ଅସ୍ତରଙ୍ଗ ମଧୁପୁର ରେ ବଧୁ ହତ୍ୟା ଅଭିଯୋଗ।ଯୌତୁକ ନିର୍ଯ୍ୟାତନା ଦିଆଯାଇ ହତ୍ୟା ଅଭିଯୋଗ ଆଣିଲେ ମହିଳା ଙ୍କ ବାପ ଘର ଲୋକ
ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ନୂଆଗଡ଼ ଥାନା ଅନ୍ତର୍ଗତ ମଧୁପୁର ରେ ଘଟିଛି ଏକ ଅଭାବନୀୟ ଘଟଣା।ଯେଉଁଠାରେ ଏକ ବଧୁ କୁ ତାର ଶାଶୂଘର ପରିବାର ଲୋକେ ଯୌତୁକ ନିର୍ଯ୍ୟାତନା ଦେଇ ହତ୍ୟା କରିଥିବା ଅଭିଯୋଗ କରାଯାଇଛି।ମହିଳା ଙ୍କ ନାମ ରିତା ବେହେରା।
ସୂଚନା ଅନୁସାରେ ଗୋପ ବ୍ଲକ ଅନ୍ତର୍ଗତ ନେତପୁର ଗ୍ରାମ ର ବାବୁଲି ପୃଷ୍ଟି ସେ 2013 ମସିହା ମାର୍ଚ୍ଚ ମାସରେ ଝିଅ ରିତା ଙ୍କୁ ଅସ୍ତରଙ୍ଗ ନୂଆଗଡ଼ ଥାନା ଅନ୍ତର୍ଗତ ମଧୁପୁର ର ନିବାସୀ ରଞ୍ଜିତ ବେହେରା ଙ୍କ ସହ ଯାନୀ ଯୌତୁକ ଦେଇ ବହୁ ଆଡ଼ମ୍ବରରେ ବିବାହ କରାଇଥିଲେ । ଝିଅ କୁ ସମସ୍ତ ଆସବାବପତ୍ର ସହ ନଗଦ ଏକ ଲକ୍ଷ ଟଙ୍କା ଓ ସୁନା ଚେନ ଜ୍ୱାଇଁ ଙ୍କୁ ମଧ୍ୟ ଦେଇଥିଲେ।ବିବାହ ର 4 ମାସ ପରେ ଶାଶୂଘର ପକ୍ଷରୁ ଆଉ 50 ହଜାର ଟଙ୍କା ଆଣିବା ପାଇଁ ରିତା ଙ୍କୁ ସ୍ବାମୀ ରଞ୍ଜିତ ବାରମ୍ବାର କହୁଥିଲେ। ରିତା ରାଜି ନହେବାରୁ ସ୍ବାମୀ ଓ ଶାଶୁଘର ର ପରିବାର ଲୋକେ ବାରମ୍ବାର ନିର୍ଯ୍ୟାତନା ଦେଇ ଆସୁଥିଲେ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି।
ରିତା ଙ୍କ ମୃତ୍ୟୁ ପରେ ଅସ୍ତରଙ୍ଗ ନୂଆଗଡ଼ ଥାନା ରେ ରିତା ଙ୍କ ବାପ ଘର ପକ୍ଷରୁ ଗତକାଲି ଏକ ଏତଲା ଦିଆଯାଇଛି।ଏତଲା ପାଇ ନୂଆଗଡ଼ ଥାନା ଆଇ ଆଇ ସି ଦିଲ୍ଲୀପ ସ୍ବାଇଁ 12/20 ରେ ଏକ ମାମଲା ରୁଜ୍ଜୁ କରି ସ୍ବାମୀ ରଞ୍ଜିତ ବେହେରା ଙ୍କୁ ଗିରଫ କରିଛନ୍ତି। ଏହି ଘଟଣା ରେ ଶାଶୂଘର ର ଅନ୍ୟ ଲୋକ ମାନେ ଫେରାର ଅଛନ୍ତି। ଏହି ଘଟଣା ରେ ସାଇଣ୍ଟପିକ ଟିମ ର ଏକ ଟିମ ଏମ. ସରନ୍ୟା ଙ୍କ ନେତୃତ୍ୱରେ କୁ ଡକାଯାଇ ଶବ କୁ ଯାଞ୍ଚ କରାଯିବା ସହ ଘଟଣା ର ପୂର୍ଣ ସତ୍ୟାସତ୍ୟ ଜଣାପଡିବା ସହ ଦୋଷୀ ଙ୍କ ବିରୋଧ ରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅସ୍ତରଙ୍ଗ ନୂଆଗଡ଼ ଥାନା ଆଇଆଇସି ଦିଲ୍ଲୀପ ସ୍ବାଇଁ ସୂଚନା ଦେଇଛନ୍ତି।
ସେପଟେ ଏହି ଘଟଣା ଆତ୍ମହତ୍ୟା ନୁହେଁ ବରଂ ଏହା ଏକ ହତ୍ୟା ଘଟଣା , ବିବାହ ର ପର ଦିନ ଠାରୁ ଯୌତୁକ ନିମନ୍ତେ ଶାଶୂଘର ଲୋକେ ବାରମ୍ବାର ନିର୍ଯ୍ୟାତନା ଦେଇ ଆସୁଥିଲେ ବୋଲି ପ୍ରକାଶ କରିଛନ୍ତି ମୃତ ରିତା ଙ୍କ ର ଭଉଣୀ ମମତା ଓ ଭାଇ ନିଲୁ।
