ବନ୍ୟା ଆଶଙ୍କା : ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ବି.ଡି.ଓ. ଓ ତହସିଲଦାର ମାନଙ୍କ ସହ ଆଲୋଚନା , କ୍ଷେତ୍ର ପରିଦର୍ଶନ କଲେ ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀ
ଯାଜପୁର, : ସମ୍ଭାବ୍ୟ ବନ୍ୟାର ମୁକାବିଲା ପାଇଁ ପ୍ରଶାସନ ପଦକ୍ଷେପ ନେଇଥିବା ବେଳେ ଜିଲ୍ଳ୍ାପାଳଙ୍କ ସମେତ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରି ସ୍ଥିତିର ଅନୁଧ୍ୟାନ କରିଚ୍ଥନ୍ତି । ବୁଧବାର ପୂର୍ବାହ୍ନରେ ଜିଲ୍ଳ୍ାପାଳ ରଂଜନ କୁମାର ଦାସ ବୈତରଣୀର ବଲ୍ଲଭୀ ଘାଟ ଓ ବଳୀଘାଇ ଅଞ୍ଚଳକୁ ପରିଦର୍ଶନ କରିଥିଲେ । ସେହିପରି ପ୍ରକଳ୍ପ ନିଦେ୍ର୍ଦଶକ ଇନ୍ଦ୍ରମଣି ନାୟକ, କଳିଙ୍ଗନଗର ଅତିରିକ୍ତ ଜିଲ୍ଳ୍ାପାଳ ସନ୍ତୋଷ କୁମାର ମିଶ୍ର, ଅତିରିକ୍ତ ଜିଲ୍ଳ୍ାପାଳ(ରାଜସ୍ୱ) ଅକ୍ଷୟ କୁମାର ମଲ୍ଳ୍ିକ ଓ ଉପଜିଲ୍ଳ୍ାପାଳ ନାରାୟଣ ଚନ୍ଦ୍ର ଧଳ ବିଭିନ୍ନ ବ୍ଳ୍କ ଅଞ୍ଚଳ ଗସ୍ତ କରି ପରିସ୍ଥିତିର ସମୀକ୍ଷା କରିଥିଲେ ।
ପରେ ଏହି ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ବି.ଡି.ଓ. ଓ ତହସିଲଦାର ମାନଙ୍କ ସହ ଆଲୋଚନା କରି ବିବିଧ ପଦକ୍ଷେପ ସଂପର୍କରେ ନିଦେ୍ର୍ଦଶ ଦେଇଥିଲେ । ଅପରାହ୍ନରେ ଜିଲ୍ଳ୍ାପାଳ ରଂଜନ କୁମାର ଦାସ, ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମିନା, ଆଇ.ଏ.ଏସ୍. ପ୍ରୋବେସନର ସଚିନ ପାୱାର, ଉପଜିଲ୍ଳ୍ାପାଳ ନାରାୟଣ ଚନ୍ଦ୍ର ଧଳ, ଦଶରଥପୁର ବି.ଡି.