାରିନି।
ସେହିପରୀ ବ୍ଲକର ଅନ୍ୟ ୭ ଗୋଟି ପଞ୍ଚାୟତରକୁ ସବସିଡି ପ୍ରଦାନ ନିମନ୍ତେ ପୁନ ଏକ ବିୟେଠକ ଗଠନ କରି ତାର ନିଷ୍ପତି ନିଆଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ସେହିପରି ଚାଷୀ ସଂଗଠନ ପକ୍ଷରୁ ପ୍ରଶାସନକୁ ପ୍ରଶ୍ନ ଯେ ୪ଗୋଟି ପଞ୍ଚାୟତ କୁ ଯେଉ ସବସିଡି ପ୍ରଦାନ କରାଯିବ ତାର କେତେ ଶତକଡା ଦିଆଯିବ ଓ କେତେଦିନ ମଧ୍ୟରେ ଦିଆଯିବ ଏବଂ ଅନ୍ୟ ୭ ଟି ପଞ୍ଚାୟତକୁ ବୀମା ରାଶି ପ୍ରଦାନ ପାଇଁ ବିୟେଠକ ଗଠନ କରି କେତେଦିନ ମଧ୍ୟରେ ସବସିଡି ରାଶି ପ୍ରଦାନ କରାଯିବ କହି ଚାଷୀ ସଂଗଠନ ଅନିର୍ଦ୍ଧିଷ୍ଟ କାଳ ପାଇଁ ରାସ୍ତାରୋକ କରିଛି। ଅନ୍ୟ ପକ୍ଷରେ ରାସ୍ତା ଉଭୟ ପାର୍ଶ୍ଵରେ ଶହ ଶହ ଯାନ ବାହନ ଅଟକିଥିବା ବେଳେ ଯାତ୍ରୀ ମାନେ ନାହଁନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଦେଖାଯାଇଛି। ସନ୍ଧ୍ୟା ୭ଟା ସମୟରେ ପୋଲିସ ଆସି ଆରେଷ୍ଟ କରିବା ପାଇଁ ପ୍ରୟାସ କରୁଥିବା ବେଳେ ସମସ୍ତ ଚାଷୀଙ୍କୁ ଆନ୍ଦୋଳନ କରୁଥିବା ସମସ୍ତ ଚାଷୀଙ୍କୁ ଅରେଷ୍ଟ କର ବୋଲି କହୁଥିବା ଜଣାଯାଇଛି। କୁଚିଣ୍ଡା ଉପଖଣ୍ଡ ମିଳିତ କୃଷକ ସୁରକ୍ଷା ସଂଗଠନ ର ନେତୃତ୍ୱ ନେଇଥିବା ଶ୍ରିଲକ୍ଷ୍ମୀ କୃଷକ ସଂଗଠନର ସଭାପତି ବିରେନ୍ଦ୍ର ଚୌଧୁରୀଙ୍କ ନେତୃତ୍ୱରେ ହେଉଥିବା ରସ୍ତରୋକରେ ପୂର୍ବତନ କୁଚିଣ୍ଡା ବିଧାୟକ ରବି ନାରାୟଣ ନାୟକ (ବିଜେପି) ସୁନିଲ ମୁଦୁଲି, ଦୁଷ୍ମନ୍ତ ନାୟକ, ବିପିନ ବିହାରୀ ପଟେଲ, ଅମୋଘ ବୈରିଗଞ୍ଜନ ପାଣିଗ୍ରାହୀ, ରାଜୀବ ନାୟକ, କିଶୋର ମହାପାତ୍ର, ନୃପଲାଲ ପଳେଇ, ଦିଲିପ ପଟେଲ, ଗୁରୁଚରଣ ପଟେଲ, ମନୋଜ ମାଝୀ, ଶ୍ରକାନ୍ତ ପଟେଲ, ସରୋଜ ପ୍ରଧାନ, ଅଜିତ ପଟେଲ, ରାଜକୁମାର ପଟେଲ, ଦିଲିପ ଛତ୍ରିଆ ପ୍ରମୁଖ ନେତୃତ୍ୱ ନେଉଛନ୍ତି।