ନୂଆପଡା-୧/୨ ସକାଳ ଖବର ( ସୁରେନ୍ଦ୍ର ତିୱାରୀ) ଆଜି ଭାରତୀୟ ଜନତା ପାର୍ଟି ର ବରିଷ୍ଠ ନେତା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଯଦୁମଣି ପାଣିଗ୍ରାହୀଙ୍କ ନେତୃତ୍ବରେ ଏକ ପ୍ରତିନିଧି ମଣ୍ଡଳୀ ଚାଷୀଙ୍କ ଧାନ ମଣ୍ଡି ସମସ୍ୟା ନେଇ ଜିଲ୍ଲାପାଳଙ୍କ ଅନୁପସ୍ଥିତି ରେ ଜିଲ୍ଲା ଖାଦ୍ୟ ଓ ଯୋଗାଣ ଅଧିକାରୀ ଙ୍କୁ ସାକ୍ଷାତ କରି ମଣ୍ଡି ଜନିତ ବିଭିନ୍ନ ସମସ୍ୟାର ଆଲୋଚନା କରି ଥିଲେ। ସମସ୍ତ ପଞ୍ଜିକୃତ ଚାଷୀ ଙ୍କ ଧାନ କିଣାଯିବ,କୌଣସି ଚାଷୀ ଙ୍କ ଟୋକନ ବାତିଲ ହେବ ନାହିଁ ବୋଲି ଯୋଗାଣ ଅଧିକାରୀ ଙ୍କୁ ଲିଖିତ ପ୍ରତିଶ୍ରୁତି ଦିଅ ବୋଲି ଦାବି କରିଥିଲେ।ଜିଲ୍ଲାରେ ଧାନ ଅମଳ ବହୁତ ଦିନରୁ ସରି ଯାଇଛି,କାହିଁକି ଚାଷୀଙ୍କୁ ଫେବ୍ରୁଆରୀ ଓ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଟୋକନ ଦିଆଯାଉଛି ? କାହିଁକି ମଣ୍ଡି ରୁ ଧାନ ଉଠୁ ନାହିଁ ? ଅଳ୍ପ ଅଳ୍ପ କରି ଭିକ୍ଷା ଦେଲା ଭଳି ମଣ୍ଡି ରେ “ଟାର୍ଗେଟ” ଓ ମିଲରସ କୁ “ମାସ” କାହିଁକି ଦିଆଯାଉଛି?ଏହାଦ୍ୱାରା ଜାଣିଶୁଣି ଚାଷୀ ଙ୍କ ଭିତରେ ଏକ ଭୟ ଓ ଆଶଙ୍କା ର ବାତାବରଣ ସୃଷ୍ଟି କରାଯାଉ ନାହିଁକି ? ଏ ପରିସ୍ଥିତି ର ଫାଇଦା ଉଠାଇ ମିଲର୍ସ ଧାନ କଟନୀ ପରିମାଣ ବୃଦ୍ଧି କରିଦେଇଛନ୍ତି, ଏଥିପାଇଁ କିଏ ଦାୟୀ ?
ଏମିତି ଅନେକ ପ୍ରଶ୍ନ ବାଣ ରେ ଘାଇଲା ହୋଇ ଯୋଗାଣ ଅଧିକାରୀ କୌଣସି ଉତ୍ତର ଦେଇପାରି ନ ଥିଲେ।ଆଲୋଚନା ରୁ ଯୁକ୍ତିତର୍କ ପର୍ଯ୍ୟନ୍ତ କଥା ଗଲା ପରେ ଶ୍ରୀ ପାଣିଗ୍ରାହୀ ଓ ପ୍ରତିନିଧି ମଣ୍ଡଳୀ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ପ୍ରକୋଷ୍ଠ ରେ ହିଁ ଘଣ୍ଟାଏ କାଳ ଧାରଣା ରେ ବସିଥିଲେ। ପରେ ଯୋଗାଣ ଅଧିକାରୀ ମୋର୍ କୌଣସି କଥା ଆପଣ ମାନଙ୍କୁ ଯଦି ଆଘାତ ଦେଇଛି ତେବେ ମୁ ଦୁଃଖିତ।ବର୍ତ୍ତମାନ ୭୩ହଜାର କୁଇଣ୍ଟାଲ ର ଟାର୍ଗେଟ ଆସିଛି,ବିଭିନ୍ନ ମଣ୍ଡି କୁ ଧାନ ପରିମାଣ କୁ ଦେଖି ଆଜି ହିଁ ଟାର୍ଗେଟ ଦେଇଦିଆଯିବ।ଆପଣ ମାନେ ଦୟାକରି ସହଯୋଗ କରନ୍ତୁ। ଆମେ ଜିଲ୍ଲାପାଳଙ୍କ ସହିତ କଥା ହେଇଛୁ, ଭୁବନେଶ୍ୱର ଯାଇଥିଲି, ସରକାର ରେ ବି କଥା ହୋଇଛି,ସମସ୍ତ ଚାଷୀଙ୍କ ଧାନ ନିଶ୍ଚୟ ଉଠିବ,ଟୋକନ ଲେପ୍ସ ହେବା ପାଇଁ ସରକାର ଦେବେ ନାହିଁ ବୋଲି ମୌଖିକ ପ୍ରତିଶୃତି ଦେଲା ପରେ ଶ୍ରୀ ପାଣିଗ୍ରାହୀ ଓ ପ୍ରତିନିଧି ମଣ୍ଡଳୀ ଧାରଣାରୁ ଉଠିଥିଲେ।ନୂଆପଡା ଜିଲ୍ଲାର ଚାଷୀଙ୍କ ସମସ୍ତ ଟୋକନ କୁ ଆଗକୁ ଧରି ଆଣି, ଆବଶ୍ୟକ “ଟାର୍ଗେଟ ” ପ୍ରଦାନ କରି ଆଗାମୀ ଏକ ସପ୍ତାହ ରୁ ଦଶ ଦିନ ଭିତରେ ମଣ୍ଡି ସବୁ ବନ୍ଦ କରାଯାଉ ବୋଲି ଶ୍ରୀ ପାଣିଗ୍ରାହୀ ଦାବି କରିଥିଲେ।ଏହି ପ୍ରତିନିଧି ମଣ୍ଡଳୀ ରେ ବିଜେପି ନେତା ରତନ ଚନ୍ଦ୍ରକାର, ବେଲଟୁକରି ସରପଞ୍ଚ ଚନ୍ଦ୍ରଶେଖର ଚନ୍ଦ୍ରକାର, କୁଲଞ୍ଜନ ଅହୀର, ଭକ୍ତବନ୍ଧୁ ଧରୁଆ, ସତ୍ୟବାନ ଦାସ,ବୁଲୁ ବିଶି ପ୍ରମୁଖ ସାମିଲ ହୋଇଥିଲେ।
