ଯାଜପୁର : କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଜନ ବିରୋଧି, ଶ୍ରମିକ ବିରୋଧି ନୀତି ବିରୁଦ୍ଧରେ ମିଳିତ କେନ୍ଦ୍ରୀୟ ଟ୍ରେଡ଼୍ ୟୁନିୟନ, ବ୍ୟାଙ୍କ, ବୀମା, ପ୍ରତିରକ୍ଷା କର୍ମ·ରୀଙ୍କର ସ୍ୱାଧୀନ ଫେଡ଼େରେସନ୍ ଓ ଆସୋସିଏସନ ସମୂହ ଆହ୍ୱାନରେ ୧୩ ଦଫା ଦାବୀ ନେଇ ଦେଶ ବ୍ୟାପି ପ୍ରତିବାଦ ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା ମିଳିତ କେନ୍ଦ୍ରୀୟ ଶ୍ରମ ସଂଗଠନ ପକ୍ଷରୁ ପ୍ରତିବାଦ କରାଯାଇଛି । ସଂଗଠନର ଶତାଧିକ କର୍ମୀ ଶୋଭାଯାତ୍ରାରେ ସହର ପରିକ୍ରମା କରି ଗାନ୍ଧିଛକ ଠାରେ ଏ.ଆଇ.ଟି.ୟୁ.ସି ର ଜିଲ୍ଲା ସଂପାଦକ ମଧୁସୂଦନ ଜେନାଙ୍କ ସଭାପତିତ୍ୱରେ ଏକ ପ୍ରତିବାଦସଭା କରିଥିଲେ ।
ମହାମାରୀ କରୋନା କବଳରେ ଦେଶ ଆଜି ତ୍ରାହି ତ୍ରାହି ଚିକ୍ରାର କରୁଥିବା ବେଳେ ସରକାରଙ୍କର ଅପରିଣାମଦର୍ଶି ନୀତି ଦେଶର ସାଧାରଣ ମଣିଷକୁ ଅକଥନୀୟ ଦୁର୍ଦ୍ଦଶା ଭିତରକୁ ଠେଲି ଦେଉଛି । ସାଂପ୍ରତିକ ପରିସ୍ଥିତିରେ ଶତାଧିକ ଶ୍ରମିକ ମୃତୁ୍ୟବରଣ କରିଥିବା ବେଳେ ଲକ୍ଷ ଲକ୍ଷ ଶ୍ରମିକ ଆଜି ରାଜରାସ୍ତାରେ । ·କିରି ହରାଇ, ମଜୁରୀ ନ ପାଇ ଆତ୍ମହତ୍ୟାର ବାଟ ଖୋଜୁଛି ଶ୍ରମିକ । ବେକାରଙ୍କ ସଂଖ୍ୟା ବୃଦ୍ଧିପାଇ ୨୭ ପ୍ରତିଶତରେ ପହଞ୍ଚôଲାଣି । ୨୪ କୋଟିରୁ ଉଦ୍ଧ୍ୱର୍ ଲୋକ ସେମାନଙ୍କ ଜୀବିକା ହରାଇ ସାରିଲେଣି । ପ୍ରତିଦିନ ଆକାଶଛୁଆଁ ଦରବୃଦ୍ଧି ଘଟୁଛି । ସରକାରଙ୍କ ଭୁଲ ନୀତି ପାଇଁ ଗରିବୀ, ଦୃଷ୍ଟିହୀନତା ଓ ଅନାହାର ମୃତୁ୍ୟ ସାଧାରଣ ଘଟଣାରେ ପରିଣତ ହେବାକୁ ଯାଉଅଛି । କୋଭିଡ଼୍-୧୯ ଆଳରେ ସରକାର କର୍ପୋରେଟ ସ୍ୱାର୍ଥରେ ଶ୍ରମ ଆଇନକୁ ସଂଶୋଧନ କରି ଶ୍ରମିକ ଶ୍ରେଣୀ ଉପରେ ପ୍ରଚଣ୍ଡ ଆକ୍ରମଣ କରୁଥିବା ବେଳେ ୧୯୫୫ ମସିହାର ଅତ୍ୟାବଶ୍ୟକ ସାମଗ୍ରୀ ଆଇନକୁ ସଂଶୋଧନ କରି କୃଷକ ଓ ଖାଉଟି ଉପରେ ଆକ୍ରମଣ କରୁଛନ୍ତି । “ଆତ୍ମନିର୍ଭର ଭାରତ”ର ସ୍ଲୋଗାନ ଦେଇ ପ୍ରତିରକ୍ଷା, କୋଇଲା, ରେଳବାଇ, ଆଣବିକ ଶକ୍ତି, ବ୍ୟାଙ୍କ, ବୀମା ଠାରୁ ଆରମ୍ଭକରି କୃଷିକ୍ଷେତ୍ର ଓ ଖୁଚୁରା ବ୍ୟବସାୟ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ସରକାରୀ ଅଂଶଧନକୁ ମାଟିଗୋଡ଼ି ମୂଲ୍ୟରେ ବିକ୍ରିକରି ଶତପ୍ରତିଶତ ବିଦେଶୀ ପୁଞ୍ଜିକୁ ଆମନ୍ତ୍ରଣ କରି କର୍ପୋରେଟ୍ ହାତକୁ ଟେକିଦବାର ସରକାର ମସୁଧା କରୁଛନ୍ତି ବୋଲି ଅନୁଷ୍ଠିତ ପ୍ରତିବାଦ ସଭାରେ ବିଭିନ୍ନ ଶ୍ରମିକ ନେତାମାନେ ଅଭିଯୋଗ କରିଥିଲେ ।
ଦାବୀ ସମୂହ: ୧. ଦୈନିକ କାର୍ଯ୍ୟ ନିର୍ଘଣ୍ଟ ୮ ଘଣ୍ଟା ପରିବର୍ତ୍ତେ ୧୨ ଘଣ୍ଟା ନିୟମକୁ ତୁରନ୍ତ ପ୍ରତ୍ୟାହାର କରାଯାଉ । ୨. ପ୍ରବାସୀ ଶ୍ରମିକ ମାନଙ୍କୁ ସରକାରୀ ଖର୍ଚ୍ଚରେ ତୁରନ୍ତ ସେମାନଙ୍କ ଭିଟାମାିଟିକୁ ଫେରାଇ ଅଣାଯାଉ ଏବଂ ସେମାନଙ୍କ ନିଯୁକ୍ତି ଓ ଥଇଥାନ କରାଯାଉ । ୩. କୋଭିଡ଼୍-୧୯ର ଦ୍ୱାହିଦେଇ ପ୍ରତିରକ୍ଷା, ରେଳବାଇ, ବ୍ୟାଙ୍କ, ବୀମା, କୋଇଲା, ଆଣବିକ ଶକ୍ତି ଠାରୁ ଆରମ୍ଭକରି କୃଷି ଓ ଖୁଚୁରା ବ୍ୟବସାୟରେ ସରକାରୀ ଅଂଶଧନକୁ ମାଟିଗୋଡ଼ି ମୂଲ୍ୟରେ ବିକ୍ରିକରିବା ବନ୍ଦ କରାଯାଉ । ୪. କୋଭିଡ଼୍-୧୯ ଆଳରେ ବନ୍ଦ ରହିଥିବା କଳକାରଖାନାକୁ ପୁନର୍ବାର ·ଲୁ କରାଯିବା ସହ ପୂର୍ବରୁ ରୁଗ୍ଣ ଶିଳ୍ପ ଭାବେ ପ୍ରତ୍ୟାଖ୍ୟାତ ଶିଳ୍ପ ସଂସ୍ଥାମାନଙ୍କର ପୁନରୁଦ୍ଧାର କରାଯାଇ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଉ । ୫. ଶ୍ରମ ଆଇନ ସଂଶୋଧନ ଓ ଶ୍ରମ କାର୍ଡ଼ ପ୍ରଚଳନ ବନ୍ଦ କରାଯାଉ ।
୬. ଶିଳ୍ପ ବିବାଦ ଆଇନ – ୧୯୪୭ କୁ ସଂଶୋଧନ କରିବାର ପ୍ରୟାସରୁ ନିବୃତ ରୁହନ୍ତୁ । ୭. ଅତ୍ୟାବଶ୍ୟକ ସାମଗ୍ରୀ ଆଇନ – ୧୯୫୫ର ସଂଶୋଧନ ବନ୍ଦ କରାଯାଉ । ୮. ପେଟ୍ରୋଲ ଓ ଡ଼ିଜେଲ ଉପରେ ମୂଲ୍ୟବୃଦ୍ଧି ପ୍ରତ୍ୟାହାର କରାଯାଉ । ୯. କୋଭିଡ୍-୧୯ ଯୋଦ୍ଧାଭାବେ କାର୍ଯ୍ୟରତ ଅଙ୍ଗନବାଡ଼ି କର୍ମୀ, ଆଶାକର୍ମୀ, ପାଚିକା ଓ ଆମ୍ବୁଲାନ୍ସ କର୍ମ·ରୀଙ୍କ ଆବଶ୍ୟକୀୟ ସଂକ୍ରମଣ ନିରୋଧି ସାମଗ୍ରୀ ଯୋଗାଇବା ସହ ସେମାନଙ୍କୁ ପ୍ରୋତ୍ସାହନ ଦିଆଯାଉ । ୧୦ ମହାମାରୀ କରୋନାରେ ପ୍ରାଣ ହରାଇଥିବା ଶ୍ରମିକ ଓ କରୋନା ଯୋଦ୍ଧାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଉ ।
