Odisha news

ଯାଜପୁରର ବିଧାୟକ ଓ ଜିଲ୍ଲାପାଳଙ୍କୁ ଜିଲ୍ଲାବାସୀଙ୍କ ପ୍ରଶଂସା:ବିଧାୟକଙ୍କ ପାଣ୍ଠିରୁ ୩କୋଟି

0

ଯାଜପୁରର ବିଧାୟକ ପ୍ରଣବ ପ୍ରକାଶ ଦାସ କରୋନା ଭାଇରସ ପାଇଁ ଜିଲ୍ଲାକୁ ଲକ୍ ଡାଉନ ପରେ ପିଡିତ ଲୋକଙ୍କୁ ସେବା ଯୋଗାଇ ଦେବା ପାଇଁ ତାଙ୍କ ବିଧାୟକଙ୍କ ପାଣ୍ଠିରୁ ୩କୋଟି ଟଙ୍କା ଜିଲ୍ଲା ପ୍ରାଶାସନକୁ ଦେଇଥିବାରୁ ଯାଜପୁରବାସୀ ତାଙ୍କୁ କୃତଜ୍ଞତା ଜଣାଇବା ସହ ପ୍ରଶଂସା କରିଛନ୍ତି । ସେହିପରି ଯାଜପୁର ଜିଲ୍ଲାପାଲ ରଂଜନ କୁମାର ଦାସ ରାତିଦିନ ଏକ କରି ଲୋକଙ୍କ ସମସ୍ୟା ବୁଝିବା ସହିତ ସମାଧାନର ବାଟ ବାହାର କରୁଥିବାର ଦେଖିବାକୁ ମିଳୁଛି । ଏଥି ସହିତ ସରକାରଙ୍କ ନିୟମ ନ ମାନି ରାସ୍ତାଘାଟରେ ଗହଳି କରୁଥିବା ଲୋକଙ୍କୁ ହାତରେ ବାଡି ଧରି ସାବାଡ କରୁଥିବାର ଦେଖିବାକୁ ମିଳୁଛି । ଏହିସବୁ ଜନହିତକର କାର୍ଯ୍ୟରେ ଉଭୟ ବିଧାୟକ ବବି ଦାସ ଓ ଜିଲ୍ଲାପାଳ ଶ୍ରୀ ଦାସଙ୍କୁ ସାଧାରଣରେ ଭୁୟସୀ ପ୍ରଶଁସା କରାଯାଇଛି ।

Ad2
Leave A Reply