Odisha news

ବିପଦପୂର୍ଣ୍ଣ ଶ୍ରେଣୀ କୋଠରୀ, ଜୀବନ ପ୍ରତି ବିପଦ

0
ଜମନକିରା, ୨୫/୭: ଜମନକିରା ମୁଖ୍ୟ ଛକ ସ୍ଥିତ ମଧ୍ୟ ଇଂରାଜୀ ବିଦ୍ୟାଳୟ ଶ୍ରେଣୀ କୋଠରୀ ଅତି ବିପଦ ପୂର୍ଣ୍ଣ ରହିଛି। ଛାତ୍ରୀ ଛାତ୍ର ତଥା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଜୀବନ ପ୍ରତି ବିପଦ ରହିଥିବା ସତ୍ବେ ପ୍ରତିକାର ବ୍ୟବସ୍ଥା କରାଯାଉ ନଥିବା ଯୋଗୁଁ ପରିଚାଳନା କମିଟି କ୍ଷୋଭ ପ୍ରକାଶ କରିଛି।
ସୂଚନା ଯୋଗ୍ୟ ଯେ, ୧୯୫୦ ମସିହାରୁ ଏହି ସ୍କୁଲଟି ନିର୍ମାଣ ହୋଇଛି। ପ୍ରାୟ ୨୦ ବର୍ଷ ପୂର୍ବରୁ ସ୍କୁଲରେ ଗୋଟିଏ ଶ୍ରେଣୀ କୋଠରୀ ନିର୍ମାଣ କରାଯାଇଥିଲା। ତେବେ ରକ୍ଷଣା ବେକ୍ଷଣ ଅଭାବରୁ ଏବେ ଛାତରୁ ଅତଡ଼ା ଖସୁଛି। ଅତଡ଼ା ଖାଉଥିବା ଯୋଗୁଁ ସ୍କୁଲ କର୍ତ୍ତୃପକ୍ଷ ଛାତ୍ରୀ ଛାତ୍ରଙ୍କୁ ଅଫିସ କୋଠରୀରେ ବସେଇ ପାଠ ପଢ଼ାଉଛନ୍ତି। ଉକ୍ତ କୋଠରୀର ଗୋଟିଏ ପଟେ ସ୍କୁଲ ପାଠ ପଢା ଓ ଅନ୍ୟ ପଟେ ଅଫିସ୍ କାର୍ଯ୍ଯ କରାଯାଉଛି। ସ୍କୁଲ ରେ ବର୍ତ୍ତମାନ ୬ ରୁ ୮ ପର୍ଯ୍ୟନ୍ତ ୩ ଟି ଶ୍ରେଣୀର ପାଠ ପଢା ଚାଲିଥିବା ବେଳେ ଷଷ୍ଠ ଶ୍ରେଣୀରେ ୨୨, ସପ୍ତମ ଶ୍ରେଣୀରେ ୧୮ ଏବଂ ଅଷ୍ଟମ ଶ୍ରେଣୀ ରେ ୨୦ ଜଣ ଛାତ୍ରୀ ଛାତ୍ରଙ୍କୁ ପାଠ ପଢ଼ାଉଛନ୍ତି।
ତେବେ ଶ୍ରେଣୀ କୋଠରୀର ଏଭଳି ଅବସ୍ଥା ଛାତ୍ରୀ ଛାତ୍ର ତଥା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ ବିପଦ ସୃଷ୍ଟି କରୁଛି। ଏନେଇ ସ୍କୁଲ କର୍ତ୍ତୃପକ୍ଷ ଏବଂ ପରିଚାଳନା କମିଟି ପକ୍ଷରୁ ବାରମ୍ବାର ବ୍ଲକ ତଥା ପଞ୍ଚାୟତ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ ସତ୍ବେ ପ୍ରତିକାର କରାଯାଇ ନାହିଁ। ଯଦ୍ୱାରା ପଢ଼ିବା ଏବଂ ଅଫିସ କାର୍ଯ୍ଯ ପାଇଁ ଅସୁବିଧା ସୃଷ୍ଟି ହେଉଛି। ଶୀଘ୍ର ସମସ୍ୟା ସମାଧାନ ପାଇଁ ଅଭିଭାବକ ପକ୍ଷରୁ ଦାବି ହେଉଛି।
ଏ ସଂକ୍ରାନ୍ତରେ ବିଡ଼ିଓ ଟୁନୁ ମେହେରଙ୍କୁ ଯୋଗାଯୋଗ କରି ପଚାରିବାରୁ ସେ ଖୁବ ଶୀଘ୍ର ଶ୍ରେଣୀ ଗୃହ ନିର୍ମାଣ କରାଯିବ ବୋଲି କହିଥିଲେ।
IEC 2 years
Leave A Reply