Odisha news

ଶପଥ ନେଲେ ଦ୍ରୌପଦୀ, ଜନ୍ମମାଟିରେ ଉତ୍ସବ ମାହୋଲ

0

ବାରିପଦା  : ସାରା ରାଜ୍ୟ ପାଇଁ ଆଜି ଏକ ଐତିହାସିକ ଦିନ । ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ସୋମବାର ଦେଶର ୧୫ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି । ସଂସଦର କେନ୍ଦ୍ରୀୟ ହଲରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଯାହାକୁ ନେଇ ଦ୍ରୌପଦୀ ମୁର୍ମୁଙ୍କ ଜନ୍ମମାଟି ରାଇରଙ୍ଗପୁରରେ ଉସôବର ମାହୋଲ ଦେଖିବାକୁ ମିଳିଛି । ରାଇରଙ୍ଗପୁର ସ୍ଥିତ କଲ୍ୟାଣୀ ମଣ୍ଡପରେ ଏଲସିଡି ମାଧ୍ୟମରେ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମର ସିଧାପ୍ରସାରଣ ଦେଖିଛନ୍ତି ରାଇରଙ୍ଗପୁର ବାସୀ ଏବଂ ଏହି ମଣ୍ଡପରେ ସମ୍ମୁଖରେ ବାଣ ଫୁଟାଇ, ଆଦିବାସୀ ପାରମ୍ପାରିକ ନୃତ୍ୟ ଗୀତରେ ଲୋକେ ମସଗୁଲ ହୋଇଛନ୍ତି ।

ଏଥିରେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ ସହିତ ସ୍ଥାନୀୟ ଲୋକେ ଭର୍ଚୁଆଲ୍ ଭାବେ ଶପଥଗ୍ରହଣ ଉସôବରେ ସାମିଲ ହୋଇଥିଲେ । ମାଟିର ଝିଅ ଆଜି ଦେଶର ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉସôାହ ଓ ଉଦ୍ଦୀପନା ଦେଖିବାକୁ ମିଳିଛି । ଏହି ଅବସରରେ ମିଠା ବଣ୍ଟନ କରି ଅଞ୍ଚଳବାସୀ ନିଜ ଖୁସି ଜାହିର କରିଛନ୍ତି । ବାଣ ଫୁଟାଇ ନାଚଗୀତ କରି ଶପଥ ଗ୍ରହଣ ଉସôବକୁ ଆନନ୍ଦ ଉଲ୍ଲାସର ସହିତ ପାଳନ କରିଛନ୍ତି ।

Nalco
Leave A Reply