Odisha news

ସ୍ୱାମୀ ହତ୍ୟାକାରୀ ମୁସ୍କାନ ମିରଟ ଜେଲ୍ ରେ ଦେବେ ପ୍ରେମିକ ର ଛୁଆ କୁ ଜନ୍ମ

0

ମିରଟ ର ସୌରଭ ରାଜପୁତ ହତ୍ୟା ମାମଲାରେ ବଡ଼ ଅପଡେଟ ସାମ୍ନାକୁ ଆସିଛି, ମିଳିଥିବା ସୂଚନା ଅନୁସାରେ ସ୍ୱାମୀ ସୌରଭ ଙ୍କୁ ହତ୍ୟା ଆରୋପ ରେ ଜେଲ ରେ ବନ୍ଦ ଥିବା ମୁସ୍କାନ ଖୁବ ଶୀଘ୍ର ମା ହେବାକୁ ଯାଉଛନ୍ତି, ଏହା ଜେଲ କର୍ତୃପକ୍ଷ ସୂଚନା ଦେଇଛନ୍ତି, ମୁସ୍କାନ  ଙ୍କର ପ୍ରେଗନାନ୍ସି ରିପୋର୍ଟ ପଜିଟିଭ ଆସିଛି, ସେ କହିଛନ୍ତି ଯେ ଜେଲ ପ୍ରଶାସନ ପକ୍ଷରୁ ରିପୋର୍ଟ ମିଳିବ ପରେ ଗୋଟିଏ ଡାକ୍ତରୀ ଦଳ ପଠାଇ ସବୁ କର୍ଣଫର୍ମ କରାଯାଇଥିଲା l ଯେଉଁଥିରେ ଜଣାପଡି ଥିଲା ଯେ ମୁସ୍କାନ ମା ହେବାକୁ ଯାଉଛନ୍ତି l

କିଛିଦିନ ପୂର୍ବରୁ ମୁସ୍କାନ ନିଜ ପ୍ରେମିକ ସାହିଲ ସହିତ ମିଶି ସ୍ୱାମୀ ସୌରଭ ଙ୍କର ହତ୍ୟା କରିଥିଲେ, ମୁସ୍କାନ ଓ ସାହିଲ ସୌରଭ ଙ୍କ ଶରୀର କୁ ଖଣ୍ଡବିଖଣ୍ଡିତ କରି ତାହାକୁ ଗୋଟିଏ ଡ୍ରମ ରେ ପୁରାଇ ସିମେଣ୍ଟ ଘୋଳ ଢାଳି ଦେଇଥିଲେ, ଏବଂ ବର୍ତମାନ ମୁସ୍କାନ ଙ୍କ ଗର୍ଭବତୀ ହେବାର ରିପୋର୍ଟ ଆସିବା ପରେ ପ୍ରଶ୍ନ ଉଠୁଛି ଯେ ଜେଲ ରେ ଯଦି ମୁସ୍କାନ  ଙ୍କର ଛୁଆ ଜନ୍ମ ହେଲା ତାକୁ କେଉଁସବୁ ଅଧିକାର ମିଳିବ ଏବଂ ତାର ଲାଳନ ପାଳନ କିପରି କରାଯିବ l

କିଛିଦିନ ତଳେ ଖବର ଆସିଥିଲା ଯେ ଉଭୟ ମୁସ୍କାନ ଓ ସାହିଲ ଜେଲ ରେ ବନ୍ଦ ହୋଇ ମଧ୍ୟ ସର୍ବଦା ନିଶା ଖୋଜୁଛନ୍ତି ଏବଂ ନିଶା ସେବନ କରିବା ପାଇଁ ପାଗଳ ପ୍ରାୟ ହେଉଛନ୍ତି l ଏବଂ ପ୍ରତ୍ୟେକ ମୁହୂର୍ତ ରେ ଉଭୟ କିଛିନା କିଛି ନିଶା ଖୋଜୁଥିଲେ ସେବନ କରିବା ପାଇଁ l

୨୦୨୩ ର ଗୋଟିଏ ରିପୋର୍ଟ ଅନୁସାରେ ଭାରତରେ ସମୁଦାୟ ୧୩୩୦ ଜିଲ୍ଲାରେ ୨୩,୭୭୨ ମହିଳା କଏଦୀ ରହିଛନ୍ତି l ଏମାନଙ୍କ ମଧ୍ୟରେ ୧୫୩୭ ମହିଳା ଏଭଳି ଅଛନ୍ତି ଯିଏକି ଜେଲ ରେ ନିଜ ପିଲା ମାନଙ୍କ ସହିତ ରହିଛନ୍ତି l ଭାରତୀୟ କାନୁନ ବ୍ୟବସ୍ଥା ଅନୁସାରେ ମାତାପିତା ଙ୍କ ଅପରାଧ ର କଷ୍ଟ ସନ୍ତାନ ଭୋଗିବା ଉଚିତ ନୁହେଁ l ଏପରି ସ୍ଥିତି ରେ ଜେଲ ପ୍ରଶାସନ ର ଦାୟିତ୍ୱ ହେଉଛି ସେମାନେ ଶିଶୁ ତୀର ବିକାଶ ପାଇଁ କେଉଁ ପଦକ୍ଷେପ ନେବେ l

Leave A Reply