୧୧. କଳିଙ୍ଗନଗର ସ୍ଥିତ ନୀଳାଚଳ ଇସ୍ପାତ କାରଖାନାର ଘରୋଇକରଣ ପ୍ରକ୍ରିୟା ପ୍ରତ୍ୟାହାର କରି “ସେଲ” ଅଧିନସ୍ଥ କରିବା ସହ ଦୀର୍ଘ ୪ ମାସ ହେଲା ଦରମା ନ ପାଇଥିବା ଶ୍ରମିକମାନଙ୍କୁ ତୁରନ୍ତ ଦରମା ଅର୍ଥରାଶି ପ୍ରଦାନ କରାଯାଉ । ୧୨. ସରକାରୀ ଘୋଷଣା ଅନୁଯାୟୀ ସମସ୍ତ ନିର୍ମାଣ ଶ୍ରମିକମାନଙ୍କୁ ତୁରନ୍ତ ସରକାରୀ ସହାୟତା ପ୍ରଦାନ କରାଯାଉ । ୧୩. ଆୟକର ପ୍ରଦାନ କରୁନଥିବା ପରିବାରକୁ ୬ ମାସ ପାଇଁ ମାସିକ ୭୫୦୦ ଟଙ୍କାର ସହାୟତା ଯୋଗାଇ ଦିଆଯାଉ । ପ୍ରଭୃତି ୧୩ ଦଫା ଦାବୀ ଉପରେ ବିଶିଷ୍ଟ ଶ୍ରମିକ ନେତା ମଧୁସୂଦନ ଜେନା, ପ୍ରଫୁଲ୍ଲ ନାୟକ ବିସ୍ତୃତ ଭାବରେ ଆଲୋଚନା କରିବା ସହ କର୍ପୋରେଟ ତୁଷ୍ଟିକରଣ ଓ ଶ୍ରମିକମାରଣ ନୀତିକୁ ପରିହାର କରନ୍ତୁ ନତୁବା ଆଗାମୀ ଦିନରେ ଆନେ୍ଦାନକୁ ତୀବ୍ରତର କରାଯିବ ବୋଲି ସରକାରଙ୍କୁ ଚେତାବନୀ ଦେଇଥିଲେ ।
ଏ.ଆଇ.ଟି.ୟୁ.ସ ର ଜିଲ୍ଳା ସଭାପତି କରୁଣାକର ମହାରଣା, ଉପ-ସଭାପତି ଚନ୍ଦ୍ରମଣି ପାତ୍ର, ରାଧାଶ୍ୟାମ ରାଉତ, ସି.ଆଇ.ଟି.ୟୁ ର ଜିଲ୍ଲା ସଭାପତି ପ୍ରଫୁଲ୍ଲ ନାୟକ, ଡ଼ା. ନିର୍ମଳ ରଥ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଏ.ଆଇ.ଟି.ୟୁ.ସି. ର ବିଜୟ ଜେନା, ମଙ୍ଗୁଳି ଜେନା, ଧିରେନ୍ଦ୍ର ବେହେରା ପ୍ରମୁଖ ଶୋଭାଯାତ୍ରାରେ ନେତୃତ୍ୱ ନେଇଥିଲେ । ଶେଷରେ ଏକ ପାଞ୍ଚ ଜଣିଆ ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳଙ୍କୁ ୧୩ ଦଫା ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରିବା ସହ ଜିଲ୍ଳା ଶ୍ରମ କାର୍ଯ୍ୟାଳୟରେ ସୃଷ୍ଟି ହୋଇଥିବା ନିର୍ମାଣ ଶ୍ରମିକ ମାନଙ୍କର ବହୁବିଧ ସମସ୍ୟା ଓ କଳିଙ୍ଗନର ଶିଳ୍ପ ସମସ୍ୟା ଉପରେ ଆଲୋଚନା କରିଥିଲେ