Odisha news

ସାରା ଓଡ଼ିଶା ଦାବି ଦିବସରେ ଏ.ଆଇ.ଏମ୍.ଏସ୍.ଏସ୍ ର ଜିଲ୍ଲାପାଳଙ୍କୁ ଦାବିପଦ୍ର ପ୍ରଦାନ

0

ଯାଜପୁର  :କୋଭିଡ଼୍ ପରିସ୍ତିତିରେ ଜୀବନ ଜୀବିକା ସୁରକ୍ଷା ଦାବିରେ ୧୦ ସେପ୍ଟେମ୍ବରକୁ ସାରା ଓଡ଼ିଶା ଦାବି ଦିବସ ରୂପେ ପାଳନ ଅବସରରେ ଆଜି ଅଲ୍ ଇଣ୍ଡିଆ ମହିଳା ସାଂସ୍କୃତିକ ସଂଗଠକ (ଇଓଗଝଝ) ଯାଜପୁର ଜିଲ୍ଲା ପକ୍ଷରୁ ମୁଖ୍ୟ ମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ୧୩ ଦଫା ଦାବି ସମ୍ବଳିତ ସ୍ମାରକ ପତ୍ର ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି ।

ପ୍ରକାଶ ଥାଉକି – ରେସନ୍ କାର୍ଡ଼ ଥାଉ ବା ନଥାଉ ସମସ୍ତ ଅଭାବି ଲୋକଙ୍କୁ ମାଗଣାରେ ଖାଦ୍ୟ ସାମଗ୍ରୀ ଯୋଗାଇ ଦେବା, କରୋନା ରୋଗୀଙ୍କ ସମେତ ଅନ୍ୟ ସମସ୍ତ ରୋଗୀଙ୍କୁ ଉପଯୁକ୍ତ ଚକିତ୍ସା ବ୍ୟବସ୍ତା କରିବା ଓ ଅଧିକ ସଂଖ୍ୟକ ଆଇ.ସି.ୟୁ. ବେଡ଼ ଭେଣ୍ଟିଲେଟର ଓ ଅକ୍ସିଜେନ ସିଲିଣ୍ଡର ବ୍ୟବସ୍ଥା କରିବା ସବୁ କରୋନା ରୋଗୀଙ୍କ ପାଇଁ ଝବଲର ଐକ୍ଟଜ୍ଞର ବ୍ୟବସ୍ତା କରିବା ସମସ୍ତଙ୍କୁ ରୋଜଗାରର ଗ୍ୟାରେଣ୍ଟି ଦେବା ଏବଂ ଅନ୍ୟାନ୍ୟ କର୍ମ·ରୀମାନଙ୍କ ସମେତ ପାଚିକା, ଆଶା, ଅଙ୍ଗନବାଡ଼ି ଆଦି କର୍ମଜିବୀ ମହିଳାଙ୍କୁ ନିୟମିତ ଦରମାଦେବା । ଅଭାବି ମହିଳା ଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା – ନିତ୍ୟ ବ୍ୟବହାର୍ଯ୍ୟ ଜିନିଷପତ୍ର ଅସ୍ୱାଭାବିକ ଦର ବୃଦ୍ଧି ବନ୍ଦ କରିବା, ସମସ୍ତ ପ୍ରକାର ନାରୀ ନିର୍ଯ୍ୟାତନା ବନ୍ଦ ପାଇଁ କାର୍ଯ୍ୟକାରୀ ପଦକ୍ଷେପ ଗ୍ରହଣ କରିବା ସହିତ ନାରୀ ନିର୍ଯ୍ୟାତନାକାରୀଙ୍କୁ କଠୋର ଶାସ୍ତି ସୁନିଶ୍ଚିତ କରିବା – ମଦ- ମାଦକ ଦ୍ରବ୍ୟ ତଥା ଅପସଂସ୍କୃତି – ଅଶ୍ଳିଳତାର ପ୍ର·ର ପ୍ରସାର ବନ୍ଦ କରିବା ।

ନୂତନ ଜାତୀୟ ଶିକ୍ଷାନୀତି ୨୦୨୦ ବାତିଲ କରିବା, ଶିକ୍ଷା-ସ୍ୱାସ୍ଥ୍ୟସେବା-ରେଳବାଇ ଆଦି ସର୍ବକ୍ଷେତ୍ରରେ ଘରୋଇ କରଣ ବନ୍ଦ କରିବା । ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଅବିଳମ୍ବେ ବିହିତ ପଦକ୍ଷେପ ସହ ବନ୍ୟାର ସ୍ଥାୟୀ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରି କ୍ଷତିଗ୍ରସ୍ତଙ୍କୁ ଉପଯୁକ୍ତ କ୍ଷତିପୁରଣ ଦେବା ସ୍ୱାଧୀନ ମତ ବ୍ୟକ୍ତର ଅଧିକାର ସହ ସର୍ବପ୍ରକାର ଗଣତାନ୍ତ୍ରିକ ଅଧିକାର ହରଣ ବନ୍ଦ କରିବା ଆଦି ଦାବୀରେ ଇଓଗଝଝ ଜିଲ୍ଲା ସମ୍ପାଦିକା ତରଙ୍ଗିଣୀ ଦାସ, ଉପସଭାନେତ୍ରୀ ସ୍ୱଲୋଚନା ପ୍ରଧାନ, ସହ ସମ୍ପାଦିକା ମାଧବୀ ମଲିକ, ମମତା ସେଠୀ ପ୍ରମୁଖ ଉପରୋକ୍ତ ସମସ୍ତ ବିଷୟ ଗୁଡ଼ିକୁ ଗୁରୁତ୍ୱ ସହକାରେ ବି·ର କରି, ଦାବୀ ଗୁଡ଼ିକୁ ଅବିଳମ୍ବେ ପୁରଣ କରିବା ପାଇଁ ବିହୀତ ପଦକ୍ଷେପ ଗ୍ରହଣ କରିବାକୁ ସାରା ଓଡ଼ିଶା ଦାବି ଦିବସ, ଅବସରରେ ଦୃଢ଼ ଦାବୀ କରିଥିଲେ

Leave A Reply