ଯାଜପୁର: ଓଡିଶା ଜୀବିକା ମିଶନର ସହାୟତା କ୍ରମେ ସ୍ଥାନୀୟ ସଂସ୍କୃତି ଭବନ ଠାରେ ଯାଜପୁର, ଦଶରଥପୁର ଓ ବିଂଝାରପୁରର ୧୦୬ ସ୍ୱୟଂ ସହାୟିକା ଗୋଷ୍ଠୀକୁ ନେଇ ଏକ ଋଣ ମେଳା ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି ।
କାର୍ଯ୍ୟକ୍ରମରେ ମୋଟ ୧ କୋଟି ୪୬ ଲକ୍ଷ ଟଙ୍କା ବିଭିନ୍ନ ଗୋଷ୍ଠୀକୁ ପ୍ରଦାନ କରିଥିବା ବେଳେ ସରକାରଙ୍କ ୫-ଟି ନିୟମ ଆଧାରରେ ଉଦ୍ଦିଷ୍ଟ ଅର୍ଥକୁ ସୁବିନିଯୋଗ କରିବା ପାଇଁ ଉପସ୍ଥିତ ଅଧିକାରୀ ମାନେ ପରାମର୍ଶ ଦେଇଥିଲେ ।
କାର୍ଯ୍ୟକ୍ରମରେ ଜିଲ୍ଳା ସମାଜ କଲ୍ୟାଣ ଅଧିକାରୀ ବିଜୟଲକ୍ଷ୍ମୀ ପଣ୍ଡା, ମିଶନ ଶକ୍ତିର ସଂଯୋଜିକା ସେଫାଳି ସ୍ୱୟଂପ୍ରଭା ଏବଂ ଜିଲ୍ଲା ଜୀବିକା ମିଶନ ଅଧିକାରୀ ମାନେ ଯୋଗଦେଇ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଏସବିଆଇ ର ଆଞ୍ଚଳିକ ଶାଖା ପରିଚାଳକ, ବରିଷ୍ଠ କର୍ମକର୍ତ୍ତା, ୟୁକୋ ବ୍ୟାଙ୍କ, ସେଣ୍ଟ୍ରାଲ ବ୍ୟାଙ୍କ, ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଏବଂ ବିଭିନ୍ନ ବ୍ୟାଙ୍କର ପଦାଧିକାରୀ ମାନେ ଯୋଗଦେଇ କିଭଳି ସ୍ୱୟଂ ସହାୟିକା ଗୋଷ୍ଠୀ ର ମହିଳା ମାନେ ସ୍ୱାବଲମ୍ବୀ ହୋଇପାରିବେ ସେ ବିଷୟରେ ବିଭିନ୍ନ ପରାମର୍ଶ ମାନ ଦେଇଥିଲେ ।