ବାସୁଦେବପୁର : ଭଦ୍ରକ ବାଲେଶ୍ୱର ଓ ଯାଜପୁର ଜିଲ୍ଲାରେ କୋଲକତା ଲିଙ୍କ ଯୋଗୁଁ କରୋନା ପଜେଟିଭ୍ ସଂଖ୍ୟା ବୃଦ୍ଧି ପାଉଥିବାରୁ କେନ୍ଦ୍ର ସରକାରଙ୍କ ରେଡ ଜୋନ ଅଞ୍ଚଳ ଭାବେ ଘୋଷଣା କରାଯିବା ପରେ ଭଦ୍ରକ ଜିଲ୍ଲାର ସର୍ବାଧିକ ପଜେଟିଭ୍ କେଶ ଚିହ୍ନଟ ହୋଇଥିବା ବାସୁଦେବପୁର ବ୍ଲକର ରେଡ ଜୋନର କେନ୍ଦ୍ର ସରକାରଙ୍କ ରାପିଡ୍ ରେସପନ୍ସ ଟିମ୍ ପହଞ୍ଚି କଣ୍ଟେନମେଣ୍ଟ ଅଞ୍ଚଳ ପରିଦର୍ଶନ କରି ଫେରିଯାଇଛନ୍ତି । କୋଲକତା ଫେରନ୍ତାଙ୍କ ପାଇଁ ବାସୁଦେବପୁର ଅଞ୍ଚଳର ଦିନକୁ ଦିନ କରୋନା ପଜେଟିଭ୍ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଯାହା ପ୍ରଶାସନ ଠାରୁ ଆରମ୍ଭ କରି ସ୍ଥାନୀୟ ଜନସାଧାରଣଙ୍କ ମୁଣ୍ଡ ବ୍ୟଥାର କାରଣ ହୋଇଛି । ଏହି ସବୁ ଅଞ୍ଚଳରେ କିପରି ପଜେଟିଭ୍ ସଂଖ୍ୟା ସୀମିତ ରହିବ ସେଥିପାଇଁ ପ୍ରଶାସନିକ ସ୍ତରରେ ପ୍ରଚେଷ୍ଠା ଜାରି ରହିଛି । କେନ୍ଦ୍ର ସରକାରଙ୍କ ରାପିଡ୍ ରେସପନ୍ସ ଟିମ୍ରେ ଏଏମସ୍ ଡାକ୍ତର ବିନୋଦ ପାତ୍ରଙ୍କ ନେତୃତ୍ୱରେ ଦୁଇ ଜଣିଆ ଟିମ ଆଜି ଅପରାହ୍ନରେ ବାସୁଦେବପୁର ଗ୍ରସ୍ତକରି ପଭେଟିଭ୍ ଚିହ୍ନଟ ହୋଇଥିବା ଗ୍ରାମରେ ପହଞ୍ଚି ପରିବାର ସହିତ ଆଲୋଚନା କରିଥିଲେ । ପଦ୍ମପୁର ପଞ୍ଚାୟତର ମେଳକସାହି,ବିନାୟକପୁର ଓ କୃଷ୍ଣପୁର ଅଞ୍ଚଳ ଗ୍ରସ୍ତକରି କ୍ୱରେଣ୍ଟାଇନ୍ ସେଣ୍ଟର ବୁଲି ଦେଖିଥିଲେ । ବାସୁଦେବପୁର ଗୋଷ୍ଠିସ୍ୱାସ୍ଥ୍ୟ ପରିସର ମଧ୍ୟରେ ଥିବା କ୍ୱରେଣ୍ଟାଇନ୍ ସେଣ୍ଟର ଓ ରୋଗୀଙ୍କ ଓ୍ୱାର୍ଡ ବୁଲି ଦେଖିଥିଲେ । ଏହି ଟିମ୍ ସହିତ ବାସୁଦେବପୁର ବିଡିଓ ପ୍ରଣବ କୁମାର ବେହେରା,ବାସୁଦେବପୁର ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ ତଥା ଶିଶୁରୋଗ ବିଶେଜ୍ଞ ଡାକ୍ତର ସୁଶାନ୍ତ କୁମାର ସାମନ୍ତ,ବିପିଏମଓ ଦୀପ୍ତି ରଞ୍ଜନ ମଳିକ,ଜନସ୍ୱାସ୍ଥ୍ୟ ଅଧିକାରିଣୀ ଗୌରୀମଣୀ ସାହୁ ପ୍ରମୁଖ ବୁଲି ଅଞ୍ଚଳ ଦେଖାଇଥିଲେ