ଚୀନ ଫେରନ୍ତା ଡାକ୍ତରୀ ଛାତ୍ର କୋରନା ଭାଇରସ ପରୀକ୍ଷା ପାଇଁ ପହଂଚିଲେ ମେଡିକାଲରେ ଭୟଭିତ ନହୋଇ ସଚେତନ ରହିବାପାଇଁ ସିଡିଏମଓଙ୍କ ପରାମର୍ଶ
ଫୁଲବାଣୀରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଆଜି ଜଣେ କୋରନା ଭାଇରସ ସଂକ୍ରମଣ ସନେ୍ଦହରେ ଭର୍ତି ହୋଇଛନ୍ତି । ସେ ହେଉଛନ୍ତି ଫୁଲବାଣୀ ସହରର ତାରିଣୀ ମୁନିଙ୍କ ପୁଅ ମୃତୁ୍ୟଞ୍ଜୟ । ମୃତୁ୍ୟଞ୍ଜୟ ଚୀନର ସିଚୁଆନ ସ୍ଥିତ ସାଉଥ େଓଷ୍ଟ ମେଡିକାଲ ୟୁନିଭର୍ସିଟିରେ ୪ର୍ଥ ବର୍ଷ ଏମବିବିଏସ ପଢୁଛନ୍ତି । ସେ ଗତ ଜାନୁୟାରୀ ୧୧ ତାରିଖରେ ଫୁଲବାଣୀ ଫେରିଥିଲେ । ତେବେ ଗତ ପ୍ରାୟ ଏକ ସପ୍ତାହ ହେଲା ତାଙ୍କୁ ସର୍ଦ୍ଦି ଓ କାଶ ହେବା ଯୋଗୁଁ ସେ ଔଷଧ ଖାଇଥିଲେ ମଧ୍ୟ ଭଲ ନହେବାରୁ ତାଙ୍କୁ କୋରନା ଭାଇରସ ଆକ୍ରାନ୍ତ ହୋଇଥିବା ସନେ୍ଦହରେ ଆଜି ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପରୀକ୍ଷା ପାଇଁ ଆସିଥିଲେ । ଡାକ୍ତର ତାଙ୍କୁ ପରୀକ୍ଷା କରିବା ପରେ ସ୍ୱତନ୍ତ୍ର ସଂକ୍ରମଣ ୱାର୍ଡରେ ଭର୍ତି କରିଥିବା ବେଳେ ତାଙ୍କୁ ନୀରିକ୍ଷଣରେ ରଖାଯାଇଥିବା ଡାକ୍ତର କହିଛନ୍ତି । ଏଠାରେ କୋରନା ଭାଇରସ ପରୀକ୍ଷାର ସୁବିଧା ନଥିବାରୁ ତାଙ୍କୁ କଟକ ଏସସିବିକୁ ରେଫର କରାଯାଇଛି ଓ ଆଜି ରାତିରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ କଟକ ଏସସିବିକୁ ପଠାଯିବ ବୋଲି ସିଡିଏମଓ ଡା. ରାଜଶ୍ରୀ ପଟ୍ଟନାୟକ ଆଜି ଏକ ପ୍ରେସ୍ ମିଟ୍ ରେ ପ୍ରାକାଶ କରିଛନ୍ତି । ଏଥି ସହ ଜିଲ୍ଲାବାସୀ କୌଣସି ପ୍ରକାର ଭୟଭିତ ନହେବା ପାଇଁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି । କୋରନା ଭାଇରସ ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ଭାବେ ସଜାଗ ଅଛି । ଦେଶରେ କୋରନା ଭାଇରସ ସମ୍ପର୍କିତ ଖବର ଆସିବା ପରେ ଗତ ୨୮ ତାରିଖରେ ଜିଲ୍ଲାର ସମସ୍ତ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଷ୍ଟାଫ ମାନଙ୍କୁ ଏଥି ନେଇ ସଚେତନ କରାଯାଇଥିବା ବେଳେ ୨୯ ତାରିଖରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ନେଇ ଜିଲ୍ଲାସ୍ତରୀୟ ଟାସ୍କଫୋର୍ସ ଗଠନ କରାଯାଇଛି । ଆଜି ଏହି ଟାସ୍କଫୋର୍ସର ବୈଠକ ବସି ଜିଲ୍ଲାରେ କୋରନା ଭାଇରସକୁ ନେଇ କୌଣସି ଭୟଭିତ ନହେବାକୁ କୁହାଯିବା ସହ ଏଥିପାଇଁ ଲୋକଙ୍କୁ ସଚେତନ କରିବାକୁ ପୋଷ୍ଟର ବ୍ୟାନର ଓ ମାଇକ୍ ଯୋଗେ ପ୍ରଚାର କରିବାକୁ ନିଷ୍ପତି ନିଆ ଯାଇଛି । ଖାଇବା ପୂର୍ବରୁ ସବୁବେଳେ ସାବୁନରେ ହାତ ଧୋଇବା, କାଶ, ଛିଙ୍କ ସମୟରେ ମୁହଁରେ ରୁମାଲ ଘୋଡାଇବା, ଶର୍ଦ୍ଦୀ ବା କାଶ ହେଉଥିବା ଲୋକଙ୍କ ଠାରୁ ଦୁରେଇ ରହିବାୀ, ମାଂସ ଓ ଅଣ୍ଡାକୁ ଭଲଭାବେ ସିଝାଇ ଖାଇବା, ବନ୍ୟ କିମ୍ବା ଫାର୍ମ ପ୍ରଣୀଙ୍କ ସଂସ୍ପର୍ଶରେ ଆସିବା ବେଳେ ସତର୍କତା ଅବଲମ୍ବନ କରିବାକୁ ସେ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି । ଏଥି ସହ କୋରନା ଭୁତାଣୁ ସମ୍ପର୍କିତ କୌଣସି ସୂଚନା ପାଇଁ ଏକ ୨୪ ଘଂଟିଆ ନିୟୋନ୍ତ୍ରଣ କକ୍ଷ ଖୋଲା ଯାଇଛି ଓ ଏଥିପାଇଁ ଜରୁରୀକାଳିନ ଟେଲିଫୋନ ନଂ ୯୦୪୦୧୩୬୩୬୭ ଓ ଦ୬୮୪୨୨୫୩୪୨୯ କୁ ଯୋଗାଯୋଗ କରିବାକୁ କୁହାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ଡିପିଏଚଓ ଡା କଲ୍ୟାଣୀ ମିଶ୍ର, ଡା. ବ୍ରଜକିଶୋର ଜେନା, ଡାକ୍ତରଖାନା ଅଧିକ୍ଷକ ଡା ି ନାରାୟଣ ସୁବୁଦ୍ଧି, ଡା ବସନ୍ତ କୁମାର ପାତ୍ର, ଡିପିଏମ ମନୋରଂଜନ ସାହୁ, ଡିଏମଆରସିଏଓଚ ଆଶିଷ କୁମାର ମହାନ୍ତି, ଭାରପ୍ରାପ୍ତ ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ସୂଚନା ଅଧିକାରୀ ଜ୍ୟୋସ୍ନାରାଣୀ ମହାନ୍ତି ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।