Odisha news

ସୁବର୍ଣ୍ଣରେଖା ପୋଲତଳୁ ଅଚିହ୍ନା ଯୁବକଙ୍କ ଶବ ଉଦ୍ଧାର : ହତ୍ୟା ସନ୍ଦେହ

0

ଜଳେଶ୍ୱର-୩୦/୦୯ :  ଆଜି ସକାଳେ ସୁବର୍ଣ୍ଣରେଖା ନଦୀର ଚାଲନ୍ତିସ୍ଥିତ ପୋଲ ତଳେ ଜଣେ ଅଚିହ୍ନ ଯୁବକଙ୍କ ଶବ ପଡିଥିବାର ସ୍ଥାନୀୟ ଲୋକେ ଦେଖି ପୋଲିସ୍କୁ ଖବର ଦେଇଥିଲେ । ମୃତ ଶରୀର ପଡିଥିବା ସ୍ଥାନଠାରୁ ଅଳ୍ପ ଦୂରରେ ହଳେ ଚପଲ,କଳା ରଂଗର ଗେଞ୍ଜି ପଡିଥିବା ବେଳେ ବାଲିରେ ଧସ୍ତାଧସ୍ତି ହୋଇଥିବା ବହୁ ଚିହ୍ନ ହୋଇଛି ।

ମୃତ ଲୋକଟି ପୃଥୁଳକାୟ ଓ ଚନ୍ଦ ଅଟେ । ତାଙ୍କ ଦେହର ବିଭିନ୍ନ ସ୍ଥାନରେ ବାଲି ଲାଗିଥିବା, ହାତରେ କାଦୁଅ ଲାଗିଥିବା ଏବଂ ଘୋଷଣା ଘୋଷରୀ ହୋଇଥିବା ଚିହ୍ନ ରହିଛି । ସେ ପିନ୍ଧିଥିବା ପ୍ୟାଣ୍ଟର ଚେନ୍ ଖୋଲା ରହିବାସହ ଉପରକୁ ଆଁକରି ପଡି ରହିଥିବା ଦେଖିବାକୁ ମିଳିଛି । ଏହା ଏକ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ବାରି ହେଉଛି । ତାଙ୍କ ପରିଚୟ ମିଳିନଥିବା ବେଳେ ପୋଲିସ୍ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରିଛି ।

Leave A Reply