ଜମନକିରା,୨୩/୧: ଜମନକିରା ବ୍ଲକ ବଡ଼ମାଳ ପଞ୍ଚାୟତ ଜାମୁମାଲ ଆଶ୍ରମ ସ୍କୁଲରେ ରାଣୀଲକ୍ଷ୍ମୀବାଇ ଆତ୍ମରକ୍ଷା ପ୍ରଶିକ୍ଷଣ ତାଲିମ ଶିବିର ଶୁଭାରମ୍ଭ ହୋଇଯାଇଛି।
ବିଇଓ ଙ୍କ ନିର୍ଦ୍ଦେଶ କ୍ରମେ ବ୍ଲକର ୧୮ ଗୋଟି ସ୍କୁଲରେ ଏହି ତାଲିମ ଶିବିର ଚାଲୁଥିବା ବେଳେ ଜାମୁମାଲ ଆଶ୍ରମ ସ୍କୁଲରେ ସ୍କୁଲର ପ୍ରଧାନ ଶିକ୍ଷକ ବିଷ୍ଣୁଚରଣ ଧାନଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏହି ତାଲିମ ଶିବିରରେ ଷଷ୍ଠ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୫୨ ଜଣ ଛାତ୍ରୀ ତାଲିମ ନେଇଥିଲେ।
ଛାତ୍ରୀମନକୁ ତାଲିମ ଦେବା ପାଇଁ ଟ୍ରେନର ଭାବରେ ଟାଙ୍ଗରାଣୀ ସ୍କୁଲର ଶିକ୍ଷୟତ୍ରୀ ନମିତା ନାୟକ ଓ ତାଙ୍କ ସହଯୋଗୀ ଭାବେ ଜମନକିରା କଲେଜ ଛାତ୍ରୀ ସୀମା ମତାରି ତାଲିମ ପ୍ରଶିକ୍ଷଣ ଦେଇଥିଲେ। ବିଦ୍ୟାଳୟର ଶିକ୍ଷୟତ୍ରୀ ସୁନନ୍ଦା ପଟେଲ ଓ ଲେଡି ମେଟ୍ରନ୍ ତପଶ୍ୱନି ମାଝୀ ସହଯୋଗ କରିଥିଲେ। ଏହି ଶିବିର ଟି ୧୫ ଦିନ ଧରି ଚାଲିବାକୁ ଥିବାବେଳେ ୫ ଦିନ ଲେଖାଏଁ ଜାନୁଆରୀ, ଫେବୃଆରୀ ଓ ମାର୍ଚ୍ଚ ମାସରେ ହେବାକୁ ଅଛି। ଶେଷରେ ପ୍ରଧାନ ଶିକ୍ଷକ ଶ୍ରୀ ଧାନ ତାଲିମ ଶିବିରକୁ ନେଇ ଛାତ୍ରୀମାନଙ୍କ ପାଇଁ ଆତ୍ମରକ୍ଷା କରିବା, ସାହସିକତା, ଶକ୍ତିଶାଳୀ, ଉଚ୍ଚମନ ତଥା ଆତ୍ମନିର୍ଭରତା ହୋଇପାରିବେ ବୋଲି ଅଭିଭାଷଣ ସହ ଧନ୍ୟବାଦ ଅର୍ପଣ କରିଥିଲେ।
