Odisha news

ହୋମ କ୍ୱାରେଟାଇନ ରେ ରହିବାକୁ କେନ୍ଦ୍ର କରି ଗ୍ରାମବାସୀଙ୍କ ପକ୍ଷରୁ ରାସ୍ତା ଅବରୋଧ ଓ ଆନ୍ଧୋଳନ

0

ଜଳେଶ୍ୱର : ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ କୋଟସାହି ପଂଚାୟତର ଡିଙ୍ଗାଶୋଳ ଗ୍ରାମର ଜନୈକ ବିଦେଶ ଫେରନ୍ତାଙ୍କ ହୋମ୍ କ୍ୱାରେନ୍ଣ୍ଟାଇନ୍ରେ ରହିବାକୁ କେନ୍ଦ୍ରକରି ଆଜି ଅପରାହ୍ନରେ ଗ୍ରାମର କିଛି ଲୋକଙ୍କ ପକ୍ଷରୁ ରାସ୍ତା ଅବରୋଧ କରିବା ଏବଂ ଆନେ୍ଦାଳନରେ ବସିବା ଚଚ୍ଚାର ବିଷୟ ହୋଇଛି । ଗାଁର ଗୋପାଳ ଚନ୍ଦ୍ର ଦାସ ମହାପାତ୍ରଙ୍କ ପୁଅ ପ୍ରିୟରଂଜନ ସାଉଦି ଆରବରେ ରହୁଥିବା ବେଳେ କୋଭିଦ୍-୧୯ ସଂକ୍ରମଣ ଯୋଗୁଁ ଗାଁକୁ ଫେରିଛନ୍ତି ।

ସେ ଗାଁ କ୍ୱାରେଟାଇନ କେନ୍ଦ୍ରରେ ନ ରହି ନିଜ ଘରେ ରହିଥିବାର ଖବର ପ୍ରଚାରିତ ହେବା ପରେ ସେହି ଗାଁର ଚିନ୍ମୟ ଦାସ ମହାପାତ୍ର, ଦିଲ୍ଲୀପ ଦାସ ମହାପାତ୍ର, ଗୋପାଳ ଜେନା, ହରେକୃଷ୍ଣ ପ୍ରମାଣିକ, ମହେଶ୍ୱର ବେହେରା, ବଳରାମ ଜେନା, ଅଶୋକ ଜେନା, ଦେବୀଦାସ ପଣ୍ଡା, ଜଗବଂଧୁ ଜେନା, ଦିନବଂଧୁ ଜେନା, ପବିତ୍ର ଜେନା ପ୍ରମୁଖ ଏହାକୁ ବିରୋଧ କରି ଗାଁ ରାସ୍ତାରେ ଟାୟାର ଜାଳି ଆନେ୍ଦାଳନରେ ବସିଛନ୍ତି । କିନ୍ତୁ ଏ ସଂପର୍କରେ ଗୋପାଳ ଦାସ ମହାପାତ୍ରଙ୍କ ମତାମତ ଲୋଡିବାରୁ ସେ ସ୍ଥାନୀୟ ପ୍ରଶାସନର ଅନୁମତି ନେଇ ନିଜ ପୁଅ ପ୍ରିୟରଂଜନକୁ ହୋମ କ୍ୱାରେନ୍ଣ୍ଟାଇନ୍ରେ ରଖିଥିବା ପ୍ରକାଶ କରିଛନ୍ତି । ଏ ସଂପର୍କରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି । ଖବର ଲେଖାଯିବା ପର୍ଯ୍ୟନ୍ତ ଏ ସଂପର୍କରେ ବିଡିଓଙ୍କ ସହ କୌଣସି ଯୋଗାଯୋଗ ହୋଇପାରିନଥିଲା ।

Leave A Reply