ଓ. ନାରାୟଣ ଚନ୍ଦ୍ର ନାୟକ, ତହସିଲଦାର ସୈାଭାଗ୍ୟ ବେହେରା, ଜଳ ସମ୍ପଦ ବିଭାଗ ନିର୍ବାହୀ ଯନ୍ତ୍ରୀ ଧନେଶ୍ୱର ସାମଲ ପ୍ରମୁଖ ଦଶରଥପୁର ବ୍ଳ୍କର ଅହିୟାସ ନିକଟସ୍ଥ ପହ୍ଳାସାହି ଓ ମଲ୍ଳିକାପୁର ନିକଟସ୍ଥ କମଳପୁର ବନ୍ୟାଞ୍ଚଳ ପରିଦର୍ଶନ କରିଥିଲେ । ଖାଲୁଆ ଅଞ୍ଚଳରେ ରହିଥିବା ଲୋକ ମାନଙ୍କୁ ନିରାପଦ ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତର କରିବାକୁ ଜିଲ୍ଳ୍ାପାଳ ବ୍ଳ୍କ ଓ ତହସିଲ ପ୍ରଶାସନକୁ ନିଦେ୍ର୍ଦଶ ଦେଇଥିଲେ । ବ୍ଳକ ଓ ତହସିଲ ପକ୍ଷରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ଲୋକ ମାନଙ୍କୁ ସତର୍କ କରାଯାଇଚ୍ଥି ।
ପ୍ରଶାସନ ସଜାଗ ଅଚ୍ଥି : ଲୋକ ମାନେ ଭୟଭୀତ ନୁହେଁ ସତର୍କ ରୁହନ୍ତୁ ।
ଜିଲ୍ଳ୍ା ପ୍ରଶାସନ ସମ୍ଭାବ୍ୟ ବନ୍ୟାର ମୁକାବିଲା ପାଇଁ ପ୍ରସ୍ତୁତ ରହିଚ୍ଥି । ଏଥିପାଇଁ ବିଭିନ୍ନ ଅଧିକାରୀ ଓ ବିଭାଗ ମାନଙ୍କର କାର୍ଯ୍ୟ ସମୀକ୍ଷା କରାଯାଇ ଉପଯୁକ୍ତ ପଦକ୍ଷେପ ପାଇଁ ନିଦେ୍ର୍ଦଶ ଦିଆଯାଇଚ୍ଥି । ତେଣୁ ବନ୍ୟା ପରିସ୍ଥିତି ପାଇଁ ଲୋକମାନେ ଭୟଭୀତ ନ ହୋଇ ସଜାଗ ଓ ସତର୍କ ରହିବାକୁ ଜିଲ୍ଳ୍ାପାଳ ରଂଜନ କୁମାର ଦାସ ସମସ୍ତଙ୍କୁ ଅନୁରୋଧ କରିଚ୍ଥନ୍ତି । ଖାଲୁଆ ଅଞ୍ଚଳ, ଜଳପ୍ଳାବିତ ଅଞ୍ଚଳ, କଚ୍ଚା ଘର ବା ଚାଳ ଘରେ ରହୁଥିବା ଲୋକମାନେ ସୁରକ୍ଷିତ ଓ ନିରାପଦ ଆଶ୍ରୟ ସ୍ଥଳ ଭାବେ ନିକଟସ୍ଥ ବନ୍ୟା, ବାତ୍ୟା ଆଶ୍ରୟ ସ୍ଥଳ, ଶିକ୍ଷାନୁଷ୍ଠାନ ମାନଙ୍କରେ ଆଶ୍ରୟ ନେବାକୁ ସେ ଅନୁରୋଧ କରିଚ୍ଥନ୍ତି । ସରକାର ଓ ପ୍ରଶାସନର ଲକ୍ଷ୍ୟ ଜିରୋ କାଜୁଆଲିଟି । ତେଣୁ ପ୍ରତ୍ୟେକ ଅଧିକାରୀ, ଲୋକ ପ୍ରତିନିଧି, ସ୍ୱେଚ୍ଚ୍ଥାସେବୀ ଓ ସାମାଜିକ କର୍ମୀ ଓ ବିଭିନ୍ନ ବିଭାଗର କର୍ମଚାରୀ ନିଷ୍ଠାପର ଭାବେ କାର୍ଯ୍ୟ କରିବା ସହ ଖାଲୁଆ ଅଞ୍ଚଳ, ମାଟି ଓ ଚାଳ ଘରେ ରହୁଥିବା ବନ୍ୟାଞ୍ଚଳର ଲୋକ ମାନଙ୍କୁ ସୁରକ୍ଷିତ ନିରାପଦ ସ୍ଥାନକୁ ସ୍ଥାନାନ୍ତର ପାଇଁ ବ୍ୟବସ୍ଥା କରିବାକୁ ଶ୍ରୀ ଦାସ ଅନୁରୋଧ କରିଚ୍ଥନ୍ତି ।
