Odisha news

ରଣପୁର:ହୋଟେଲ ରୁ ମଦ ଜବତ ୧ଗିରଫ

0

ରଣପୁର : ରଣପୁର ଥାନା ର ଦର୍ପନରାୟଣପୁର ଫାଣ୍ଡି ଅନ୍ତର୍ଗତ ମାଳିସାହି ଗ୍ରାମରୁ ଏକ ହୋଟେଲ ରେ ବେଆଇନ ଭାବେ ମଦ ବିକ୍ରି ହେଉଥିବା ଅଭିଯୋଗ ହେଉଥିଲା । ଗତ କାଲି ରତି ରେ ପୁଲିସ ର ଏକ ଟିମ ମାଳିସାହି ରେ ଯାଇ ପହଚିଂଥିଲା । ଜଣେ ପୁଲିସ ସାଧା ପୋଷାକ ରେ ଯାଇ ହୋଟେଲ ରେ ସ୍ଥିତି ଅନୁଧ୍ୟାନ କରିଥିଲେ ।

ପରେ ପୁରା ଟିମ ହୋଟେଲ ଉପରେ ଚଢାଉ କରିଥିଲେ । ଚଢାଉ ବେଳେ ପୁଲିସ ୧୦ ଲିଟର ମଦ ଜବତ କରିଥିଲେ । ପରେ ହୋଟେଲ କୁ ସିଲ କରାଯାଇଥିଲା । ଏହି ଘଟଣା ରେ ପୁଲିସ ୧୮୫/୨୦ ଏକ ମକ୍କଦମା ରୁଜ୍ଜୁୁ କରି ହୋଟେଲ ର ମାଲିକ ଅଶୋକ କୁମାର ପରିଡାକୁ ଗିରଫ କରି କୋଟ ଚାଲଣ କରିଥିବା ଜଣାଯାଇଛି ।

Leave A Reply

Your email address will not be published.