Odisha news

ଗ୍ରାହକ ପିଛା ୨କି.ଗ୍ରା. ଆଳୁ ଓ ୧କି.ଗ୍ରା. ପିଆଜ ଦିଅ : ଜିଲ୍ଲାପାଳ ଯାଜପୁର

0

ଯାଜପୁର: କରୋନାକୁ ବିପର୍ଯ୍ୟୟ ବୋଲି ଘୋଷଣା କରିବା ପରେ ରାଜ୍ୟ ସରକାର ସମଗ୍ର ରାଜ୍ୟରେ ଲକ୍ ଡାଉନ କରିଛନ୍ତି । କେବଳ ମେଡିସିନ ଦୋକାନ ଓ ଅତ୍ୟାବଶ୍ୟକ ସାମଗ୍ରୀର ବିକ୍ରୟକୁ ପ୍ରାଧାନ୍ୟ ଦିଆଯାଇଛି । ତେବେ ଏହି ସାମଗ୍ରୀ ନେବା ବାହାନାରେ ଅନେକ ବ୍ୟକ୍ତି ଅଯଥାରେ ଗହଳିକରି ରାସ୍ଥାରେ ବୁଲୁଛନ୍ତି । ପୁର୍ବରୁ ଦୋକାନ ଗୁଡିକର ଖୋଲିବା ସମୟକୁ ପରିବର୍ତ୍ଥନ କରାଯାଇ ବର୍ତ୍ତମାନ ପୂର୍ବାହ୍ନ ୭ଘଟିକାରୁ ୯ଘଟିକା ଓ ଅପରାହ୍ନ ୩ଘଟିକାରୁ ୫ ଘଟିକା ପର୍ଯ୍ୟନ୍ତ ଖୋଲାଯିବ ବୋଲି ଜିଲ୍ଲାପାଳ ରଂଜନ କୁମାର ଦାସ ନିର୍ଦ୍ଦେଶ ଦେଇଛନ୍ତି । ସେହି ସମୟ ସୀମା ମଧ୍ୟରେ ବ୍ୟକ୍ତି ବିଶେଷମାନେ ସେମାନଙ୍କର ଆବଶ୍ୟକୀୟ ଉପକରଣ କ୍ରୟ କରିପାରିବେ ।

ଦୋକାନୀମାନେ ସାମାଜିକ ଦୂରତା ରକ୍ଷା ପାଇଁ ଗ୍ରାହକମାନଙ୍କୁ ଠିଆ କରାଇବା ପାଇଁ ନିର୍ଦ୍ଧାରିତ ୩ଫୁଟର ଦୂରତା ସୃଷ୍ଟିର ଏକ ଚିହ୍ନ କରିବେ । ସେହି ନକ୍ସା ମଧ୍ୟରେ ଠିଆ ହୋଇ ନିଜ ନମ୍ବର ଅନୁସାରେ ଗ୍ରାହକ ସଉଦା ନେବେ । ଅପର ପକ୍ଷରେ ପ୍ରତ୍ୟେକ ୨ଚକିଆ ଯାନ ପାଇଁ ୨ଲିଟର, ୪ଚକିଆ ପାଇଁ ୧୦ଲିଟର ଓ ଟ୍ରକ ,ବସ ଇତ୍ୟାଦି ପାଇଁ ସର୍ବାଧିକ ୫୦ଲିଟର ଇନ୍ଧନ ଦିଆଯାଇପାରିବ । ସିହିପରି ପ୍ରତ୍ୟେକ ଗ୍ରାହକଙ୍କୁ ସର୍ବାଧିକ ୨କି.ଗ୍ର ଆଳୁ ଓ ୧କ.ଗ୍ରା ପିଆଜ ଦୋକାନୀମାନେ ଦେବେ । ଦୋକାନ ଖୋଲାଯିବାର ସମୟ ଧାର୍ଯ୍ୟ ପରେ ଆଉ ଅଯଥା ଲୋକମାନେ ନ ବୁଲିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ବାରମ୍ବାର ସଚେତନତା ସୃଷ୍ଟି କରିବା , ଲୋକଙ୍କୁ ବୁଝାଇବା ସତ୍ତ୍ୱେ ଯଦି ଲୋକମାନେ ଅଯଥା ରାସ୍ତାକୁ ଆସିବେ , ଗହଳି କରିବେ ତେବେ ସଂକ୍ରମନକୁ ବାଣ୍ଟିବା ଅଭିଯୋଗରେ ଧାରା ୧୮୮, ୨୬୯, ୨୭୦ ଓ ୨୭୧ ମାଧ୍ୟମରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳ କଢା ନିର୍ଦ୍ଦେଶ ଦେଇଛନ୍ତି । ସେହିପରି କୈାଣସି ସାମଗ୍ରୀର କଳାବଜାର ନ ହୁଏ ସେଥିପ୍ରତି ବିଭାଗ ଦୃଷ୍ଟି ଦେଇ ନିୟମିତ ଧରପକଡ କରିବା , ଦୈନିକ ଦୋକାନ ସମୁଖରେ ରେଟ ଚାର୍ଟ ମାରିବା , ଯୋପରି ଜିନିଷର ନିର୍ଦ୍ଧାରିତ ମୂଲ୍ୟଠାରୁ ଅଧିକ ଦାମରେ ବିକ୍ରି ନ ହୁଏ ସେଥିପ୍ରତି କଢା ନଜର ରଖି ପଦକ୍ଷେପ ନେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି

Leave A Reply