Odisha news

ନୂତନ କୋର୍ଟର ବିଭିନ୍ନ ସମସ୍ୟା ସମ୍ପର୍କରେ ସଭାପତି ପ୍ରାର୍ଥୀଙ୍କ ସାମ୍ବାଦିକ ସମ୍ମିଳନୀ

0

ଜଳେଶ୍ୱର-ବହୁ ପ୍ରତିକ୍ଷୀତ ଜଳେଶ୍ୱର କୋର୍ଟ ନୂତନ ଗୃହକୁ ସ୍ଥାନାନ୍ତର ଡିସେମ୍ବର ୨ ତାରିଖରୁ ହୋଇଥିଲେ ମଧ୍ୟ ଅଦ୍ୟାବଧି ସେଠାରେ ବହୁ ମୌଳିକ ଅସୁବିଧା ରହିଥିବା ସଂପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ଆଇନ୍ଜିବୀ ତଥା ସରକାରୀ ଓକିଲ ପତୀତପାବନ ପ୍ରଧାନ ପ୍ରକାଶ କରିଛନ୍ତି । ନୂତନ ଭାବେ ପ୍ରତିଷ୍ଠିତ ଅସ୍ଥାୟୀ ଏଡିଜେ କୋର୍ଟକୁ ସ୍ଥାୟୀ କରିବା, ସବୁ ପଞ୍ଚାୟତରେ ମଧୁବାବୁ ଆଇନ୍ଜିବୀ ନିଯୁକ୍ତି କରିବା, ଜଳେଶ୍ୱର ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ବସ୍ତା ବ୍ଲକର ୧୪ଟି ପଂଚାୟତ ଜଳେଶ୍ୱର କୋର୍ଟ ପରିସରକୁ ଆସିବା, ଭୋଗରାଇରେ ସ୍ଥାନୀୟ କୋର୍ଟଗୃହ ନିର୍ମାଣ ହେବା, ମହୁରର, ନୋଟାରୀ, ମହକିଲଙ୍କ ଲାଗି ସ୍ଥାୟୀ ଗୃହ ନିର୍ମାଣ, ଲାଇବ୍ରେରୀ ନିର୍ମାଣ, କୋର୍ଟ ନିକଟରେ ଜାତୀୟ ରାଜପଥ ୬୦ ଉପର ଦେଇ ଏକ ପାଦଚଲା ସେତୁ ନିର୍ମାଣ କରିବା, ତୁରନ୍ତ ଟ୍ରାଫିକ୍ ପୁଲିସ୍ ମୁତୟନ ହେବା, ସ୍ଥାୟୀ ଫାଣ୍ଡି ସ୍ଥାପନ ହେବା, ହାଇମାକ୍ସ ଲାଇଟ୍ର ବ୍ୟବସ୍ଥା ହେବା, ଅଗ୍ନିନିର୍ବାପକ ଯନ୍ତ୍ର ବ୍ୟବସ୍ଥା କରିବା, କୋର୍ଟ ପରିସରରେ ପିଇବାପାଣିର ବ୍ୟବସ୍ଥା ହେବା, କେଣ୍ଟିନ୍ର ବ୍ୟବସ୍ଥା ହେବା, ଜଳେଶ୍ୱରରୁ କୋର୍ଟ ପର୍ଯ୍ୟନ୍ତ ବସ୍ ଗମନାମନର ବ୍ୟବସ୍ଥା ହେବା ଇତ୍ୟାଦି ସଂପର୍କରେ ସେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।

Leave A Reply