ସମ୍ଭାବ୍ୟ ବନ୍ୟା ପାଇଁ ସଦର ମହକୁମା ନ ଚ୍ଥାଡିବାକୁ ଜିଲ୍ଳ୍ାପାଳଙ୍କ ନିଦେ୍ର୍ଦଶ ।
ବୈତରଣୀରେ ସମ୍ଭାବ୍ୟ ବନ୍ୟା ପାଇଁ କୈାଣସି ଅଧିକାରୀ ବା କର୍ମଚାରୀ ସଦର ମହକୁମା ନ ଚ୍ଥାଡିବାକୁ ଜିଲ୍ଳ୍ାପାଳ ରଂଜନ କୁମାର ଦାସ କଡା ନିଦେ୍ର୍ଦଶ ଦେଇଚ୍ଥନ୍ତି । ରାଜ୍ୟ ସରକାର ଓ ଜଳ ସମ୍ପଦ ବିଭାଗ ବୈତରଣୀର ଉପର ମୁଣ୍ଡରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହୋଇଥିବାରୁ ବନ୍ୟା ଆଶଙ୍କାରେ ଜିଲ୍ଳ୍ା ପ୍ରଶାସନକୁ ସତର୍କ କରାଇଚ୍ଥନ୍ତି । ତେଣୁ ବିଭିନ୍ନ ବିଭାଗର ପ୍ରତ୍ୟେକ କର୍ମଚାରୀ ସଜାଗ ଓ ସତର୍କ ରହିବାକୁ ଜିଲ୍ଳ୍ାପାଳ ନିଦେ୍ର୍ଦଶ ଦେଇଚ୍ଥନ୍ତି । ବନ୍ୟା ପରିସ୍ଥିତିରେ କାହାକୁ ବି କିଚ୍ଥି କାର୍ଯ୍ୟ ପ୍ରଦାନ କରାଯାଇପାରେ । ତେଣୁ ହେଡକ୍ୱାର୍ଟରେ ରହିବା ଅପରିହାର୍ଯ୍ୟ ବୋଲି କହିବା ସହ ଏହାର ଉଲଙ୍ଘନ କ୍ଷେତ୍ରରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଳ୍ାପାଳ ସତର୍କ କରାଇ ଦେଇଚ୍ଥନ୍ତି । ସେହିପରି ଜିଲ୍ଳ୍ା, ବ୍ଳ୍କ, ତହସିଲ ଓ ଅନ୍ୟାନ୍ୟ ଲାଇନ ଡିପାର୍ଟମେଣ୍ଟର ନିୟନ୍ତ୍ରଣ କକ୍ଷ ଗୁଡିକ ଅହୋରାତ୍ର କାର୍ଯ୍ୟ କରିବାକୁ ସେ ନିଦେ୍ର୍ଦଶ ଦେଇଚ୍ଥନ୍ତି ।
ସମ୍ଭାବ୍ୟ ବନ୍ୟା ମୁକାବିଲା ପାଇଁ ପ୍ରଶାସନର ପ୍ରସ୍ତୁତି ।
ବୈତରଣୀ ଊପର ମୁଣ୍ଡ ରେ ଗତ ଦୁଇଦିନ ଧରି ପ୍ରବଳ ବର୍ଷା କାରଣରୁ ବୈତରଣୀ ନଦୀରେ ଏକ ବଡ ଧରଣର ବନ୍ୟାର ଆଶଙ୍କା ସୃଷ୍ଟି ହୋଇଥିବା ସଂପର୍କରେ ରାଜ୍ୟ ସରକାର ଜିଲ୍ଳ୍ା ପ୍ରଶାସନକୁ ସତର୍କ କରାଇଚ୍ଥନ୍ତି । ତେଣୁ ସମ୍ଭାବ୍ୟ ବନ୍ୟାର ମୁକାବିଲା ପାଇଁ ବୁଧବାର ଅପରାହ୍ନରେ ଓସୱାନ ହଲ ଠାରେ ଜିଲ୍ଳ୍ାପାଳ ରଂଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ବୈତରଣୀ ଓ ଏହାର ଶାଖା ନଦୀ ମାନଙ୍କରେ ଏକ ବଡ ବନ୍ୟାର ଆଶଙ୍କା ରହିଥିବାରୁ ପ୍ରତ୍ୟେକ ବିଭାଗ ସଜାଗ ରହିବାକୁ ଜିଲ୍ଳ୍ାପାଳ ଶ୍ରୀ ଦାସ ନିଦେ୍ର୍ଦଶ ଦେଇଥିଲେ । ପରିସ୍ଥିତିର ଅନୁଧ୍ୟାନ ନିମିତ୍ତ ବରିଷ୍ଠ ପ୍ରଶାସନିକ ଅଧିକାରୀ ମାନଙ୍କୁ ବିଭିନ୍ନ ବ୍ଳ୍କର ଦାୟିତ୍ୱ ପ୍ରଦାନ କରାଯାଇଚ୍ଥି । ପ୍ରକଳ୍ପ ନିଦେ୍ର୍ଦଶକ ଇନ୍ଦ୍ରମଣି ନାୟକଙ୍କୁ ଯାଜପୁର ବ୍ଳ୍କ, କଳିଙ୍ଗ ନଗର ଅତିରିକ୍ତ ଜିଲ୍ଳ୍ାପାଳ ସନ୍ତୋଷ କୁମାର ମିଶ୍ରଙ୍କୁ କୋରେଇ ବ୍ଳ୍କ, ଅତିରିକ୍ତ ଜିଲ୍ଳ୍ାପାଳ(ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକଙ୍କୁ ବିଂଝାରପୁର ବ୍ଳ୍କ, ଅତିରିକ୍ତ ଜିଲ୍ଳ୍ାପାଳ ମିହିର ପ୍ରସାଦ ମହାନ୍ତିଙ୍କୁ ବରୀ ବ୍ଳକ, ଉପଜିଲ୍ଳ୍ାପାଳ ନାରାୟଣ ଚନ୍ଦ୍ର ଧଳଙ୍କୁ ଦଶରଥପୁର ବ୍ଳ୍କର ଦାୟିତ୍ୱ ଦିଆଯାଇଚ୍ଥି ।
ସେହିପରି ଟ୍ରେନିଂରେ ଥିବା ଓ.ଏ.ଏସ୍. ଓ ଓ.ଆର.ଏସ୍. ଅପିଂସର ମାନଙ୍କୁ ମଧ୍ୟ ବିଂଝାରପୁର, ଦଶରଥପୁର, ବରୀ. କୋରେଇ ଓ ଯାଜପୁର ବ୍ଳ୍କ ଦାୟିତ୍ୱରେ ରଖାଯାଇଚ୍ଥି । ଜିଲ୍ଳ୍ା ଯୋଗାଣ ଅଧିକାରୀଙ୍କୁ ଅତ୍ୟାବଶ୍ୟକୀୟ ଖାଦ୍ୟ ସାମଗ୍ରୀ, ପଶୁ ଚିକିସôାଧିକାରୀଙ୍କୁ ଗୋ-ଖାଦ୍ୟ, ଜିଲ୍ଳ୍ା ଚିକିସôା ଅଧିକାରୀଙ୍କୁ ଜୀବନ ରକ୍ଷାକାରୀ ଓ÷୍ୟଷଧ ଓ ସାପ କାମୁଡା ପ୍ରତିହତ ଆଣ୍ଟିଭେନମ୍ ଟିକା ପ୍ରସ୍ତୁତ କରି ରଖିବା ପାଇଁ ନିଦେ୍ର୍ଦଶ ଦିଆଯାଇଚ୍ଥି । ସେହିପରି ସମସ୍ତ ଅଙ୍ଗନୱାଡି ଓ ଆଶାକର୍ମୀ ମାନଙ୍କୁ ଗର୍ଭବତୀ ମହିଳା, ଶିଶୁ, ବୟସ୍କ ଓ ଦିବ୍ୟାଙ୍ଗ ମାନଙ୍କୁ ସୁରକ୍ଷିତ ସ୍ଥାନକୁ ଆଣିବା ପାଇଁ ନିଦେ୍ର୍ଦଶ ଦିଆଯାଇଚ୍ଥି । ପାନୀୟ ଜଳ ଯୋଗାଣ ପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ ସଂପୃକ୍ତ ବିଭାଗକୁ ନିଦେ୍ର୍ଦଶ ଦିଆଯାଇଚ୍ଥି ।
