ଜଳେଶ୍ୱର: ଉତ୍ତର ବାଲେଶ୍ୱରର ଜଣେ ଶ୍ରେଷ୍ଠ ଆଧ୍ୟାତ୍ମିକବାଦୀ, ଗୀତାବିତ୍, ସମାଜସେବୀ, ପରୋପକାରୀ, ମିଷ୍ଟଭାଷୀ ଓ ସଂଗଠକ ଜଳେଶ୍ୱରପୁର ଗ୍ରାମର ଗୟାରାମ ଜେନାଙ୍କ ୯୫ବର୍ଷ ବୟସରେ ଦିନ ୩ଟାରେ ପରଲୋକ ହୋଇଛି । ଭୋଗରାଇ ଅଂଚଳରେ ସେ ଘରେ ଘରେ ପରିଚିତ ଥିଲେ । ବିଭିନ୍ନ ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିବା ବେଳେ ବାଗରୁଖୀ ଜଗଧାତ୍ରୀ ପୂଜାମଣ୍ଡପର ସଭାପତି ଓ ପ୍ରତିଷ୍ଠାତା ସଦସ୍ୟ ଥିଲେ ।
ଆଜି ତାଙ୍କ ବିୟୋଗରେ ବିଭିନ୍ନ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ମୃତ୍ୟୁ ଶଯ୍ୟାନିକଟରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଜ୍ୟେଷ୍ଠପୁତ୍ର ନଟବର ଜେନା, ନନ୍ଦକିଶୋର ଜେନା, ଅଧ୍ୟାପକ ନିକୁଞ୍ଜବିହାରୀ ଜେନା, ନାତି ଡ. ସିଦ୍ଧାର୍ଥ ସ୍ୱରୂପ ଜେନା, ଶାସ୍ୱତ ସ୍ୱରୂପ ଜେନା, ଭଣଜା କେପ୍ଟେନ୍ ଅଶୋକ କୁମାର ଦାସ, ପରିବାରବର୍ଗ, ଆତ୍ମୀୟ ସ୍ୱଜନ ଓ ସେ ଅଞ୍ଚଳର ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ରହି ଶେଷ ଦର୍ଶନ କରିଥିଲେ । ନିଜ ଗ୍ରାମ ବାଗରୁଖୀସ୍ଥିତ ଶ୍ମଶାନରେ ଶେଷକୃତ୍ୟବେଳେ ଜ୍ୟେଷ୍ଠପୁତ୍ର ନଟବର ଜେନା ମୁଖାଗ୍ନି ଦେଇଥିଲେ ।