ଜଳେଶ୍ୱର : ଜଳେଶ୍ୱର ମୁ୍ୟନିସିପାଲଟିର ପଞ୍ଚୁଘଣ୍ଟା ଗାଁରୁ ଦ୍ୱିତୀୟ ସର୍ବାଧିକ କରୋନାପଜେଟିଭ୍ ଦେଖାଦେଇଥିବାରୁ ସେଠାରେ ଥିବା ବିଭିନ୍ନ ଏସ୍ଏଚ୍ଜି ଗ୍ରୁପର ମହିଳାମାନଙ୍କୁ ପକ୍ଷରୁ ଗାଁର ମୁଖ୍ୟ ଓ ସାହି ରାସ୍ତା ଗୁଡିକୁ ସାନିଟାଇଜ୍ କରାଯାଇଛି । ଏହି ଗାଁର ଜଣେ ୫୦ବର୍ଷିୟ ମହିଳା ୨ଦିନ ତଳେ ପଜେଟିଭ୍ ଚିହ୍ନଟ ହୋଇଥିବାରୁ ସଚେତନତା ଓ ସେନିଟାଇଜ୍ ପାଇଁ ସେ ଅଞ୍ଚଳରେ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ମନ୍ଦିର ପରିସର, ସଂପୃକ୍ତ ପିଡିତା ମହିଳାଙ୍କ ସାହି ପାଇକପାଟଣାକୁ ସାନିଟାଇଜ୍ କରାଯାଇଛି ।
ଏଥିରେ ମା ଲକ୍ଷ୍ମୀ ସ୍ୱୟଂ ସହାୟକ ଗୋଷ୍ଠୀର ସଭାନେତ୍ରୀ ରଂଜୁରାଣୀ ସାହୁ, ସଂପାଦିକା ଅଞ୍ଜଳି ଗିରି, କୋଷାଧ୍ୟକ୍ଷ ସୁଚିସ୍ମିତା ଗନ୍ତାୟତ, ସଭ୍ୟା ଶୁଭଲକ୍ଷ୍ମୀ ଦାସ, ମାଳତୀ ଗିରି, ଜ୍ୟୋସôାରାଣୀ ସାହୁ, ଆରତୀ ଦାସ, ଜୋତ୍ସ୍ନାରାଣୀ ରଣା, ତିଳୋତ୍ତମା ଦାସ, ଜୟନ୍ତୀ ରଣା ପ୍ରମୁଖ ବ୍ଲିଚିଂ, ଡେଟେଲ, ଫିନାଇଲ ପକାଇ ସେନିଟାେଇଜ୍ କରିଥିଲେ । ଏମାନଙ୍କ ବ୍ୟତୀତ ସୁବର୍ଣ୍ଣେସ୍ୱରୀ, ଭବାନୀ, ମା ବାସୁଳି, ଜୟବୀର ହନୁମାନ, ଜୀବନସାଥି, ବିଶ୍ୱମଂଗଳା ଗ୍ରୁପ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।