ଅପର ପକ୍ଷରେ ଜିଲ୍ଳ୍ାରେ ଗୋଟିଏ ଓଡ୍ରାପଂ ଟିମ୍ ଥିବାବେଳେ ଅନ୍ୟ ଏକ ଏନ୍.ଡି.ଆର.ଏପଂ. ଟିମ୍କୁ ରାଜ୍ୟ ସ୍ତରରୁ ମଗାଯାଇଚ୍ଥି । ଅଗ୍ନିଶମ ବିଭାଗକୁ ମଧ୍ୟ ପରିସ୍ଥିତିର ସମ୍ମୁଖୀନ ପାଇଁ ସଜାଗ ରହିବାକୁ ପରାମର୍ଶ ଦିଆଯାଇଚ୍ଥି । ବ୍ଳକ, ଜିଲ୍ଳ୍ାସ୍ତର ଓ ଲାଇନ ଡିପାର୍ଟମେଣ୍ଟର ନିୟନ୍ତ୍ରଣ କକ୍ଷକୁ ଅହୋରାତ୍ର କାର୍ଯ୍ୟ କରିବାକୁ ନିଦେ୍ର୍ଦଶ ଦିଆଯାଇଚ୍ଥି । କୈାଣସି ଅଧିକାରୀ ବା କର୍ମଚାରୀ ଏହି ସମୟରେ ହେଡକ୍ୱାର୍ଟର ନ ଚ୍ଥାଡିବାକୁ ଜିଲ୍ଳ୍ାପାଳ ନିଦେ୍ର୍ଦଶ ଦେଇଚ୍ଥନ୍ତି । ଅପର ପକ୍ଷରେ ଜିଲ୍ଳ୍ାରେ ଅନ୍ୟ ବ୍ଳକରେ କାର୍ଯ୍ୟରତ ଡଙ୍ଗା ଚାଳକ ଓ ଖଲାସୀ ମାନଙ୍କୁ ଅଧିକ ପ୍ରଭାବିତ ହେବାକୁ ଥିବା ଯାଜପୁର, ଦଶରଥପୁର, ବିଂଝାରପୁର, ବରୀ ଓ କୋରେଇ ବ୍ଳ୍କ ଅଧିନରେ କାର୍ଯ୍ୟ କରିବାକୁ ନିଦେ୍ର୍ଦଶ ଦିଆଯାଇଚ୍ଥି । ଗତ ୨୪ ଘଣ୍ଟା ମଧ୍ୟରେ ଯାଜପୁର ବ୍ଳ୍କରେ ୧୪୮ମିଲି ମିଟର, ବିଂଝାରପୁରରେ ୧୬୬.୨ ମିଲି ମିଟର ଦଶରଥପୁରରେ ୧୨୧.୨ ମିଲି ମିଟର, କୋରେଇରେ ୯୦.୨ ମିଲି ମିଟର, ଦାନଗଦୀରେ ୮୦ ମିଲି ମିଟର , ସୁକିନ୍ଦାରେ ୭୮ ମିଲି ମିଟର, ରସୁଲପୁରରେ ୧୦୬.୪ ମିଲି ମିଟର, ଧର୍ମଶାଳାରେ ୧୧୪ ମିଲି ମିଟର, ବଡଚଣାରେ ୧୦୦ ମିଲି ମିଟର ଓ ବରୀରେ ୧୪୬.୪ ମିଲି ମିଟର ବର୍ଷା ହୋଇଚ୍ଥି ।
କେନ୍ଦୁଝରରେ ୧୫୮.୪ ମିଲି ମିଟର, ଆନ୍ଦପୁରରେ ୧୦୮.୮ ମିଲି ମିଟର, ସ୍ୱାମପାଟଣାରେ ୧୭୬.୪ ମିଲି ମିଟର, ଚମ୍ପୁଆରେ ୨୦୧ ମିଲି ମିଟର, ଠାକୁରମୁଣ୍ଡାରେ ୧୬୦ ମିଲି ମିଟର ଓ ଆଖୁଆପଦାରେ ୮୧.୬ ମିଲି ମିଟର ବର୍ଷା ରେକର୍ଡ ହୋଇଚ୍ଥି । ସଂଧ୍ୟା ୬ ଘଟିକା ସୁଦ୍ଧା ଆନନ୍ଦପୁରରେ ଜଳ ପତ୍ତନ ୪୦.୧୬ ମିଟର ଥିବାବେଳେ ସେଠାରେ ବିପଦ ସ୍ତର ୩୮.୩୮ ମିଟର ରହିଅଚ୍ଥି । ଆଖୁଆପଦାରେ ଜଳ ସ୍ତର ୧୮.୭୫ ମିଟର ଥିବାବେଳେ ବିପଦ ସଂକେତ ୧୭.୮୩ ମିଟର, ବଲ୍ଲଭୀ ଘାଟର ଜଳ ସ୍ତର ୧୩.୩୪ ମିଟର ଥିବାବେଳେ ବିପଦ ସ୍ତର ୧୩.୩୪ ମିଟର ଓ ଦଶରଥପୁରରେ ଜଳ ସ୍ତର ୧୧ ମିଟର ଥିବାବେଳେ ଜଳ ସ୍ତର ୯.୫୨ ମିଟର ରହିଚ୍ଥି ।
