ଜମନକିରା,୧୯/୯: ଜମନକିରା ବ୍ଲକ ସମ୍ମିଳନୀ କକ୍ଷରେ ଆଜି ପ୍ରଶାସନ ପକ୍ଷରୁ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇ ଯାଇଛି। କୁଚିଣ୍ଡା ଉପଜିଲ୍ଲାପାଳ ଆଦିତ୍ୟ ଗୋୟଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶୁଣାଣିରେ ମୋଟ ୩୨ ଟି ଅଭିଯୋଗ ପାଞ୍ଜିକୃତ ହୋଇଥିବା ବେଳେ ବ୍ୟକ୍ତିଗତ ୨୨ଟି ଏବଂ ସାମୁହିକ ୧୦ ଅଭିଯୋଗର ଶୁଣାଣୀ ହୋଇଥିଲା। ଏଥିସହ ବିଭିନ୍ନ ବିଭାଗର ଷ୍ଟଲ୍ ବସି ଲୋକଙ୍କୁ ସଚେତନ କରିବା ସହ ସୁବିଧା ସୁଯୋଗ ପ୍ରଦାନ କରାଯାଇଥିଲା। ତେବେ ଜିଲ୍ଲାପାଳ ଏବଂ ଏସପି ଉପସ୍ଥିତ ନଥିବା ଯୋଗୁଁ କେତେକ ଅଭିଯୋଗକାରୀ ନିରାଶ ହୋଇ ଫେରିଥିବା ଜଣାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଦିଲୀପ ବଳ, କୁଚିଣ୍ଡା ଆଇଟିଡିଏ ପିଡି ସୁରେଶ ଚନ୍ଦ୍ର ପ୍ରଧାନ, ପଂଚାୟତ ସମିତି ଅଧ୍ୟକ୍ଷା ଅଶ୍ରିତା ଭୋଇ, ଜିଲ୍ଲା ପରିଷଦ ଜୋନ ୧ ସଭ୍ୟା ସୁଜାତା ଖୁଣ୍ଟିଆ, ଏଡ଼ିପିଓ ରାଜ କିଶୋର ମିଶ୍ର, ବିଡ଼ିଓ ଟୁନୁ ମେହେରଙ୍କ ସମେତ ଜିଲ୍ଲା, ଉପଖଣ୍ଡ, ବ୍ଲକ ଏବଂ ପଞ୍ଚାୟତ ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଥିଲେ।