Odisha news

ଟିକିବା ଗ୍ରାମରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ

0

ଜମନକିରା,୨୮/୬ ଜମନକିରା ବ୍ଲକ ଟିକିବା ଗ୍ରାମର ସନ ୧୯୨୬ ମସିହାରେ ସ୍ବର୍ଗତ ସୁଲୋଚନା ଦେଇଙ୍କ ଦ୍ବାରା ନିର୍ମିତ ହୋଇଥିବା ପୁରାତନ ଜଗନ୍ନାଥ ମନ୍ଦିରର ପୁନରୁଦ୍ଧାର ସହ କୁମ୍ଭ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ ଗତକାଲି ସୋମବାର ଦିନ ଆରମ୍ଭ ହୋଇଥିବା ବେଳେ ପ୍ରଥମ ଦିନ ଗ୍ରାମର ମା’ମାନଙ୍କ ଦ୍ଵାରା କଳସ ଶୋଭାଯାତ୍ରା ଅନୁଷ୍ଟିତ ହୋଇ ସ୍ଥାପନ କରାଯାଇଥିଲା।

ପରେ ଦେବପୂଜନ, ରତ୍ନମୁଦ, ପୁଷ୍ପାଞ୍ଜଳି ହୋଇ ଆଜି ମଙ୍ଗଳବାର କୁମ୍ଭ ସ୍ଥାପନ, ଧ୍ଵଜା ଆରୋହଣ, ପରିକ୍ରମା, ମହାପ୍ରଭୁଙ୍କ ମନ୍ଦିର ପ୍ରବେଶ ହୋଇଥିଲା। ପୂର୍ଣ୍ଣାହୁତି ପରେ ବିସର୍ଜନ ହୋଇଥିଲା।

ପୁରୋହିତ ପ୍ରକାଶ ମହାପାତ୍ର, ପ୍ରତାପ ମହାପାତ୍ର,ତନ୍ମୟ ମହାପାତ୍ର, ବିରେନ୍ଦ୍ର ପାଣିଗ୍ରାହୀ, ରବୀନ୍ଦ୍ର ପାଣିଗ୍ରାହୀ ପୂଜା ଅର୍ଚ୍ଚନା କରିଥିବା ବେଳେ କର୍ତ୍ତା ଭାବରେ କୈଲାସ ପଟେଲ ତାଙ୍କ ଧର୍ମପତ୍ନୀ ସ୍ନିଗ୍ଧା ପଟେଲ, ଦିନମଣି ନାଏକ ତାଙ୍କ ଧର୍ମପତ୍ନୀ ନିଳୀମା ନାଏକ, ବିମଳମଣି ନାଏକ ତାଙ୍କ ଧର୍ମପତ୍ନୀ  ରିନା ନାଏକ, ମନୋଜ ତାଙ୍କ ଧର୍ମପତ୍ନୀ ପ୍ରତିମା, ଦେବାଶିଷ ଧର୍ମପତ୍ନୀ ରଞ୍ଜିତା ହୋମରେ ବସିଥିଲେ। ଏହି ଅବସରେ ଭଗବାନଙ୍କ ନାମ ସଙ୍କୀର୍ତ୍ତନ ହୋଇଥିବା ବେଳେ ଦୂରଦୂରାନ୍ତର ରୁ ଅନେକ ଶ୍ରଦ୍ଧାଳୁ ଭକ୍ତ ଯୋଗଦାନ ଦେଇ ଭଗବାନଙ୍କ ଦର୍ଶନ ସହ ପ୍ରସାଦ ସେବନ କରିଥିଲେ।

Leave A Reply