Odisha news

ସ୍ବାମୀଙ୍କ କାଠ ଫାଳିଆ ମାଡ଼ରେ ସ୍ତ୍ରୀ ମୃତ

0
ଜମନକିରା,୨୩/୬ ପାରିବାରିକ କହଳକୁ ନେଇ ଗତରାତିରେ ଜଣେ ନିଶାସକ୍ତ ସ୍ବାମୀ ସ୍ତ୍ରୀଙ୍କୁ କାଠଫାଳୀଆରେ ମାଡ଼ ମାରିବା ଯୋଗୁଁ ସ୍ତ୍ରୀର ମୃତ୍ୟୁ ଘଟିଛି ।
ସୂଚନଯୋଗ୍ୟ ଯେ ଜମନକିରା ଥାନା ଟିକିଲିପଡ଼ା ପଞ୍ଚାୟତ ବରାମୁଣ୍ଡି ଗ୍ରାମର ଦଶରଥ ଖଡିଆ (୩୫) ଗତ ରାତ୍ରୀରେ ନିଶାସକ୍ତ ଅବସ୍ଥାରେ ଆସି ନିଜ ସ୍ତ୍ରୀ ପ୍ରତିମା ଖଡ଼ିଆ (୩୦)ଙ୍କୁ ଗାଳିଗୁଲଜ କରିବା ପରେ ପାଖରେ ଥିବା କାଠଫାଳିଆରେ ସ୍ତ୍ରୀ ମୁଣ୍ଡ କୁ ଆକ୍ରମଣ କରିଥିଲା।
ଏହାକୁ ନେଇ ଆଖପାଖ ପଡିଶା ଲୋକେ ସ୍ତ୍ରୀଙ୍କୁ କୁଚିଣ୍ଡା ଡାକ୍ତଖାନାରେ ଭର୍ତି କରିଥିଲେ। ସ୍ତ୍ରୀର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରଯାଇଥିଲା। ଏହାକୁ ନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରଜୁ କରୀ କେସ ନ. ୬୯/୨୦୨୨ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ପ୍ରକାଶ ଯେ ସ୍ତ୍ରୀ ଖାଡିଆଙ୍କ ଦୁଇଟି ସନ୍ତାନ ଜଣକୁ ୬ ବର୍ଷ ହେଉଥିବା ବେଳେ ଅନ୍ୟକୁ ୨ ବର୍ଷ ହେଉଥିବା ଜଣା ଯାଇଛି। ଦଶରଥ କୁ ଜେଲ ପଠେଇ ଦେଲା ପରେ ଛୁଆଙ୍କ ଅବସ୍ଥା କଣ ହେବ ବୋଲି ଗ୍ରାମବାସୀ ଆଶଙ୍କା ପ୍ରକାଶ କରୁଛନ୍ତି। ମାଙ୍କ ବିନା ବେସାହାରା ହୋଇ ପଡ଼ିଛନ୍ତି ଦୁଇ ଛୁଆ।
Leave A Reply