ଯାଜପୁର ସଦର-୦୧/୦୯ : ଯାଜପୁର ଜିଲ୍ଲାରେ ଦେକାଦେଇଥିବା ଭୟଙ୍କର ବନ୍ୟା ପରିସ୍ଥିତିରେ ସୁଧାର ଆସିଛି । ବନ୍ୟା ପାଣି ନଦୀକୁ ଖସି ଯାଇଥିଲେ ମଧ୍ୟ ବିଲବାଡିରେ ଭରପୁର ହୋଇ ରହିଛି । ଚଳିତ ବନ୍ୟାରେ ଜିଲ୍ଲାରୁ ଭାଙ୍ଗି ଯାଇଥିବା ହଜାରରୁ ଉଦ୍ଧ୍ୱର୍ ଘର ପାଇଁ ବେଘର ହୋଇଥିବା ପରିବାର ଗୁଡିକ ଏବେ ନମଧ୍ୟ ଅସ୍ଥାୟୀ ଘରେ ରହିଛନ୍ତି ।
ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ରନ୍ଧାଖାଦ୍ୟ ପ୍ରସ୍ତୁତ କରାଯାଇ ସେମାନଙ୍କୁ ଯୋଗାଇ ଦିଆଯିବା ସହିତ ଜିଲ୍ଲାର ସମସ୍ତ ଅଂଚଳକୁ ୩ଦିନ ରିଲିଫ୍ ଦିଆ୍ାଉଥିବା ବେଳେ ବରୀ ବ୍ଲକକୁ ୭ଦିନ ରିଲିଫ୍ ଯୋଗାଇ ଦିଆଯିବା ପାଇଁ ବ୍ୟବସ୍ଥା କରାଯାଇଛି ।
ଏଭଳି ଏକ ଗମ୍ଭୀର ପରିସ୍ଥିତିରେ ଆଜି ପୁଣି ଲଘୁଚାପ ବର୍ଷା ସକାଳ ୯ଟା ଠାରୁ ଆରମ୍ଭ ହୋଇ ଦିନ ତମାମ ଜାରି ରହିଛି । ଫଳରେ ତଳ ପାଣିକୁ ଉପର ପାଣି ବନ୍ୟା ପିଡୀତଙ୍କ ଦୁର୍ଦ୍ଦଶାକୁ ଆହୁରି ବଢାଇଛି । ବିଲବାଡିରୁ ପଚାସଢା ଦୁର୍ଗନ୍ଧ ସୃଷ୍ଟି ହୋଇ ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି । ବିଭିନ୍ନ ପ୍ରକାର ର ସଂଙ୍କ୍ରମଣ ଜନୀତ ରୋଗ ମଧ୍ୟ ସୃଷ୍ଟି ହେବାରେ ଆଶଙ୍କା ସୃଷ୍ଟି ହୋଇଛି । ଏହିଭଳି ଏକ ଘଡିସନ୍ଧି ମୁହୁର୍ତରେ କୋରନା ସଙ୍କ୍ରମଣ ଅଧିକରୁ ଅଧିକ ବୃଦ୍ଧି ପାଉଥିବାରୁ ଜିଲ୍ଲା ପ୍ରଶାସନର ମୁଣ୍ଡବିନ୍ଧାର କାରଣ ପାଲଟିଛି ।