Odisha news

କୃଷକ ସଙ୍ଗଠନ ପକ୍ଷରୁ ଜାତୀୟ ରାଜପଥ ଅବରୋଧ, ସାମିଲ ହେଲାନି ବିଜେଡି

0
ଜମନକିରା, ୧୯/୯: ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ମିଳିତ କୃଷକ ସଂଗଠନ ପକ୍ଷରୁ ବୀମା ରାଶି ପ୍ରଦାନ ନେଇ ଆଜି ଜମନକିରା ଜାତୀୟ ରାଜପଥ ୪୯ କୁ ପୂର୍ବାହ୍ନ ୭ଟା ରୁ ଅବରୋଧ କରାଯାଇଛି। ତେବେ ଏହି ରାସ୍ତାରୋକ କୁ ବିଜେପି ରାଜନୀତିକରଣ କରାଯାଉଥିବା ଅଭିଯୋଗ କରି ଜମନକିରା ବ୍ଲକ ବିଜେଡି ପକ୍ଷରୁ ଏଥିରେ ସାମିଲ ହୋଇନଥିବା ଜଣାଯାଇଛି। ମାତ୍ର ଚାଷୀଙ୍କ ସମସ୍ୟା ସହ ବିଜେଡି ରହିଛି ବୋଲି ନେତା ମାନେ ପ୍ରକାଶ କରିଛନ୍ତି।
ସୂଚନା ଯୋଗ୍ୟ ଯେ, ବିଗତ ୨୦୨୧ ମରୁଡି ସହାୟତା, ଇନପୁଟ ସବସିଡି ରାଶି ପାଉନଥିବା ଵେଳେ ସରକାର ଏବଂ ବୀମା କମ୍ପାନୀର ଟାଳଟୁଲ ନୀତିକୁ ଚାଷୀ ଅନେକ ଦିନ ଧରି ସହି ଆସୁଥିବା ବେଳେ ଅନେକ ଥର ସହାୟତା ରାଶି ପ୍ରଦାନ ପାଇଁ ଦାବି କରି ଆସୁଥିଲେ। ମାତ୍ର ଟାଳଟୁଳ ନୀତି ଯୋଗୁଁ ପୂର୍ବରୁ ଅଗଷ୍ଟ ୨୩ତାରିଖ ଦିନ ରାସ୍ତା ଅବରୋଧ କରାଯାଇଥିଲା। ମାତ୍ର ବିମାରଶୀ ନଦେବାରୁ ଚାଷୀ ସଂଗଠନର ନିଷ୍ପତି କ୍ରମେ ଆଜି ବାଧ୍ୟ ହୋଇ ଚାଷୀମାନେ ରାଜରାସ୍ତା ୫୩କୁ ଅବରୋଧ କରିଛନ୍ତି। ସୂଚନା ଯୋଗ୍ୟ ଯେ, ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅଞ୍ଚଳରେ ଗତ ୨୦୨୧ ମସିହା ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରୁ ବଞ୍ଚିତ ରହୁଥିବାରୁ ଅନେକ ଦୁନରୁ ପ୍ରଶାସନ କୁ ଦାବୀ କରିଆସୁଥିଲେ। ଏହାକୁ ନେଇ ଗତ ଅଗଷ୍ଟ ୩ ତାରିଖରେ ଜମନକିରା ବ୍ଲକ କୃଷକ ସଂଘଠନ ସଭଗୃହରେ କୁଚିଣ୍ଡା ଉପଖଣ୍ଡ ସ୍ତରୀୟ ଚାଷୀମାନଙ୍କ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ କୁଚିଣ୍ଡା,ଜମନକିରା ଓ ବାମରା ଚାଷୀମାନେ ଏକତ୍ରିତ ହୋଇ ଅଗଷ୍ଟ ୧୦ ତାରିଖ ମଧ୍ୟରେ ଏହାର ସମାଧାନ ନ ହେଲେ ଆନ୍ଦୋଳନ କରାଯିବା ପାଇଁ ନିଷ୍ପତି ନେଇଥିଲେ। କିନ୍ତୁ ପ୍ରଶାସନର ଅନୁରୋଧକୁ ଗ୍ରହଣ କରି ଆନ୍ଦୋଳନ ସ୍ଥଗିତ ରଖାଯାଇଥିଲା। ୨୦ ତାରିଖ ପର୍ଯ୍ୟନ୍ତ କୃଷକ ସଂଗଠନ ପ୍ରଶାସନ ଓ ବୀମା କମ୍ପାନୀକୁ ସମୟ ସୀମା ଦେଇଥିଲେ। କିନ୍ତୁ ପ୍ରଶାସନ ଓ ବୀମା କମ୍ପାନୀ କୃଷକ ସଙ୍ଗଠନର କୌଣସି ଦାବୀକୁ ପୂରଣ ନକରି ଚୁପ ହୋଇ ରହିଯିବା କୃଷକମାନଙ୍କୁ ଶକ୍ତ ଧକ୍କା ଲାଗିଥିଲା। ଫଳରେ ଅଗଷ୍ଟ ୨୩ ତାରିଖ ମଙ୍ଗଳବାର ଦିନ ସକାଳ ୭ ଟା ରୁ ୫୩ ନମ୍ବର ଜାତୀୟ ରାଜପଥ ଅବରୋଧ ଏବଂ ସ୍କୁଲ, କଲେଜ ଡ଼ାକ୍ତରଖାନା ବ୍ୟତୀତ ସମସ୍ତ ସରକାରୀ କାର୍ଯ୍ୟାଳୟ ଅନିଧିଷ୍ଟ୍ କାଳ ବନ୍ଦ କରାଯାଇଥିଲା। ଆଜି ଜମନକିରା କୃଷକ ସୁରକ୍ଷା ସଙ୍ଗଠନ ଜମନକିରା ଷଣ୍ଢପଥର ୫୩ ନମ୍ବର ଜାତୀୟ ରାଜ ପଥରେ ମୋର୍ଚ୍ଚା ଦେଇ ରାସ୍ତା ଅବରୋଧ କରିଛନ୍ତି। ଏହାକୁ ନେଇ ଆଜି ପ୍ରଶାସନ ପକ୍ଷରୁ ଜମନକିରା ତହସିଲଦାର ଡ.ସୌମ୍ୟରୂପା ରଥ ଆନ୍ଦୋଳନ ସ୍ଥଳରେ ପହଞ୍ଚି ଚାଷୀଙ୍କ ସହ ଆଲୋଚନା ଚଲେଇଥିବା ଦେଖାଯାଇଛି। ଅନ୍ୟ ପକ୍ଷରେ ରାସ୍ତା ଉଭୟ ପାର୍ଶ୍ଵରେ ଶହ ଶହ ଯାନ ବାହନ ଅଟକିଥିବା ବେଳେ ଯାତ୍ରୀ ମାନେ ନାହଁନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଦେଖାଯାଇଛି।
Leave A Reply