Odisha news

ବିଷ୍ଣୁପୁର ନୋଡାଲ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଉଦ୍ଘାଟିତ

0

ନିମାପଡା:ପୁରାତନ ଛାତ୍ର ସଂଘ ଓ ସୁବର୍ଣ୍ଣ ଜୟନ୍ତୀ କମିଟୀ ପକ୍ଷରୁ ନିମାପଡା ବ୍ଲକ ଭିଲିଗ୍ରାମ ପଂଚାୟତ ଅନ୍ତର୍ଗତ ବିଷ୍ଣୁପୁର ନୋଡାଲ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଆଜି ଉଦ୍ଘାଟିତ ହୋଇଯାଇଛି ।ମୁଖ୍ୟ ଅତିଥିଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗଦେଇ ଏହି ସମାରୋହକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ ।ସୁବର୍ଣ୍ଣଜୟନ୍ତୀ କମିଟୀର ସଭାପତି ପ୍ରଫେସର ଗୋପିନାଥ କରଙ୍କ ପୈାରହିତ୍ୟରେ ଆୟୋଜିତ ସଭାରେ ରାଜ୍ୟପାଳ ପ୍ରଫେସର ଲାଲ ଯୋଗଦେଇ ଦୁଃଖ,କଷ୍ଟକୁ ଭୂଲି ସମସ୍ତେ ହସି ହସି ବଂଚିବା ଶିଖ ଏବଂ ନିଷ୍ଠାର ସହିତ ଯେକୈାଣସି କାର୍ଯ୍ୟକଲେ ସଫଳତା ମିଳିଥାଏ ବୋଲି ମତବ୍ୟକ୍ତ କରିଥିଲେ ।ମୁଖ୍ୟବକ୍ତା ଭାବେ ଉକ୍ତ ସ୍କୁଲର ପୁରାତନ ଛାତ୍ର ତଥା ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ,ସମ୍ମାନିତ ଅତିଥିଭାବେ ଜଗତ୍ସିଂହପୁର ସାଂସଦ ଡା. ରାଜଶ୍ରୀ ମଲ୍ଲିକ,କଟକ ଆଚାର୍ଯ୍ୟ ହରିହର ଆଂଚଳିକ କର୍କଟ ରୋଗ ଗବେଷଣା କେନ୍ଦ୍ରର ଅବସରପ୍ରାପ୍ତ ନିର୍ଦେଶକ ଡା.ଚିତରଂଜନ ନାୟକ,ସ୍ତମ୍ଭକାର ଓ କଣ୍ଠଶିଳ୍ପୀ ଛନ୍ଦା ମିଶ୍ର,ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶରତ ଚନ୍ଦ୍ର ବଳବନ୍ତରାୟ ପ୍ରମୁଖ ଯୋଗ ଦେଇଥିଲେ ।ଏହି ଅବସରରେ ବିଶିଷ୍ଟ ବ୍ୟାକ୍ତି ବିଶେଷଙ୍କୁ ଉପଢୈାକନ ଓ ମାନପତ୍ର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ସ୍କୁଲର ସ୍ମରଣିକା ‘ବିଷ୍ଣୁପଦି’ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା ।ସ୍କୁଲ ପରିସରରେ ଘନଶ୍ୟାମ ଦାଶ ମୋମୋରିଆଲ ନୂତନ ଲାଇବ୍ରେରୀ ଗୃହକୁ ରାଜ୍ୟପାଳ ଉଦ୍ଘାଟନ କରିଥିଲେ ।ପରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।ଏହି ସମାରୋହ ୩ଦିନ ବ୍ୟାପି ଚାଲି ଆସନ୍ତା ୨ତାରିଖ ସଂଧ୍ୟାରେ ଉଦ୍ୟାପିତ ହେବ ।

Leave A Reply