ପ୍ରଶାସନ ପରିସ୍ଥିତି ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଚ୍ଥି ଓ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରୁଚ୍ଥି । ତେଣୁ ଲୋକମାନେ ଭୟଭୀତ ନ ହୋଇ ସତର୍କ ଓ ସଜାଗ ରହିବାକୁ ଜିଲ୍ଳ୍ାପାଳ ଅନୁରୋଧ କରିଚ୍ଥନ୍ତି ୍ା ବିଶେଷ କରି ଖାଲୁଆ, ଚାଳ ଚ୍ଥପର ବା ମାଟିଘରେ ରହିଥିବା ବ୍ୟକ୍ତି ବିଶେଷ ଧନ ଜୀବନ ସୁରକ୍ଷା ଦୃଷ୍ଟିରୁ ନିକଟସ୍ଥ ବାତ୍ୟା, ବନ୍ୟା ଆଶ୍ରୟ ସ୍ଥଳ ଓ ଶିକ୍ଷାନୁଷ୍ଠାନ ମାନଙ୍କରେ ଆଶ୍ରୟ ନେବାକୁ ଅନୁରୋଧ କରାଯାଇଚ୍ଥି । ସେହିପରି ସମସ୍ତ ଲୋକ ପ୍ରତିନିଧିମାନେ ଏହି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସହଯୋଗ କରିବା ସହ ଲୋକ ମାନଙ୍କୁ ସାହସ ଦେବାକୁ ଜିଲ୍ଳ୍ାପାଳ ଅନୁରୋଧ କରିଚ୍ଥନ୍ତି । ଏହି ବୈଠକରେ ଜିଲ୍ଳ୍ା ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନା, ଆଇ.ଏ.ଏସ୍. ପ୍ରୋବେସନର ସଚିନ ପାୱାର, ପ୍ରକଳ୍ପ ନିଦେ୍ର୍ଦଶକ ଇନ୍ଦ୍ରମଣି ନାୟକ, କଳିଙ୍ଗନଗର ଅତିରିକ୍ତ ଜିଲ୍ଳ୍ାପାଳ ସନ୍ତୋଷ କୁମାର ମିଶ୍ର ଓ ଅତିରିକ୍ତ ଜିଲ୍ଳ୍ାପାଳ(ରାଜସ୍ୱ) ଅକ୍ଷୟ କୁମାର ମଲ୍ଳ୍ିକ ଓ ଉପଜିଲ୍ଳ୍ାପାଳ ନାରାୟଣ ଚନ୍ଦ୍ର ଧଳ, ଜିଲ୍ଳ୍ା ସ୍ତରୀୟ ସମସ୍ତ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଭିଡିଓ କନପଂରେନ୍ସ ମାଧ୍ୟମରେ ଅନୁଷ୍ଠିତ ଏହି ବୈଠକରେ ସମସ୍ତ ବି.ଡି.ଓ. , ତହସିଲଦାର, ମେଡିକାଲ ଅପିଂସର, ଥାନା ଆଇ.ଆଇ.ସି. ପ୍ରମୁଖ ଉପସ୍ଥିତ ରହି ମତାମତ ରଖିଥିଲେ ।