ଯାଜପୁର ଜିଲ୍ଲାର ରସୁଲପୁର ବ୍ଲକର ବ୍ରହ୍ମବରଦା ନିଙ୍କଟବର୍ତ୍ତୀ ସାହାପଡ଼ା ପଈ ଛକ ନିକଟରେ ଏକ ବଡ଼ଧାରଣର ଡକାୟତି ହାଇଅଛି |ସୂଚନା ଆଛିକି ମହେଶ୍ୱର ସାହୁଙ୍କର ଏକ ସୁନା ଗହଣା ଦୋକାନ ବ୍ରହ୍ମ ବରଦା ବ୍ୟାଙ୍କ ଛକରେ ବ୍ୟବସାୟୀ କରନ୍ତି | ପ୍ରତିଦିନ ବ୍ରହ୍ମ ବରଦା ବ୍ୟାଙ୍କ ଛକରୁ ବାପା, ଭଉଣୀ, ଭାଇ ବାହାରି ଘରକୁ ଆସନ୍ତି |
ଗତ ତାରିଖ 6/10/20 ରାତ୍ର 7:30ମଧ୍ୟରେ ତିନିଜଣ ଦୁର୍ବୁତ୍ତ ପିଛା କରି ଠିକ ପଈ ଛକ ନିକଟରେ ମହେଶ୍ଵରଙ୍କୁ କାବୁ କରି ଖଣ୍ଡ, ଭୁଜାଲି, ଛୁରୀରେ ଆକ୍ରମଣ କରି ମୁଣ୍ଡରେ ବନ୍ଧୁକ ଲାଗଇ ସୁନା, ରୁପା ସହ ଏକ ଲକ୍ଷ୍ୟ ଟଙ୍କା ସହିତ ତାଙ୍କର ସ୍କୁଟିକୁ ମଧ୍ୟରେ ଛଡେଇ ନେଇଯାଇଥିଲେ |ଅନୁମାନ କରାଯାଉଛି ଦୁର୍ବୁତ୍ତ ମାନେ ବନ୍ଧଡ଼ିହ, ଆରବଳ, କୋତପୁର କାଏମା ଦେଇ ଯାଇଛନ୍ତି |
ଖବର ପାଇ ଫାଣ୍ଡି ଅଧିକାରୀ ପରମାନନ୍ଦ ସେଠୀ ଓ ତାଙ୍କ ସହଯୋଗୀ ଘଟଣା ସ୍ଥଳରେ ପହଞ୍ଚି ତନଖି କରି ଥିଲେ| ସେତେବେଳେକୁ ସାଧାରଣ ଜନତା ଗାଡି ସାହାଯ୍ୟରେ ମହେଶ୍ୱରଙ୍କୁ ରକ୍ତଜୁଡୁବୁଡୁ କ୍ଷତ ଅବସ୍ଥାରେ ଯାଜପୁର ମେଡିକାଲ ପଠାଇ ଦେଇଥିଲେ |ଖବର ପାଇ S.P. ଚରଣ ସିଂ ମିନା, ଥାନା ଅଧିକାରୀ ସରୋଜ କୁମାର ସାହୁ ପହଞ୍ଚି ଘଟଣା ଜାଗାଟିକୁ ତଦନ୍ତ କରି ଫେରିଯାଇଥିଲେ |ସାଧରଣ ଲୋକଙ୍କ କହିବା ଆନୁଯାୟୀ ଉକ୍ତ ଛକରେ ଆଲୋକର ବ୍ୟବସ୍ଥା, ରାତ୍ରୀ ଛଟା ରୁ ରାତ୍ରୀ ଏଗାରଟା ପର୍ଯ୍ୟନ୍ତ ପେଟ୍ରୋଲିଙ୍ଗ କରାଗଲେ ଏହିଭଳି ଡକାୟତି ବିଗତ ଦିନରେ ହେବ ନାହିଁ |
