Odisha news

ମତାନ୍ତର ଥାଇପାରେ, ମନାନ୍ତର ହେଲେ ଆଂଚଳିକ ବିକାଶ ହୁଏ ବାଧାପ୍ରାପ୍ତ : ଜୟନାରାୟଣ

0

ଜଳେଶ୍ୱର-୦୧/୦୧ :  ରାଜନୈତିକ ନେତାମାନଙ୍କ ମଧ୍ୟରେ ମତାନ୍ତର ଥାଇପାରେ କିନ୍ତୁ ମନାନ୍ତର ରହିଲେ ସେ ଅଂଚଳର ବିକାଶ ବାଧାପ୍ରାପ୍ତ ହୋଇଥାଏ ବୋଲି ଜଳେଶ୍ୱରର ପୂର୍ବତନ ବିଧାୟକ ତଥା ବିଜେପିର ନେତା ଜୟନାରାୟଣ ମହାନ୍ତି ଆଜି ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଜଳେଶ୍ୱର ପୌରପାଳିକାର ଶାନ୍ତିଆସ୍ଥିତ ବିଜେପି କାର୍ଯ୍ୟାଳୟ ପରିସରରେ ଆଜି ବିଜେପିର ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ଏହି ସାମ୍ବାଦିକ ସମ୍ମିଳନୀକୁ ଉଦ୍ବୋଧନ ଦେଇ ଜଳେଶ୍ୱରର ୨ଥରର ବିଧାୟକ ତଥା ଗତ ନିର୍ବାଚନରେ ବିଜେପିର ପ୍ରାର୍ଥି ଜୟନାରାୟଣ ମହାନ୍ତି ରାଜନିତିରେ ମନାନ୍ତର ରହିବା ଉଚିତ ନୁହେଁ ବୋଲି କହିଥିଲେ । ଦଳୀୟ ନେତାଙ୍କ ମଧ୍ୟରେ ସେ ଅଂଚଳର ବିକାଶଲାଗି ବାରମ୍ବାର ଆଲୋଚନା ହେବା ଉଚିତ୍ କିନ୍ତୁ ତାଙ୍କୁ ଦଳ ପକ୍ଷରୁ କେତେକ କାର୍ଯ୍ୟରେ ବିରୋଧ କରାଯାଉଥିବାରୁ ତାହାକୁ ହିନରାଜନିତୀ ବୋଲି ସେ ଅବିହିତ କରିଛନ୍ତି । ଅନ୍ୟପକ୍ଷରେ ତାଙ୍କର ଅଧୁରା କାର୍ଯ୍ୟ ଜଳେଶ୍ୱରରେ ଶେଷ ଲାଗି ସେ ନିର୍ବାଚନରେ ଅବତିର୍ଣ୍ଣ ହୋଇଥିଲେ । ସେ ସବୁ କାର୍ଯ୍ୟ ଶେଷ ପାଇଁ ଯୁବ ପ୍ରତିଭା ଦିବ୍ୟକାମ ମହାନ୍ତିଙ୍କ କାର୍ଯ୍ୟକୂଶଳତା ଓ ଦଳପ୍ରତି ଅନୁରୋକ୍ତି ରହିଥିବାରୁ ସମସ୍ତେ ସହାୟକ ହେବାକୁ ସେ ନିବେଦନ କରିଥିଲେ । ରାଇବଣିଆ ମଣ୍ଡଳ ସଭାପତି ମନୋଜ କୁମାର ସାସମଲଙ୍କ ଅଧ୍ୟକ୍ଷତାରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅଭିଜିତ୍ ପ୍ରଧାନ, ପୂର୍ବତନ ପୌରପାଳିକା ଉପାଧ୍ୟକ୍ଷ ସିଦେ୍ଧଶ୍ୱର ପଣ୍ଡା, ଅମୂଲ୍ୟ ଚନ୍ଦ, ପୂର୍ବତନ ଜିଲାପରିଦେ ସଦସ୍ୟ ସୁଧାଂଶୁ ସେଖର ଘୋଷ, ମଣ୍ଡଳ ସଭାପତି ପ୍ରତାପ ସେନାପତି, ପ୍ରଣବ ପଣ୍ଡା, ଜ୍ୟୋତିର୍ମୟ ନନ୍ଦ, ଶ୍ରୀକୃଷ୍ଣ ଗୁପ୍ତା, ଦିବ୍ୟେନ୍ଦୁ ଦେ, ସତିଶ ପରିଡା, ଅମ୍ବିକା ପ୍ରଧାନ, ରବିନ୍ଦ୍ର ଦତ୍ତ, ସତ୍ୟବାନ ଚନ୍ଦ, ସଂଜିବ ରାଉତ ଓ ଦୀପକ ବେହେରା ପ୍ରମୁଖ ବକ୍ତବ୍ୟ ରଖିଥିଲେ ।

Leave A Reply