ସାକ୍ଷୀଗୋପାଳ ସ୍ଥାନୀୟ ଅଳଗୁମ ରୋଡ଼ ଗାଇବାଟିଆ ଛକଠାରେ ଆଜି ଖାଦ୍ୟ ସାମଗ୍ରୀ ଓ ଅତ୍ୟାବଶ୍ୟକ ଜିନିଷ ଉପରେ କେନ୍ଦ୍ର ସରକାର ଲାଗୁ କରିଥିବା ଜିଏସଟି ବିରୁଦ୍ଧରେ ବିକ୍ଷୋଭ କରାଯାଇଛି। ଚୁଡ଼ା,ମୁଢ଼ି, ଦହି, କ୍ଷୀର,ବଟର ଏହି ସବୁ ସାମଗ୍ରୀ ଜିଏସଟି ମଧ୍ୟକୁ ଆସିଲେ ଓଡ଼ିଶା ବହୁଳ ଭାବେ ପ୍ରଭାବିତ ହେବ ବିଶେଷ କରି ରାଜ୍ୟର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଅଧିକ ପ୍ରଭାବ ପଡିବ ବୋଲି ପୁରୀ ଜିଲ୍ଲା ସମ୍ପାଦକ କମ୍ରେଡ ସୁବାସ ବରାଳ ମତ ପ୍ରକାଶ କରିଥିଲେ। କେନ୍ଦ୍ର ସରକାର ୱ।ନ ନେସନ ଏବଂ ୱ।ନ ଟ୍ୟାକ୍ସ ବୋଲି କହି ଏବେ ବି ଦେଶର ଲୋକମାନଙ୍କ ଉପରେ ୫ଟି ଟିକସ ଏବଂ ୨୬ ଟି ସେସ ଅତିରିକ୍ତ ଭାବେ ଆଦାୟ କରୁଛନ୍ତି। ପୁଣି ଏବେ ଏହି ନିଷ୍ପତ୍ତି ଲୋକଙ୍କ ଉପରେ ଅଧିକ ଅର୍ଥନୈତିକ ଚାପ ପକାଇବ। ତେଣୁ ନୂତନ ଭାବେ ଜିଏସଟି ଅଧିନକୁ ଆସିଥିବା ଏହି ସବୁ ସାମଗ୍ରୀରୁ ପୁଣି ଥରେ ପ୍ରତ୍ୟାହାର କରିବାକୁ ଦାବି କରିଛି କିଷାନକ୍ଷେତ ମସଦୁର ସଙ୍ଗ। ନଚେତ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ତୀବ୍ରତର କରିବା ପାଇଁ କହିଛନ୍ତି ସଂଗଠନର କର୍ମକର୍ତ୍ତା ମାନେ। କାର୍ଯ୍ୟକ୍ରମରେ ଆଞ୍ଚଳିକ କମିଟି ସଭାପତି ହାଡିବନ୍ଧୁ ବେହେରା,କୃଷକ ନେତା ସୁବାସ ବେହେରା, ପ୍ରଭାକର ମହାପାତ୍ର ପ୍ରମୁଖ ନେତୃତ୍ବ ନେଇଥିଲେ।
