ଯାଜପୁର : କେନ୍ଦ୍ର ସରକାରଙ୍କ ନିଦେ୍ର୍ଦଶାବଳୀ ଅନୁସାରେ ତା ୩୦.୦୪.୨୦୨୦୨୦ ରିଖ ଠାରୁ ନିୟନ୍ତ୍ରିତ ବଜାର କମିଟି, ଯାଜପୁର ପକ୍ଷରୁ ଏହାର ମୁଖ୍ୟ ବଜାର ପ୍ରାଙ୍ଗଣ କିଆ ନାଳକୂଳ ଠାରେ ଇଲୋଟ୍ରୋନିକ୍ସ ରାଷ୍ଟ୍ରିୟ ବଜାର (ଇ-ନାମ) ର ଶୁଭାରମ୍ଭ ହୋଇ ଚାଷୀଙ୍କ ଉତ୍ପାଦିତ କୃଷିଜାତ ଦ୍ରବ୍ୟର ସିଧାସଳଖ କିଣାବିକା ଆରମ୍ଭ ହୋଇଯାଇଛି । ଇ-ଟ୍ରେଡ଼ିଂ ଓ ଇ-ବିଡ଼ି ମାଧ୍ୟମରେ ଦାନଗଦି ବ୍ଲକ ର ରଣାଗୁଣ୍ଡି ଗ୍ରାମର ୩ ଜଣ ଚାଷୀ ଶ୍ରୀ ବିଷ୍ଣୁ ମଣ୍ଡଳ, ତପନ ମଣ୍ଡଳ ଓ ପୁର୍ଣ୍ଣ ଚନ୍ଦ୍ର ଜେନା ଇ-ନାମ ଜରିଆରେ ବ୍ୟବସାୟୀ ଶ୍ରୀ ପ୍ରଫୁଲ୍ଲ ମହାନ୍ତିଙ୍କୁ ୩.୧୫ କୁଇଣ୍ଟାଲ କଞ୍ଚା ଲଙ୍କା ବିକ୍ରି କରି ତାଙ୍କର ପ୍ରାପ୍ୟ ଅନଲାଇନ ମାଧ୍ୟମରେ ପାଇଥିଲେ । ଏହାଦ୍ୱାରା ଯାଜପୁର ଜିଲ୍ଲାର ସମସ୍ତ ଚାଷୀ ତାଙ୍କର ଉତ୍ପାଦିତ ଦ୍ରବ୍ୟ ମଣ୍ଡିକୁ ଆଣି ଏହି ସୁବିଧା ପାଇପାରିବେ । ଖୁବ୍ ଶୀଘ୍ର ସରକାରଙ୍କ ଦ୍ୱାରା ଏହାକୁ ରାଜ୍ୟର ଅନ୍ୟ ସମସ୍ତ ମଣ୍ଡି ସହ ସଂଯୋଗ କରିବା ପରେ ଅନ୍ୟ ଜିଲ୍ଲାର ବ୍ୟବସାୟୀ ମାନେ ଇ-ବିଡ଼ିଂରେ ଭାଗନେବେ ଫଳରେ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ, ଲକ୍ ଡାଉନ୍ କିମ୍ବା ସଟ୍ ଡାଉନ୍ ଭଳି ପରିସ୍ଥିତିରେ ·ଷୀ ମାନେ ସେମାନଙ୍କର ପ୍ରାପ୍ୟ ସୁବିଧାରେ ପାଇପାରିବେ । ଇ-ନାମ ର ରାଜ୍ୟ ସଂଯୋଜକ ଶ୍ରୀ ପ୍ରସନ୍ନଜୀତ ସାହାଙ୍କ ତତ୍ତ୍ୱାବଧନାରେ ନିୟନ୍ତ୍ରିତ ବଜାର କମିଟି ଯାଜପୁରର ଅଧ୍ୟକ୍ଷଙ୍କ ପ୍ରେରଣା ଓ ସହକର୍ମୀ କର୍ମଚାରୀମାନଙ୍କ ସହଯୋଗାରେ ନିୟନ୍ତ୍ରିତ ବଜାର କମିଟି ଯାଜପୁରର ସମ୍ପାଦକ ଶ୍ରୀ ରମେଶ ସ୍ୱାଇଁ ଏହାକୁ ଆରମ୍ଭ କରିବାରେ ସଫଳ ହୋଇଥିଲେ ।