ଯାଜପୁର : ଯାଜପୁର ପ୍ରଶାସନିକ ଭବନ ନିର୍ମାଣ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଜମି ଅଧିଗ୍ରହଣ ବୁଧବାର ଠାରୁ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟୟରେ ୯ ଏକର ଜମି ଅଧିଗ୍ରହଣ ହୋଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ୧୧ ଏକର ୩୦ ଡ଼ିସିମିଲ ଜମି ଅଧିଗ୍ରହଣ କରାଯିବ । ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଥମ ଜମି ବିକ୍ରିତା ଭାବେ ଯାଜପୁର ନହରାପୁରର ସେକ୍ ବରକତୁଲାଙ୍କ ଅଧ ଏକର ଜମି ଅଧିଗ୍ରହଣ କରାଯାଇଛି ।
ପ୍ରଥମ ପର୍ଯ୍ୟାୟରେ ୫୨ ଜଣ ଓ ୨ୟ ପର୍ଯ୍ୟୟରେ ଅତିରିକ୍ତ ୧୧ ଏକର ୩୦ ଡ଼ିିସିମିଲ ଜମି ପାଇଁ ୩୨ ଜଣଙ୍କ ଠାରୁ ଅଧିଗ୍ରହଣ କରାଯିବ ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ସେକ୍ ବରକବୁଲାଙ୍କ ଠାରୁ ଜମି ଅଧିଗ୍ରହଣରେ କାଗଜାଦି ପତ୍ର ଗ୍ରହଣ ସହ କ୍ଷତି ପୂରଣ ରାଶି ପ୍ରଦାନ କରିଥିଲେ । ଅପର ପକ୍ଷରେ ପ୍ରଶାସନିକ ଭବନ ପାଇଁ ତୁରନ୍ତ ଲ୍ୟାଣ୍ଡ ଡ଼େଭଲ୍ପ ସହ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଜିଲ୍ଳାପାଳ ପୂର୍ତ୍ତବିଭାଗକୁ ନିଦେ୍ର୍ଦଶ ଦେଇଛନ୍ତି ।