Odisha news

ଜାପାନ ରେ ଓଡ଼ିଆ ଯୁବକଙ୍କ ମୃତୁ୍ୟ

0

ବାଲିଚନ୍ଦ୍ରପୁର , ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ନଳୀପୁର ପଞ୍ଚାୟତ ପଠାନମହଲ୍ଲା ଗ୍ରାମର ସେକ୍ ବାରୁଦ୍ଦିନ୍ (୩୮)ଙ୍କର ଜାପାନରେ ମୃତୁ୍ୟ ଘଟିଛି । ଦୀର୍ଘ ୫ ବର୍ଷ ହେବ ସେ ଜାପାନ ର ରାଜଧାନୀ ଟୋକିୟୋ ସହରରେ ଏକ ଘରୋଇ ରେଷ୍ଟୁରାଣ୍ଟରେ କାର୍ଯ୍ୟ କରୁଥିଲେ । ଗତ ବୁଧୁବାର ଦିନ ପରିବାରଲୋକଙ୍କ ସହିତ ଭଲରେ କଥା ହୋଇଥିବା ବେଳେ ଗୁରୁବାର ଦିନ ସକାଳ ୮ ଟା ରେ ଫୋନ ଆସିଲା ତାଙ୍କର ମୃତୁ୍ୟ ହୋଇଛି ।

ତେବେ ମୃତୁ୍ୟ ର କାରଣ ଅସ୍ପଷ୍ଟ ଥିବା ବେଳେ ଜାପାନ ଠାରେ ଉକ୍ତ ରେଷ୍ଟୁରାଣ୍ଟ କୁ ପୋଲିସ ସିଜ୍ କରିଥିବା ନେଇ ସେଠାରେ ରହୁଥିବା ପ୍ରବାଷୀ ଭାରତୀୟ ସୂଚନା ଦେଇଥିବା ପରିବାରଲୋକେ ପ୍ରକାଶ କରିଛନ୍ତି । ଖବର ମିଳିବା ପରେ ସମଗ୍ର ନଳୀପୁର ଓ ଚାରିନଙ୍ଗଳ ପଞ୍ଚାୟତରେ ଶୋକ ର ଛାୟା ଖେଳି ଯାଇଛି । ପ୍ରକାଶ ଥାଉ କି ସେହି ରେଷ୍ଟୁରାଣ୍ଟରେ କାର୍ଯ୍ୟ କରୁଥିବା ପଶ୍ଚିମବଙ୍ଗ ମେଦିନୀପୁର ର ସେକ୍ ମୁମ୍ତାଜଙ୍କର ଏକା ସାଙ୍ଗେ ମୃତୁ୍ୟ ହୋଇଥିବା ସୂଚନା ମିଳିଛି । ବାରୁଦ୍ଦିନ୍ ଙ୍କ ମୃତ ଦେହ କିପରି ଗ୍ରାମ ଓ ପରିବାର ପାଖକୁ ଆସି ପାରିବ ସେ ନେଇ ତାଙ୍କ ପରିବାରବର୍ଗ ଓଡ଼ିଶା ଓ ଭାରତ ସରକାରଙ୍କୁ ନିବେଦନ କରଛନ୍ତି ।

Leave A Reply