Odisha news

ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୋଜପୁରରେ ଆତ୍ମ ସୁରକ୍ଷା ତାଲିମ୍ ଶିବିର କାର୍ଯ୍ୟକ୍ରମ ଉଦଘାଟିତ

0

ଜମନକିରା,୪/୧: ଜମନକିରା ବ୍ଲକ୍ ଅନ୍ତର୍ଗତ ବି.ଆର.ଜି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୋଜପୁର ରେ ଆତ୍ମ ସୁରକ୍ଷା ତାଲିମ କାର୍ଯ୍ୟକ୍ରମର ପ୍ରୋଗ୍ରାମ ଅଫିସର ଅଧ୍ୟାପିକା ଅନିତା ପଟେଲଙ୍କ ନେତୃତ୍ବରେ ତାଲିମ କାର୍ଯ୍ୟକ୍ରମ ଉଦ୍ଘାଟନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ୮୯ ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଉକ୍ତ ଉଦଘାଟନୀ ଉସ୍ଵବରେ କୁଚିଣ୍ଡା ଉପଖଣ୍ଡ ଆରକ୍ଷୀ ଅଧିକାରୀ ରାଜକିଶୋର ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଛାତ୍ରୀ ମାନଙ୍କ ପାଇଁ ଆତ୍ମ ସୁରକ୍ଷା ତାଲିମର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଅଧକ୍ଷ ପ୍ରତାପ କୁମାର ମହାକୁଲ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାକୁ ଓଡ଼ିଆ ବିଭାଗ ଅଧ୍ୟାପକ ଜନ୍ମଜେୟ କୁମୁରା ପରିଚାଳନା କରୁଥିଲେ। ଖେଳ ଶିକ୍ଷକ ଦେବେନ୍ଦ୍ର ନାଏକ,ଇତିହାସ ବିଭାଗ ଅଧ୍ୟାପକ ତପନ କୁମାର ଜୟପୁରୀୟା, ଶିକ୍ଷା ବିଭାଗ ଅଧ୍ୟାପିକା ଶୁବସିନି ଶତପଥୀ, ଅର୍ଥନୀତି ବିଭାଗ ଅଧ୍ୟାପକ ଘାସିରାମ ବାରିକ, ଗଣେଶ କୁମାର ପଟେଲ, ଡିଇଓ ଏଲିଶା ରାଣୀ ପଳେଇ ତଥା ସମସ୍ତ ଅଣ ଶିକ୍ଷକ କର୍ମଚାରୀ ସଭାପରିଚଳନା ରେ ସହଯୋଗ କରିଥିଲେ। ପରିଶେଷରେ ଇଂରାଜୀ ଅଧ୍ୟାପିକା ଅନିତା ପଟେଲ ଧନ୍ୟବାଦ୍ ଅର୍ପଣ କରିଥିଲେ।

Leave A Reply